Post Office Scheme : ବିବାହ ପରେ ବିନା ରୀସ୍କରେ ଖୋଲନ୍ତୁ ଏହି ଆକାଉଣ୍ଟ, ପ୍ରତି ମାସରେ ମିଳିବ ଗ୍ୟାରେଣ୍ଟି 4950 ଟଙ୍କା

0

Get real time updates directly on you device, subscribe now.

Post Office MIS Scheme : ପୋଷ୍ଟ ଅଫିସର ମନ୍ଥଲି ଇନକମ ସ୍କିମ ଗୋଟିଏ ସୁପରହିଟ ସ୍ମଲ ସେଭିଂ ସ୍କିମ ଅଟେ, ଯେଉଁଥିରେ ଆପଣଙ୍କୁ କେବଳ ଥରେ ପଇସା ଜମା କରିବାକୁ ପଡେ । MIS ଆକାଉଣ୍ଟର ପରିପକ୍ଵତା ସମୟ ମଧ୍ୟ କେବଳ 5 ବର୍ଷର ହୋଇଥାଏ । ଅର୍ଥାତ୍ 5 ବର୍ଷ ପରଠାରୁ ଆପଣଙ୍କୁ ଗ୍ୟାରେଣ୍ଟିଡ ମନ୍ଥଲି ଇନକମ ମିଳିବାକୁ ଲାଗିବ ।

ପୋଷ୍ଟ ଅଫିସ ସ୍କୀମରେ ସିଙ୍ଗଲ ଏବଂ ଜଏଣ୍ଟ ଉଭୟ ପ୍ରକାରର ଆକାଉଣ୍ଟ୍ ଖୋଲା ଯାଇପାରିବ । ଏଥିରେ ମିନିମମ 1000 ଟଙ୍କାର ନିବେଶରୁ ଆକାଉଣ୍ଟ୍ ଖୋଲି ପାରିବେ । ସିଙ୍ଗଲ ଆକାଉଣ୍ଟରେ ମ୍ୟାକ୍ସିମମ 4.5 ଲକ୍ଷ ଟଙ୍କାର ନିବେଶ କରିପାରିବେ । ସେହିପରି ଜଏଣ୍ଟ ଖାତାରେ ନିବେଶର ଲୀମିଟ 9 ଲକ୍ଷ ଟଙ୍କା ଅଟେ । ଆସନ୍ତୁ ଜାଣିବା ଏହାର ଫାଇଦା କଣ୍ ରହିଛି ।

MIS ରେ ମିଳିଥାଏ ଅନେକ ଫାଇଦା :-

– ପୋଷ୍ଟ ଅଫିସର MIS ରେ ଦୁଇ କିମ୍ବା ତିନିଜଣ ଲୋକ ମିଶି ମଧ୍ୟ ଜଏଣ୍ଟ ଆକାଉଣ୍ଟ ଖୋଲିପାରିବେ ।

– ଏହି ଆକାଉଣ୍ଟ ବଦଳରେ ମିଳୁଥିବା ଆୟକୁ ସବୁ ମେମ୍ବର ମାନଙ୍କୁ ସମାନ ଦିଆଯାଏ ।

– ଜଏଣ୍ଟ ଆକାଉଣ୍ଟକୁ ଯେତେବେଳେ ଚାହିଁବେ ସେତେବେଳେ ସିଙ୍ଗଲ ଆକାଉଣ୍ଟରେ କଂଭର୍ଟ କରିପାରିବେ ।

– ସିଙ୍ଗଲ ଆକାଉଣ୍ଟକୁ ମଧ୍ୟ ଜଏଣ୍ଟ ଆକାଉଣ୍ଟରେ କଂଭର୍ଟ କରିପାରିବେ ।

– ଆକାଉଣ୍ଟରେ କୌଣସି ପ୍ରକାରର ପରିବର୍ତ୍ତନ କରିବାପାଇଁ ସବୁ ଆକାଉଣ୍ଟ ମେମ୍ବରଙ୍କ ଜଏଣ୍ଟ ଆପ୍ଲିକେସନ ଦେବାକୁ ହୋଇଥାଏ ।

– ପରିପକ୍ୱତା ଅର୍ଥାତ୍ 5 ବର୍ଷ ପୁରା ହେଲେ ଏହାକୁ ଆଗକୁ 5-5 ବର୍ଷ ପାଇଁ ବଢ଼ାଯାଇପାରେ ।

– MIS ଆକାଉଣ୍ଟରେ ନମିନେଶନର ସୁବିଧା ରହିଛି । ଏହି ସ୍କିମରେ ପଇସା ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ହୋଇଥାଏ । ଏହା ଉପରେ ସରକାରଙ୍କ ସାଭରେନ୍ ଗ୍ୟାରେଣ୍ଟି ଥାଏ ।

କିପରି ଖୋଲିବେ MIS ଆକାଉଣ୍ଟ ?

– MIS ଆକାଉଣ୍ଟ ଖୋଲିବାପାଇଁ ଆପଣଙ୍କ ପାଖରେ ପୋଷ୍ଟ ଅଫିସରେ ସେଭିଂ ଆକାଉଣ୍ଟ ଥିବା ଉଚିତ୍ ।

– ଏଥିପାଇଁ ଆପଣଙ୍କ ପାଖରେ ଆଇଡି ପ୍ରୁଫ ପାଇଁ ଆଧାର କାର୍ଡ କିମ୍ବା ପାସପୋର୍ଟ କିମ୍ବା ଭୋଟର କାର୍ଡ କିମ୍ବା ଡ୍ରାଇଭିଙ୍ଗ ଲାଇସେନ୍ସ ଆଦି ଥିବା ଆବଶ୍ୟକ ।

– ଏଥିପାଇଁ ଆପଣଙ୍କୁ ଦୁଇଟି ପାସପୋର୍ଟ ସାଇଜ ଫଟୋ ଦେବାକୁ ପଡ଼ିବ ।

– ଆଡ୍ରେସ ପ୍ରୁଫ ପାଇଁ ସରକାର ଦ୍ଵାରା ଜାରି ଆଇଡି କାର୍ଡ କିମ୍ବା ୟୁଟିଲିଟି ବିଲ ମାନ୍ୟ ଅଟେ ।

– ଏହି ଡକ୍ୟୁମେଣ୍ଟ ନେଇ ଆପଣ ନିକଟସ୍ଥ ପୋଷ୍ଟ ଅଫିସକୁ ଯାଇ ପୋଷ୍ଟ ଅଫିସ ମନ୍ଥଲି ଇନକମ୍ ସ୍କିମର ଫର୍ମ ପୂରଣ କରନ୍ତୁ ।

– ଆପଣ ଏହାକୁ ଅନଲାଇନ୍ ମଧ୍ୟ ଡାଉନଲୋଡ କରିପାରିବେ ।

– ଫର୍ମ ପୂରଣ କରି ଏଥିରେ ନୋମିନିର ନାମ ମଧ୍ୟ ଦିଅନ୍ତୁ ।

– ଏହି ଖାତା ଖୋଳିବା ପାଇଁ ଆରମ୍ଭରେ 1000 ଟଙ୍କା କ୍ୟାସ କିମ୍ବା ଚେକ୍ ମାଧ୍ୟମରେ ଜମା କରିବାକୁ ପଡ଼ିବ ।

Leave A Reply

Your email address will not be published.