ଜେଲରେ ଦୁଇଜଣ ମହିଳା କଏଦୀ ହୋଇଗଲେ ପ୍ରେଗନାଣ୍ଟ। ମଚିଗଲା ବୋବାଲ

0

Get real time updates directly on you device, subscribe now.

ଜେଲରେ ଯଦି କୌଣସି ମହିଳା ପ୍ରେଗନାଣ୍ଟ ହୋଇଯାଆନ୍ତି ତାହେଲେ ବୋବାଲ ମଚିବା ସାଧାରଣ କଥା ଅଟେ। ଆମେରିକାର ନ୍ୟୁ ଜର୍ସିର ଏକ ଜେଲରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି। ନ୍ୟୁ ଜର୍ସିର କରେକଶନାଲ ଫ୍ୟାସିଲିଟି ଏମିତି ଏକ ଜେଲ ଅଟେ ଯେଉଁଠାରେ କେବଳ ମହିଳା କଏଦୀଙ୍କୁ ରଖାଯାଏ। ଏମିତିରେ ସେଠାରେ ଦୁଇଜଣ କଏଦୀ ପ୍ରେଗନାଣ୍ଟ ହୋଇଯିବା ମାମଲା ଚର୍ଚ୍ଚାର ବିଷୟ ହୋଇଯାଇଛି।

କଏଦୀ କରିଥିଲେ ସେକ୍ସ ଚେଞ୍ଜ:-

ଡେଲି ମେଲ ରିପୋର୍ଟ ଅନୁସାରେ, ଜେଲରେ ଦୁଇଜଣ ମହିଳା କଏଦୀ ପ୍ରେଗନାଣ୍ଟ ହୋଇଯାଇଛନ୍ତି। ଡିପାର୍ଟମେଣ୍ଟ ଅଫ କରେକ୍ସନରେ ବିଦେଶ ମାମଲାର କାର୍ଯ୍ୟକାରୀ ନିର୍ଦେଶକ ଡ଼ାନ ସ୍ପୋର୍ଜା କହିଥିଲେ କି, ଜେଲରେ ବନ୍ଦ ଦୁଇଜଣ ମହିଳା କଏଦୀ ଅନ୍ୟ ଜଣେ ମହିଳା କଏଦୀଙ୍କ ସହିତ ସମ୍ବନ୍ଧ ବନାଇ ପ୍ରେଗନାଣ୍ଟ ହୋଇଯାଇଛନ୍ତି। ମହିଳା ଦୁହେଁ ଯେଉଁ ଅନ୍ୟ କଏଦୀ ସହିତ ସମ୍ବନ୍ଧ ବନାଇଲେ ସେ ପ୍ରଥମେ ଜଣେ ପୁରୁଷ ଥିଲେ ଓ ଅପରେସନ ପରେ ମହିଳା ହୋଇଥିଲେ। ପ୍ରେଗନାଣ୍ଟ ହୋଇଥିବା ମହିଳାଙ୍କ ନାମକୁ ସାର୍ବଜନିକ ନକରିବା ପାଇଁ କୁହାଯାଇଛି।

ଜେଲରେ 27 ଟ୍ରାନ୍ସଜେଣ୍ଡର କଏଦୀ:-

ସେ କହିଛନ୍ତି, ମାମଲା ସାମ୍ନାକୁ ଆସିବାପରେ ଯାଞ୍ଚ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ରିପୋର୍ଟ ଅନୁସାରେ, ଏହି ଜେଲରେ କଏଦ ଥିବା ମହିଳାଙ୍କ ମଧ୍ୟରୁ 27 ଜଣ ଟ୍ରାନ୍ସଜେଣ୍ଡର ଅଟନ୍ତି। କିଛି ମହିଳା କଏଦୀ ନିଜର ସେକ୍ସ ଚେଞ୍ଜ କରାଇଛନ୍ତି। 2021 ରେ ନ୍ୟୁ ଜର୍ସି ଏକ ନୀତି ବନାଇଥିଲେ। ଏଥିରେ କୁହାଯାଇଥିଲା ଜେଲରେ ଟ୍ରାନ୍ସଜେଣ୍ଡର ମାନଙ୍କୁ ତାଙ୍କର ପରିଚୟ ଦ୍ୱାରା ରଖାଯିବ ନାକି ଜନ୍ମ ସମୟରେ ତାଙ୍କର ଲିଙ୍ଗିକ ପରିଚୟ ଦ୍ୱାରା।

ଶକ୍ତ କାର୍ଯ୍ୟବାହୀ ସମ୍ଭବ:-

ଏହି ମାମଲା ସାମ୍ନାକୁ ଆସିବାପରେ ଜେଲ ପ୍ରଶାସନ ଉପରେ ପ୍ରଶ୍ନ ଉଠିଛି। ଲୋକମାନଙ୍କୁ ବିଶ୍ବାସ ହେଉନାହିଁ ଯେ, ଜେଲରେ ଏତେ ବଡ଼ ସୁରକ୍ଷା ଭିତରେ ଏହା କେମିତି ସମ୍ଭବ ହେଲା। ସେହିପରି ଜେଲ ପ୍ରଶାସନ କେବଳ ଯାଞ୍ଚ କଥା କହିଥିଲେ। ମାନାଯାଉଛି ଏହି ମାମଲା ଉପରେ ଶକ୍ତ କାର୍ଯ୍ୟବାହୀ କରାଯିବ କାରଣ ଏଥିରେ ଜେଲର କର୍ମଚାରୀ ମାନଙ୍କ କାର୍ଯ୍ୟ ପ୍ରଣାଳୀ ଉପରେ ପ୍ରଶ୍ନ ଉଠୁଛି।

Leave A Reply

Your email address will not be published.