ବଦଳିବ ଚାଷ କରିବାର ପ୍ରକ୍ରିୟା,ଘରେ ବସି ଚାଷୀ ସମ୍ଭାଳି ପାରିବେ ନିଜ କ୍ଷେତ,ଏଣିକି କୀଟନାଶକ ଔଷଧ ସିଞ୍ଚନ କରିବ ଡ୍ରୋନ

0

Get real time updates directly on you device, subscribe now.

କୃଷି କ୍ଷେତ୍ରରେ ଡ୍ରୋନର ବ୍ୟବହାରକୁ ଆହୁରି ଅଧିକ ସହଜ କରିବା ପାଇଁ ଡ୍ରୋନ ଫେଡେରେସନ ଅଫ୍‌ ଇଣ୍ଡିଆ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଡ୍ରୋନ ଫେଡେରେସନ ଅଫ ଇଣ୍ଡିଆ ଅନୁସାରେ, ଚାଷ କାର୍ଯ୍ୟରେ କୃଷି-ଡ୍ରୋନର ଉପଯୋଗକୁ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ରୀୟ କୃଷି ମନ୍ତ୍ରାଳୟ ତରଫରୁ ୪୭୭ କୀଟନାଶକକୁ ଅନ୍ତରୀଣ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ୪୭୭ ପଞ୍ଜୀକୃତ କୀଟନାଶକକୁ ବର୍ତ୍ତମାନ ୨ ବର୍ଷ ପାଇଁ ଡ୍ରୋନ ସାହାଯ୍ୟରେ ବ୍ୟବସାୟିକ ଉପଯୋଗ ନିମନ୍ତେ ବ୍ୟବହାର କରାଯିବ।

ଚାଷକାର୍ଯ୍ୟର ଆଧୁନିକୀକରଣ ପ୍ରୟାସ କରିବାରେ ଏକ ନୂଆ ଟେକ୍ନିକ୍‌ ସାମିଲ ହୋଇଛି। ଯାହା ଫଳରେ ଚାଷୀମାନଙ୍କର ଅନେକ ସମସ୍ୟାକୁ ଦୂର ହୋଇ ପାରିବ। ଅର୍ଥାତ ଚାଷୀମାନଙ୍କ ପାଇଁ ବର୍ତ୍ତମାନ ଚାଷ କାର୍ଯ୍ୟ କରିବା ଆହୁରି ଅଧିକ ସହଜ ହୋଇଯିବ। ଘରେ ବସି ଚାଷୀ ନିଜ କ୍ଷେତର ଦେଖାଶୁଣା କରିବା ସହ ଡ୍ରୋନ ଦ୍ୱାରା ନିଜ ଫସଲ ଉପରେ କୀଟନାଶକ ସିଞ୍ଚନ ମଧ୍ୟ କରିପାରିବେ। ଡ୍ରୋନ ମାଧ୍ୟମରେ ଅପରେଟରମାନଙ୍କୁ କୀଟନାଶକ ଏବଂ ପୋଷକ ତତ୍ତ୍ୱ ସିଞ୍ଚନ କରିବା ପାଇଁ କୃଷି ମନ୍ତ୍ରାଳୟର ମାନକ ସଞ୍ଚାଳନ ପ୍ରକ୍ରିୟାକୁ ପାଳନ କରିବାକୁ ପଡ଼ିବ।

କ’ଣ ରହିଛି ନିୟମ:-

କୀଟନାଶକକୁ ସିଞ୍ଚନ କରିବା ସମ୍ବନ୍ଧରେ ଅନେକ ଆବଶ୍ୟକୀୟନିୟମ ରହିଛି। ଯଦି ଆପଣ ଡ୍ରୋନ୍‌ ଦ୍ୱାରା ନିଜ କ୍ଷେତରେ କୀଟନାଶକ ସିଞ୍ଚନ କରିବା ପାଇଁ ଚାହୁଁଛନ୍ତି, ତେବେ ୨୪ ଘଣ୍ଟା ପୂର୍ବରୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ଏ ବିଷୟରେ ସୂଚନା ଦେବାକୁ ହେବ। ସ୍ଥାନ ଚିହ୍ନଟ କରିବାର ଦାୟିତ୍ୱ ଅପରେଟରମାନଙ୍କର ହେବ। ଅପରେଟର କେବଳ ଅନୁମୋଦିତ କୀଟନାଶକ ଏବଂ ତାହାର ଫର୍ମୂଲେସନର ଉପଯୋଗ କରିପାରିବେ। ଧାର୍ଯ୍ୟ ଉଚ୍ଚତାଠାରୁ ଉପରେ ଡ୍ରୋନ୍‌କୁ ଉଡ଼ାଯାଇ ପାରିବ ନାହିଁ। ଅପରେଟରମାନଙ୍କୁ ସଫାସୁତରା ଏବଂ ପ୍ରାଥମିକ ଚିକିତ୍ସା ସହିତ ସମସ୍ତ ପ୍ରକାରର ସୁବିଧା ପ୍ରଦାନ କରାଯିବ।

ଉଡ଼ାଣର ଅତି କମ୍‌ରେ ୨୪ ଘଣ୍ଟା ପୂର୍ବରୁ ଆଖାପାଖି ଲୋକମାନଙ୍କୁ ସୂଚିତ କରିବାକୁ ପଡ଼ିବ। ଜୀବଜନ୍ତୁ ଏବଂ ସଞ୍ଚାଳନ ସହ ଜଡ଼ିତ ନ ଥିବା ବ୍ୟକ୍ତିମାନଙ୍କୁ କୀଟନାଶକ ସିଞ୍ଚନ ଅଞ୍ଚଳରେ ପ୍ରବେଶ କରିବାକୁ ଦିଆଯିବ ନାହିଁ। ଏଥିସହିତ ଅପରେଟରମାନଙ୍କୁ ଏ ବିଷୟରେ ପ୍ରଶିକ୍ଷିତ କରାଯିବ।

Leave A Reply

Your email address will not be published.