ଯୁକ୍ତ ୨ ପାସ୍ “ପାୱାର ମେନ୍” ଦେଶୀ ଯୁଗାଡରେ କରୁଛି ଗାଁର ଉଜ୍ବଳ,୧୮ ବର୍ଷର ନିରନ୍ତର ପ୍ରୟାସ ପରେ ଉତ୍ପନ୍ନ କଲେ ବିଜୁଳି

0

Get real time updates directly on you device, subscribe now.

ମଣିଷ ଜୀବନରେ ବହୁ ବାଧାବିଘ୍ନ ଆସେ|କେତେବେଳେ ଭଲ ସମୟ ତ କେତେବେଳେ ଖରାପ ସମୟ ଆସେ|ଖରାପ ସମୟରେ ସେ ବ୍ୟକ୍ତି ହାରିଯାଏ ଯାହା ପାଖରେ ସାହସ କମ ଥାଏ|ମଜବୁତ ସାହାସ ଥିବା ବ୍ୟକ୍ତି ବିପଦ ସହ ଲଢିବାର ବାଟ ଖୋଜିନିଏ|

ଆଜି ଏହି ଲେଖାରେ ମୁଁ ଜଣେ ବ୍ୟକ୍ତି ବିଷୟରେ କହିବି ଯିଏ ଗାଁର ମୁଖ୍ୟ ସଙ୍କଟ ଆଗରେ ହାର ମାନିଲା ନାହିଁ|ସେ କେଵଳ +୨ ପାସ କିନ୍ତୁ ତାଙ୍କ କାରନାମା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ|

ଏହି ବ୍ୟକ୍ତିଙ୍କ ନାମ କେଦାର ପ୍ରସାଦ ମହତୋ ଅଟେ ଯିଏ ଝାଡ଼ଖଣ୍ଡର ଦୁଲମୀ ପ୍ରଖଣ୍ଡର ବୟାଙ୍ଗ ଗାଁର ବାସିନ୍ଦା ଅଟେ|ତାଙ୍କ ଗାଁରେ ବିଜୁଳି ସମସ୍ୟା ଅଧିକ ଥିଲା ତେଣୁ ଗାଁ ଲୋକେ ବହୁତ ସମସ୍ୟାର ସମ୍ମୁଖୀନ ହେଉଥିଲେ|ସେ ବିଜୁଳି ଉତ୍ପାଦନ କରି ଆଶ୍ଚର୍ଯ୍ୟ କରିଥିଲେ|

ସେ ନିଷ୍ପତ୍ତି ନେଇଥିଲେ ଯେମିତି ହେଲେ ବି ବିଜୁଳି ଉତ୍ପାଦନ କରି ଦେଖାଇବେ|ସେ ଜୀବନର ମୂଲ୍ୟବାନ ୧୮ ବର୍ଷ ସମୟ ଏଥିରେ ଲଗାଇଲେ|ନିରନ୍ତର ଚେଷ୍ଟା ଫଳରେ ଶେଷରେ ସେ ଦେଶୀ ଯୁଗାଡ ଲଗାଇ ପାଣିରୁ ୫ କିଲୋୱାଟ ବିଜୁଳି ଉତ୍ପାଦନ କରିଲେ|ଆଜି ଏହି ବିଜୁଳି ଗାଁର ଚୈକ,ଓ ଦୁର୍ଗା ମନ୍ଦିରରେ ଆଲୋକ ଦେଉଛି|

ମିଡିଆ ରିପୋର୍ଟ ଅନୁସାରେ ସେ ୨୦୦୪ ମସିହାରେ ବିଜୁଳି ଉତ୍ପାଦନ କାର୍ଯ୍ୟ ଆରମ୍ଭ କରିଥିଲେ କିନ୍ତୁ ସଫଳତା ମିଳି ପାରି ନଥିଲା|ବହୁ ଅସଫଳତା ସତ୍ୱେ ସେ ଚେଷ୍ଟା କରିଥିଲେ|ସେ ସମୟରେ ୧୨ ଭୋଲ୍ଟର ବିଜୁଳି ଉତ୍ପାଦନ କରିଥିଲେ|୨୦୧୪ରେ ଏକ କିଲୋୱାଟ ବିଜୁଳି ଉତ୍ପାଦନ କରିଥିଲେ|

ସେ କେଵଳ ୧୨ଶ୍ରେଣୀ ପାସ କରିଛନ୍ତି|ସେ ପେଶାରେ ଜଣେ କୃଷକ| ସେ ହାଇସ୍କୁଲ ଡଭାତୁରୁ ମାଟ୍ରିକ,ଛିନ୍ନମସ୍ତା ଇଣ୍ଟର କଲେଜରୁ ୧୨ ଶ୍ରେଣୀ ଓ ରାମଗଡ କଲେଜରୁ ବିଏ ପାର୍ଟ ୧ ପଢ଼ିଛନ୍ତି|ଯେତେବେଳେ ସେ ୧ କିଲୋୱାଟ ବିଜୁଳି ଉତ୍ପାଦନରେ ସକ୍ଷମ ହୋଇଥିଲେ ସେ ଲଗାତାର ଜାରି ସହ ୨୦୨୧ରେ ୫ କିଲୋୱାଟ ବିଜୁଳି ଉତ୍ପାଦନ କରି ସଫଳ ହୋଇଥିଲେ|

ସେ ୱୟାରିଙ୍ଗର କାମ କରନ୍ତି ଓ ଏହି ଟଙ୍କା ସେ ତାଙ୍କ ଲକ୍ଷ୍ୟରେ ବିନିଯୋଗ କରିଥିଲେ|ସେ କେବେ ନିଜ ସମ୍ପର୍କରେ ଭାବନ୍ତି ନାହିଁ|ସେ ଟଙ୍କା ସଞ୍ଜୟ କରି ୩ ଲକ୍ଷ ଟଙ୍କା ଏହି ପ୍ରୟୋଗରେ ଖର୍ଚ୍ଚ କରିଥିଲେ| ସେ କହିଛନ୍ତି ୩୦୦ କେଭି ବିଜୁଳି ମଧ୍ୟ ଉତ୍ପନ୍ନ ହୋଇପାରିବ କିନ୍ତୁ ଏଥିପାଇଁ ୩୦-୩୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ଯାହା ଏଵେ ତାଙ୍କ ପାଖରେ ନାହିଁ|

Leave A Reply

Your email address will not be published.