ଆମ ଫିଲ୍ମ ସାଉଥରେ କାହିଁକି ଚାଲୁନି ? ଖାନଙ୍କ ଏହି ପ୍ରଶ୍ନର ଉତ୍ତର ଦେଲେ RRR ଅଭିନେତା ରାମଚରଣ,ଜାଣନ୍ତୁ କଣ କହିଲେ ?

0

Get real time updates directly on you device, subscribe now.

ସାଉଥ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ପ୍ରଯୋଜକ ଏସଏସ ରାଜାମୌଲିଙ୍କୁ ଫିଲ୍ମ ‘ବାହୁବଳୀ’ ଯେଉଁଠି ବକ୍ସ ଅଫିସ ରେ ବହୁତ ବଢିଆ ରୋଜଗାର ଦେଇଥିଲା ତେବେ ସେଇଠି ବର୍ତ୍ତମାନ ‘ଆରଆରଆର’ ବକ୍ସ ଅଫିସ ରେ ଧମାଲ କରିଦେଲା । ଫିଲ୍ମକୁ ରିଲିଜ ହେବାର ୧୬ଦିନ ହୋଇଗଲାଣି ଏବଂ ଏତିକି ଦିନରେ ଏହି ଫିଲ୍ମ ସାରା ଦୁନିଆରେ ୧୦୦୦ କୋଟି ରୁ ଅଧିକ ରୋଜଗାର କରିଦେଲାଣି । ଏତିକି ନୁହେଁ ବରଂ ଏସଏସ ରାଜାମୌଲିଙ୍କ ଏହି ଫିଲ୍ମ ‘ସିକ୍ରେଟ ସୁପରଷ୍ଟାର’,’ପିକେ,’ବଜରଙ୍ଗୀ ଭାଇଜାନ’ ପରି ବଲିଉଡ ଫିଲ୍ମକୁ ପଛରେ ପକେଇ ନିଜ ନାଁରେ ଅନେକ ରେକର୍ଡ କରିସାରିଲାଣି ।

ଏହି ଫିଲ୍ମରେ ସାଉଥ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତା ଜୁନିଅର ଏଣ୍ଟିଅର ଏବଂ ଅଭିନେତା ରାମଚରଣ ମୁଖ୍ୟ ଅଭିନେତା ରେ ନଜର ଆସିଛନ୍ତି । ଏହା ବ୍ୟତୀତ ଏହି ଫିଲ୍ମ ମାଧ୍ୟମରେ ବଲିଉଡ ଇଣ୍ଡଷ୍ଟ୍ରିର ଅଭିନେତା ଅଜୟ ଦେବଗନ ଏବଂ ଆଲିଆ ଭଟ୍ ମଧ୍ୟ ସାଉଥ ରେ ଡେବ୍ୟୁ କରିଛନ୍ତି । ଉଲ୍ଲେଖନୀୟ କି ରିଲିଜର ପୂର୍ବ ଦିନରୁ ହିଁ ଏହି ଫିଲ୍ମର ସବୁ ଅଂଶର ପ୍ରଶଂସା କରାଯାଉଛି । ତେବେ ଫ୍ୟାନ୍ସଙ୍କୁ ଏହି ଫିଲ୍ମର କାହାଣୀ ମଧ୍ୟ ବହୁତ ପସନ୍ଦ ଆସିଲା ।

ଆମ ଫିଲ୍ମ ସାଉଥରେ କାହିଁକି ଚାଲୁନାହିଁ ?

ଏହା ମଧ୍ୟରେ ବଲିଉଡର ସୁପରଷ୍ଟାର ସଲମାନ ଖାନଙ୍କ ଗୋଟିଏ ବଡ଼ ପ୍ରଶ୍ନ ହେଡଲାଇନ ରେ ରହିଛି । ବାସ୍ତବରେ ସଲମାନ ଖାନ ପଚାରିଥିଲେ କି,ଆମର ଏଇଠି ସାଉଥ ଫିଲ୍ମ ପସନ୍ଦ କରାଯାଉଛି କିନ୍ତୁ ସାଉଥ ରାଜ୍ୟରେ ଆମ ଫିଲ୍ମ କାହିଁକି ଦେଖାଯାଉ ନାହିଁ ? ” ରାମ ଚରଣ ଆରଆରଆର ବହୁତ ବଢିଆ କାମ କରିଛନ୍ତି । ମୁଁ ତାଙ୍କୁ ଜନ୍ମ ଦିନରେ ଶୁଭେଚ୍ଛା ଦେଇଥିଲି ଏବଂ ତାଙ୍କ ଫିଲ୍ମର ସଫଳତା ପାଇଁ ଶୁଭେଚ୍ଛା ମଧ୍ୟ ଜଣେଇଥିଲି । ମୁଁ ତାଙ୍କ ଉପରେ ଗର୍ବ କରୁଛି ।

ମୋତେ ବହୁତ ଭଲ ଲାଗୁଛି କି ସେ ବଢିଆ କରୁଛନ୍ତି । କିନ୍ତୁ ମୋତେ ଏହି କଥା ପାଇଁ ଆଶ୍ଚର୍ଯ୍ୟ ମଧ୍ୟ ହୁଏ କି କାହିଁକି ଆମ ଫିଲ୍ମ ସେଇଠି ଭଲ ରୋଜଗାର କରିପାରେ ନାହିଁ । ତାଙ୍କ ଫିଲ୍ମ ତ ଆମର ଏଇଠି ଭଲ ରୋଜଗାର କରୁଛି । ଏହି ପ୍ରଶ୍ନର ଉତ୍ତର ଅଭିନେତା ରାମ ଚରଣ ବହୁତ ସଠିକ ଷ୍ଟାଇଲ ରେ ଦେଲେ ଏବଂ ସେ ଏହା ଉପରେ ଖୋଲିକି ଆଲୋଚନା ମଧ୍ୟ କଲେ ।

ସଲମାନ ଖାନଙ୍କ ଏହି ପ୍ରଶ୍ନ ଉପରେ କଣ କହିଲେ ରାମଚରଣ ?

ଏହା ବ୍ୟତୀତ ରାମଚରଣ କହିଛନ୍ତି କି,ନିଶ୍ଚିନ୍ତ ଭାବରେ ମୁଁ ଗୋଟିଏ ଭାରତୀୟ ଫିଲ୍ମ ବନେଇବା ଚାହୁଁଛି, ଯେଉଁଠି ମୁଁ ବଲିଉଡ ଟ୍ୟାଲେଣ୍ଟ ସହ କାମ କରିବାକୁ ଚାହୁଁଛି । ମୁଁ ଚାହୁଁଚି ନିର୍ଦେଶକ ସାଉଥ ରୁ ଟ୍ୟାଲେଣ୍ଟର ସୂଚନା ନିଅନ୍ତୁ ଏବଂ ବଡ଼ ପିଲ୍ମ ତିଆରି କରନ୍ତି,ଯାହାଦ୍ୱାରା ଆମ ପାଖରେ ବଡ଼ ବଜେଟ ହେବ ଏବଂ ଆମେ ଦିନର ଶେଷରେ ବଡ଼ ସଂଖ୍ୟା ଦେଖିବା ।”

ସଲମାନଙ୍କ ଏହି ପ୍ରଶ୍ନର ଉତ୍ତର କେଜିଏଫ ଫେମ ୟସ ମଧ୍ୟ ଦେଲେ,କହିରଖୁଛୁ କି ସଲମାନଙ୍କ ଏହି ପ୍ରଶ୍ନ ଉପରେ କେଜିଫ ଫେମ ୟସ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି କି,

ଆଗକୁ ୟସ କହିଛନ୍ତି କି,”କିନ୍ତୁ ବର୍ତ୍ତମାନ ଲୋକଙ୍କୁ ଧୀରେ ଧୀରେ ଆମ ଷ୍ଟୋରିଟେଲିଙ୍ଗ ର ପ୍ରଣାଳୀକୁ ପସନ୍ଦ କରୁଛନ୍ତି । ମୋତେ ଲାଗୁନି କି ଏମିତି ଗୋଟିଏ ରାତିରେ ହୋଇଯାଇଛି,ଧୀରେ ଧୀରେ ଲୋକମାନେ ଆମ କଣ୍ଟେଣ୍ଟ ବୁଝିବା ଆରମ୍ଭ କରିଛନ୍ତି । ଲୋକ ଆମ ପ୍ରଯୋଜକଙ୍କ ପଦ୍ଧତି ବୁଝିବାକୁ ଲାଗିଲେଣି । ଏଥିସହିତ ଆମେ ବାହୁବଳୀ, ଏସଏସ ରାଜାମୌଲି ସହିତ ପ୍ରଭାସଙ୍କ ସାଥ ମିଳିଲା । ଗୋଟିଏ କଟେଣ୍ଟ ତିଆରି ହେଲା,କେଜିଫ ପାର୍ଟ ୧ ର ମଧ୍ୟ ଯୋଗଦାନ ଅଛି । ଆମ ଫିଲ୍ମ ବହୁତ ବଢିଆ ବିଜନେସ କରିବାକୁ ଲାଗିଛି ।

Leave A Reply

Your email address will not be published.