ହେ ଭଗବାନ … ଅଳ୍ପ ଟିକିଏ ଭୁଲ ପାଇଁ ଡେଲିଭରୀ ବୟକୁ ଜୋତାରେ ପିଟିଲେ ମହିଳା,ଦେଖନ୍ତୁ ଭିଡ଼ିଓ …

0

Get real time updates directly on you device, subscribe now.

ମଧ୍ୟପ୍ରଦେଶର ଜବଲପୁର ଜିଲ୍ଲାରୁ ଏକ ବଡ଼ ଘଟଣା ସାମ୍ନାକୁ ଆସିଛି। ଏଠାରେ ରାସ୍ତା ମଝିରେ ଜଣେ ମହିଳା ଡ଼ିଲିଭରୀ ବୟଙ୍କୁ ମାଡ଼ ମାରିବାର ଦେଖିବାକୁ ମିଳିଛି। ସେ ନିଜ ଜୋତାରେ ତାଙ୍କୁ ବହୁତ ମାଡ଼ ମାରିଛନ୍ତି। ଯେତେବେଳେ କିଛିଲୋକ ସେଠାକୁ ପିଲାଟିକୁ ବଞ୍ଚାଇବାକୁ ଆସିଲେ ସେତେବେଳେ ସେ ତାଙ୍କୁ ମଧ୍ୟ ଗାଳି ଗୁଲଜ କରିବାକୁ ଲାଗିଲେ। ଏବେ ଏହି ସମ୍ପୂର୍ଣ୍ଣ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ମହିଳା ଜଣକ ଡିଲିଭରୀ ପିଲାଟିକୁ ମାଡ଼ ମାରିଲେ:-

ଆଜିକାଲିର ଲୋକେ ବହୁତ କ୍ରୋଧିତ ହୋଇଯାଆନ୍ତି ଓ ଛୋଟ ଛୋଟ କଥାକୁ ନେଇ ସେମାନଙ୍କ ମୁଣ୍ଡ ଟିଣ ହୋଇଯାଉଛି। କିଛି ଲୋକେ ତ ମାରପିଟ ଆଡ଼କୁ ଗତି କରନ୍ତି। ଏବେ ଜବଲପୁରର ଏହି ମହିଳାଙ୍କ କଥାକୁ ହିଁ ନିଅନ୍ତୁ। ଏହି ମହିଳାଙ୍କୁ ଡିଲିଭରୀ ବୟ ଉପରେ ଏତେ ରାଗ ଆସିଗଲା ଯେ ସେ ଚପଲ ଖୋଲି ତାଙ୍କୁ ମାଡ଼ ମାରିବାକୁ ଲାଗିଲେ। ଆପଣ ଭାବୁଥିବେ ଡିଲିଭରୀ ବୟ ର କିଛି ଭୁଲ ଥିବ, ତାଙ୍କର ଭୁଲ କେବଳ ଏତିକି ଥିଲା ଯେ, ତାଙ୍କ ବାଇକ ମହିଳାଙ୍କ ସ୍କୁଟିରେ ଟିକେ ବାଜି ଯାଇଥିଲା।

ସ୍କୁଟିରେ ବାଇକ ବାଜି ଯିବାରୁ ମହିଳା ହୋଇଗଲେ ନାରାଜ:-

ଯୁବକଟିର ବାଇକ ସ୍କୁଟିରେ ଟଚ ହୋଇଯିବାରୁ ମହିଳାଙ୍କୁ ଏହା ପସନ୍ଦ ଆସିଲାନାହିଁ ଓ ସେ ରାସ୍ତାରେ ବବାଲ ଆରମ୍ଭ କରିଦେଲେ। ସେ ଗାଡିରୁ ଓହ୍ଲାଇ ଡିଲିଭରୀ ବୟକୁ ନିର୍ଧୁମ ମାରିଲେ। ସୀମା ସେତେବେଳେ ପାର ହୋଇଗଲେ ଯେତେବେଳେ କିଛିଲୋକେ ଡ଼ିଲିଭରୀ ବୟକୁ ବଞ୍ଚାଇବାକୁ ଆସିଲେ ଓ ମହିଳା ଜଣକ ସେମାନଙ୍କୁ ବି ଗାଳି ଗୁଲଜ କରିବା ଆରମ୍ଭ କରିଦେଲେ। ଡ଼ିଲିଭରୀ ବୟଙ୍କ କହିବା କଥା ହେଲା, ମହିଳା ଜଣକ ସ୍କୁଟି ଚଲାଇ ଆସିଲେ ଓ ନିଜେ ବାଲାନ୍ସ କରିନପାରି ତାଙ୍କ ଉପରେ ପଡ଼ିଲେ।

ଡିଲିଭରୀ ବୟଙ୍କ ନାମ ଦିଲ୍ଲୀପ ବିଶ୍ଵକର୍ମା ଅଟେ ଓ ତାଙ୍କର ବୟସ 25 ବର୍ଷ ଅଟେ। ସେ ନଟାଲା ଚରଗାଓଁ ର ଅଟେ। ସେ ପିଜା ଡିଲିଭରୀ କାମ କରନ୍ତି। ସେ ଡ୍ୟୁଟିରେ ଥିଲେ ଓ ପିଜା ଡିଲିଭରୀ କରିବାକୁ ଯାଉଥିଲେ ଓ ସେତେବେଳେ ତାଙ୍କ ସହିତ ଏହି ଘଟଣା ଘଟିଥିଲା। ଏହି ଭିଡ଼ିଓକୁ ଟ୍ୱିଟରରେ @sirajnoorani ନାମକ ଆକାଉଣ୍ଟରୁ ଶେୟର କରାଯାଇଥିଲା।

ଏହି ଭିଡ଼ିଓରେ ବହୁତ ସାରା ଲୋକେ ନିଜର ପ୍ରତିକ୍ରିୟା ଦେଇଥିଲେ। କିଛି ଡିଲିଭରୀ ବୟର ଭୁଲ ସାଇଡ଼ ରେ ଆସିବାକୁ ନେଇ କହିଥିଲେ ତ କିଛି ତାଙ୍କ ସପକ୍ଷ ନେଇଥିଲେ। କିଛିଲୋକଙ୍କ କହିବା ହେଲା ହୁଏତ ବାଇକ ସ୍କୁଟିରେ ଟଚ ହୋଇଯାଇଛି କିନ୍ତୁ ଏମିତି ଭାବରେ ଜୋତାରେ ମାରିବା ଉଚିତ କଥା ନୁହେଁ।

Leave A Reply

Your email address will not be published.