ଶୂନଶାନ ଜାଗାରେ ୧୩ ଦିନ ଫସିଥିଲେ ୬ ଲୋକ, ଗୋଟିଏ ବୋତଲ କଲା କମାଲ,ପହଞ୍ଚିଲା ନେଭି ଟିମ ! ଜାଣନ୍ତୁ ପୁରା ଖବର

0

Get real time updates directly on you device, subscribe now.

୬ ଲୋକ ଗୋଟିଏ ଅପହଞ୍ଚ ଦ୍ଵୀପପୁଞ୍ଜରେ ଫସିଗଲେ|ବିନା ଖାଦ୍ୟରେ ପାଖାପାଖି ୨ ସପ୍ତାହ ପର୍ଯ୍ୟନ୍ତ ଲୋକମାନେ ସାହାଯ୍ୟ ଅପେକ୍ଷାରେ ସେଠାରେ ରହିଲେ|ସେ ତାଙ୍କର ଫସିଥିବା ଖବର ଅନ୍ୟ ପର୍ଯ୍ୟନ୍ତ ପହଞ୍ଚାଇବାକୁ ଗୋଟିଏ ବୋତଲର‌ ବ୍ୟବହାର କରିଥିଲେ|ଏଥିରେ ସେ ସଫଳ ହୋଇଥିଲେ|ଫଳରେ ନେଭିର ସୈନିକ ମାନେ ତାଙ୍କୁ ବଞ୍ଚାଇଥିଲେ|ଘଟଣା ପୂରାପୂରି ଫିଲ୍ମ ଭଳି ଲାଗେ କିନ୍ତୁ ଏହା ସତ୍ୟ|

ଏହି ସମସ୍ତ ଲୋକ ବମ ଜିସୁସ୍ ଜାହାଜର କ୍ରୁ ମେମ୍ବର ଥିଲେ|୧୧ ଏପ୍ରିଲ ଦିନ ଏହି ଲୋକ ଫସି ଯାଇଥିବା ଖବର ଆସିଲା|କାରଣ ସେମାନେ ୧୦ ଦିନର ସମୁଦ୍ର ଯାତ୍ରାରୁ ଫେରି ନଥିଲେ|ଏହି ଦଳ ୧ ଅପ୍ରେଲ ଦିନ ଏରୋ ଆଇଲାଣ୍ଡ ନାମକ ଏକ ଆଇଲାଣ୍ଡରେ ଫସି ଯାଇଥିଲେ|କାରଣ ଏହି ଲୋକଙ୍କ ସିପରେ ନିଆଁ ଲାଗି ଯାଇଥିଲା|

ଏହି କମ ଜନସଂଖ୍ୟା ବିଶିଷ୍ଟ ଆଇଲାଣ୍ଡରୁ ଲୋକ ବାହାରିବା ପାଇଁ ଚେଷ୍ଟା କରିଥିଲେ|ସେ ଗୋଟିଏ ନୋଟ ଲେଖିଲେ ଓ ତାକୁ ବୋତଲରେ ରଖି ବଲରେ ବାନ୍ଧି ଦେଇଥିଲେ|ସେ ଲୋକମାନେ ବୋତଲକୁ ଏହି ଆଶାରେ ଛାଡିଦେଲେ ଯେ ନଦୀରେ କାହା ହାତରେ ଲାଗିଯିବ|

CEN News Wire ରିପୋର୍ଟ ଅନୁସାରେ ବୋତଲ ଭିତରେ ନୋଟ ଲେଖାଯାଇଥିଲା – Help,help !,ଆମକୁ ସାହାଯ୍ୟ ଆବଶ୍ୟକ|ଆମ ବୋଟରେ ନିଆଁ ଲାଗି ଯାଇଥିଲା|ଆମେ ବିନା ଖାଦ୍ୟରେ ୧୩ ଦିନ ଏରୋ ଆଇଲାଣ୍ଡରେ ଫସି ଯାଇଛୁ|ଆମ ପରିବାରକୁ ଏହି ସୂଚନା ଦେଇ ଦିଅନ୍ତୁ|ନୋଟରେ ସେ ପରିଜନଙ୍କ ନମ୍ବର ମଧ୍ୟ ଲେଖିଥିଲେ|

ତାଙ୍କ ଭାଗ୍ୟ ଭଲ ଥିଲା|ଏହି ବୋତଲ ଶିଘ୍ର ଏକ ମତ୍ସ୍ୟଜୀବୀ ହାତରେ ଲାଗିଲା|ସେ ତାକୁ ବ୍ରାଜିଲିଆନ ନେଭିକୁ ଦେଇଥିଲେ|ଏହାପରେ ୧୩ ଏପ୍ରିଲ ଦିନ ଏହି ଲୋକଙ୍କୁ ଉଦ୍ଧାର କରାଗଲା|ଏହାପରେ ସିଟି ଅଫ ବେଲିମରେ ଏହି ଛଅ ଜଣଙ୍କ ମେଡିକାଲ ଚେକ୍ ହେଲା|ସେଠାରେ ଡାକ୍ତର ସୁସ୍ଥ କହିଲେ|ବ୍ରାଜିଲିଆନ ନେଭି ରେସ୍କ୍ୟୁର ଫଟୋ ମଧ୍ୟ ସେୟାର କରିଛନ୍ତି|

Leave A Reply

Your email address will not be published.