ସାମ୍ନାକୁ ଆସିଲା ବିବାହର ଅଜବ କାର୍ଡ : ବିବାହ ପୂର୍ବରୁ ହେବ ରକ୍ତଦାନ, ଅନାଥମାନଙ୍କୁ ଖୁଆଇବେ ଖାଇବା

0

Get real time updates directly on you device, subscribe now.

ବାସ୍ତବରେ ଆଜିକାଲି ସୋସିଆଲ ମିଡିଆରେ ବିବାହର ଗୋଟିଏ ଅଜବ କାର୍ଡ ବହୁତ୍ ଭାଇରାଲ ହେଉଛି । ଏହି ବିବାହ ଉତ୍ତରପ୍ରଦେଶର ଚନ୍ଦୋଉଲିରେ ଏପ୍ରିଲ 21 ତାରିଖରେ ହେବାକୁ ଯାଉଛି । ବିବାହ କାର୍ଡରେ କୁହାଯାଇଛି ଯେ ବର- କନ୍ୟା ବିବାହ ରୀତିନୀତି ଆରମ୍ଭ କରିବା ପୂର୍ବରୁ ରକ୍ତଦାନ କରିବେ । କେବଳ ଏତିକି ନୁହେଁ, ସେମାନେ ଅନାଥ ପିଲାମାନଙ୍କୁ ପେଟପୂରା ଖାଇବା ମଧ୍ୟ ଖୁଆଇବେ । ଏହାପରେ ବର ବୃଦ୍ଧାଶ୍ରମ ଯିବ ଏବଂ ବୃଦ୍ଧ ବ୍ୟକ୍ତିମାନଙ୍କ ଆଶୀର୍ବାଦ ନେବା ପରେ ହିଁ ଘୋଡାରେ ଚଢ଼ିବ ।

ବିବାହରେ ଗଣେଷ ପୂଜା, ମେହେନ୍ଦି, ହଳଦୀ, ସଙ୍ଗୀତ ଭଳି ରୀତିନୀତି ରହିବା ସାଧାରଣ କଥା ଅଟେ । କିନ୍ତୁ ବ୍ଲଡ଼ ଡୋନେସନ, ଅନାଥ ପିଲାଙ୍କୁ ଖାଇବା ଖୁଆଇବା ଏବଂ ବୃଦ୍ଧାଶ୍ରମରେ ବୃଦ୍ଧ ବ୍ୟକ୍ତିମାନଙ୍କ ଆଶୀର୍ବାଦ ନେବା ପରି ଜିନିଷ ବହୁତ୍ କମ ଦେଖିବାକୁ ମିଳିଥାଏ । ତେବେ ବିବାହର ଏହି କାର୍ଡରେ ଭଲ କଥା ଏଇଠି ଶେଷ ହୋଇନଥାଏ । ଏଥିରେ ଗଛଲତାକୁ ବଞ୍ଚାଇବାର ବାର୍ତ୍ତା ମଧ୍ୟ ଦିଆଯାଇଛି ।

ରକ୍ତଦାନ ଠାରୁ ଅନାଥ ମାନଙ୍କୁ ଭୋଜନ ଦେବା ପର୍ଯ୍ୟନ୍ତ ହେବ ଏହି ଜିନିଷ :-

ବାସ୍ତବରେ ଏହି ବିବାହର କାର୍ଡ ଚନ୍ଦୋଉଲି ନଗର ପଞ୍ଚାୟତର ଗୌତମ ନଗର ବାସିନ୍ଦା ଅଜିତ କୁମାରଙ୍କର ଅଟେ । ଅଜିତ ରକ୍ତଦାନ କରିବାରେ ସବୁବେଳେ ସକ୍ରିୟ ଥାଆନ୍ତି । ସେ ବର୍ତ୍ତମାନ ସୁଦ୍ଧା ଶହ ଶହ ଥର ରକ୍ତଦାନ କରି ଲୋକଙ୍କ ଜୀବନ ବଂଚାଇଛନ୍ତି । ସେ ଜଣେ ସମାଜସେବୀ ମଧ୍ୟ ଅଟନ୍ତି । ସେହିପରି ତାଙ୍କର ହେବାକୁ ଯାଉଥିବା ସ୍ତ୍ରୀ ପ୍ରିୟଙ୍କା ମଧ୍ୟ ସମାଜସେବା କାମ କରନ୍ତି । ଅଜିତ କୁହନ୍ତି ଯେ ରକ୍ତଦାନ ଠାରୁ ବଳି ଆଉ କୌଣସି ଦାନ ବଡ ନୁହେଁ ।

ଅଜିତ 21 ତାରିଖରେ ପ୍ରିୟଙ୍କା ସହିତ ବିବାହ ବନ୍ଧନରେ ବାନ୍ଧି ହେବେ । ଏହି ସମୟରେ ଦ୍ବିପ୍ରହର 11 ଟା ସମୟରେ ରକ୍ତଦାନ କାର୍ଯ୍ୟକ୍ରମ ହେବ । ସେହିପରି 12ଟା ସମୟରେ ଗରିବ ଏବଂ ଅନାଥ ପିଲାମାନଙ୍କୁ ଖାଇବା ବଣ୍ଟାଯିବ । ଏହାପରେ ସନ୍ଧ୍ୟା 6ଟା ସମୟରେ ବୃଦ୍ଧାଶ୍ରମ ଯାଇ ବୃଦ୍ଧ ବ୍ୟକ୍ତିମାନଙ୍କ ଆଶୀର୍ବାଦ ନିଆଯିବ । ବିବାହରେ ଏପରି ଭଲ ଜିନିଷକୁ ହେଉଥିବାର ଦେଖି ଲୋକମାନେ ବହୁତ୍ ଖୁସି ହେଉଛନ୍ତି । ସମସ୍ତେ ଅଜିତଙ୍କୁ ପ୍ରଶଂସା କରୁଛନ୍ତି ।

ଅଜିତ ଲୋକମାନଙ୍କୁ ଅଧିକରୁ ଅଧିକ ଗଛଲତା ଲଗାଇବାକୁ ମଧ୍ୟ କୁହନ୍ତି । ସେ କୁହନ୍ତି ଯେ ଗଛ ଲଗାଇବା ଏବଂ ସେଗୁଡିକର ସଂରକ୍ଷଣ କରିବା ଦ୍ୱାରା ଆମେ ପରିବେଶକୁ ବଞ୍ଚାଇ ପାରିବେ । ଏହି ଦୁନିଆକୁ ଗୋଟିଏ ଭଲ ସ୍ଥାନ କରିପାରିବା । ତେବେ ଆପଣଙ୍କୁ ଏହି ଅଜବ ବିବାହର ଆଇଡିଆ କିପରି ଲାଗିଲା ?

Leave A Reply

Your email address will not be published.