ପାକିସ୍ତାନର ଏୟାର ଷ୍ଟ୍ରାଇକ: ଆଫଗାନିସ୍ତାନ ଉପରେ ଏୟାର ଷ୍ଟ୍ରାଇକ କଲା ପାକିସ୍ତାନ, ଏଥିରେ 47 ଜଣଙ୍କ ମୃତ୍ୟୁ

0

Get real time updates directly on you device, subscribe now.

ପୂର୍ବୀ ଆଫଗାନିସ୍ତାନର ଖୋସ୍ତ ଓ କୁନାରରେ ପାକିସ୍ତାନୀ ସେନା ଏୟାର ଷ୍ଟ୍ରାଇକ ଆକ୍ରମଣ କରିଦେଇଛି। ଏହି ଆକ୍ରମଣରେ ଆଫଗାନିସ୍ତାନର 47 ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ଖୋସ୍ତରେ ସୂଚନା ଓ ସଂସ୍କୃତି ବିଭାଗ ନିର୍ଦେଶକ ସବିର ଅହମ୍ମଦ ଉସମାନି କହିଲେ କି, ଖୋସ୍ତର ଦୁରଣ୍ଡ ଲାଇନ ପାଖରେ ପାକିସ୍ତାନ ଏୟାର ଷ୍ଟ୍ରାଇକ କରିବାରୁ 47 ଜଣ ନାଗରିକଙ୍କ ମୃତ୍ୟୁ ହୋଇଛି। ଯେଉଁମାନଙ୍କ ମଧ୍ୟରେ ମହିଳା ଓ ଛୋଟ ପିଲା ସାମିଲ ଥିଲେ ଓ 22 ଜଣ ଆହତ ମଧ୍ୟ ହୋଇଛନ୍ତି।

ପାକିସ୍ତାନୀ ବିଦେଶ ମନ୍ତ୍ରାଳୟ ଜାରି କଲେ ବୟାନ:-

ପାକିସ୍ତାନ ବିଦେଶ ମନ୍ତ୍ରାଳୟ ରବିବାର ଦିନ ଏକ ବୟାନରେ କହିଲେ କି, ବିଗତ ଦିନରେ ପାକ-ଆଫଗାନ ସୀମାରେ ଘଟଣା ବହୁତ ବୃଦ୍ଧି ପାଇଛି। ସୀମା ସେପଟୁ ପାକିସ୍ତାନୀ ସୁରକ୍ଷା ବଳଙ୍କ ଉପରେ ଆକ୍ରମଣ କରାଯାଉଛି। ଦୁର୍ଭାଗ୍ୟକ୍ରମେ, ଟିଟିପି ସହିତ ସୀମାବର୍ତୀ ଅଂଚଳରେ କିଛି ଆତଙ୍କବାଦୀ ସମୂହ ଆକ୍ରମଣରେ ପାକିସ୍ତାନୀ ସେନା ଆହତ ହେଉଛନ୍ତି ଓ କେତେକ ପାକିସ୍ତାନୀ ସୈନ୍ୟ ମୃତ୍ୟୁବରଣ କରିସାରିଲେଣି।

କାବୁଲ ରେ ପାକିସ୍ତାନୀ ରାଜଦୂତଙ୍କୁ ଚେତାବନୀ:-

ପାକିସ୍ତାନ, ତାଲିବାନୀ ଅଧିକାରୀଙ୍କ ପାଖରୁ ଆତଙ୍କବାଦୀଙ୍କ ବିପକ୍ଷରେ କାର୍ଯ୍ୟବାହୀ କରିବାକୁ ଆହ୍ଵାନ କରିଥିଲା। ଏହି ବୟାନ ପାକିସ୍ତାନ ପକ୍ଷରୁ ଆଫଗାନର 6 ଜଣ ନାଗରିକଙ୍କୁ ରକେଟ ମିଶାଇଲ ଦ୍ୱାରା ମାରିବାପରେ ଏକ ଦିନ ପରେ ଆସିଥିଲା। ଏହି ଛଅ ଜଣଙ୍କ ମଧ୍ୟରୁ ପାଞ୍ଚଜଣ ଛୋଟ ପିଲା ଓ ଜଣେ ମହିଳା ସାମିଲ ଥିଲେ। ଆକ୍ରମଣ ବିରୁଦ୍ଧରେ ତାଲିବାନୀ ଅଧିକାରୀ ପାକିସ୍ତାନୀ ରାଜଦୂତଙ୍କୁ ଚେତାଇଥିଲେ।

ତାଲିବାନୀ ନାରାଜ:-

ନିଜର ବୟାନ ମାଧ୍ୟମରେ ପାକିସ୍ତାନ କହିଥିଲା କି, ସେ କେବଳ ଆତଙ୍କବାଦୀଙ୍କୁ ଟାର୍ଗେଟ କରି ଏହା କରିଥିଲା କିନ୍ତୁ ଆଫଗାନିସ୍ତାନ ର ତାଲିବାନୀ ଅଧିକାର ନାରାଜ ହୋଇ କହିଥିଲେ କି, ବିଗତ ବର୍ଷ ଅଗଷ୍ଟ ମାସରୁ ତାଲିବାନୀ ପଦବୀକୁ ଆସିବାପରେ ସୀମା ପାର କରୁଥିବା ଆତଙ୍କବାଦୀଙ୍କ ଉପରେ ଦୃଢ଼ ପଦକ୍ଷେପ ନେଇଛି। ଆଫଗାନିସ୍ତାନରେ ସଂଯୁକ୍ତ ରାଷ୍ଟ୍ର ସହାୟକଙ୍କ କହିବାହେଲା, ଖୋସ୍ତ ଓ କୁନାର ଅଞ୍ଚଳରେ ଏୟାର ଷ୍ଟ୍ରାଇକ ଯୋଗୁଁ ପ୍ରାଣ ହରାଇଥିବା ନାଗରିକ, ଛୋଟ ପିଲା ଓ ମହିଳାଙ୍କ ପାଇଁ UNAMA ବହୁତ ଚିନ୍ତିତ ରହିଛି।

ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ଶତ୍ରୁତା:-

ତାହାରିକ-ଏ-ତାଲିବାନୀ ପାକିସ୍ତାନ (ଟିଟିପି) ଓ ଆଫଗାନିସ୍ତାନ ସୀମାରେ ଥିବା ଏକ ପସ୍ତୁନ ସଶସ୍ତ୍ର ଆତଙ୍କବାଦୀ ସମୂହ ଅଟେ। ସେମାନେ ଆଫଗାନ ତାଲିବାନୀ ସହିତ ଏକ ସମାନ ବିଚାରଧାରା ବ୍ୟକ୍ତ କରିଥାଆନ୍ତି। ତାଲିବାନ ସରକାରଙ୍କ ପ୍ରବକ୍ତା ଜବିହୁଲା ମୁଜାହିଦ କହିଲେ କି, ଏହା ଏକ କ୍ରୁରତା ଅଟେ ଓ ଏହା ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ଶତ୍ରୁତାର ରାସ୍ତା ଖୋଲୁଛି। ଏହାପରେ ସେ କହିଥିଲେ, ପାକିସ୍ତାନକୁ ଏହା ଜଣାଥିବା ଦରକାର ଯେ, ଯଦି ଯୁଦ୍ଧ ଆରମ୍ଭ ହୁଏ ତାହେଲେ ଏହା କୌଣସି ପକ୍ଷ ପାଇଁ ଉଚିତ ହେବନାହିଁ।

Leave A Reply

Your email address will not be published.