ଇଲେକ୍ଟ୍ରିକ ବାହାନ କିଣିବାକୁ ବଜେଟର ନିଅନ୍ତୁ ନାହିଁ ଟେନସନ୍ ! କମ୍ ଡାଉନପେମେଣ୍ଟ ଦେଇ ଘରକୁ ଆଣନ୍ତୁ ଇବି, ଦେଖନ୍ତୁ ଏସବିଆଇର ଖାସ୍ ଅଫର ?

0

Get real time updates directly on you device, subscribe now.

ଦେଶରେ ପେଟ୍ରୋଲ ଓ ଡିଜେଲର ଦର ଆକାଶଛୁଆଁ ହୋଇଛି|ଫଳରେ ବହୁ ଲୋକ ଇବି ଆଡକୁ ଯାଉଛନ୍ତି|ଖାସ କଥା ଏହା ଯେ ଵଡ ଵଡ କମ୍ପାନୀ ଇବିର ଲଞ୍ଚ କରୁଛନ୍ତି|ଯେଉଁଥିରେ ଇ କାର,ଇ ବାଇକ ଓ ଇ ସ୍କୁଟର ସାମିଲ ରହିଛି|ଏଵେ ଦେଖାଯାଏ ତ ଇବିର ମୂଲ୍ୟ ଅଧିକ ରହିଛି ଏଥିପାଇଁ ସମସ୍ତଙ୍କ ପକ୍ଷରେ କିଣିବା ସମ୍ଭବ ନୁହେଁ|ଯଦି ଆପଣ କୌଣସି ଇବି କିଣିବାକୁ ପ୍ଲାନ କରୁଛନ୍ତି ଓ ବଜେଟ କମ ଅଛି ତେବେ ଲୋନ ନେଇ ପାରିବେ|

ପ୍ରକୃତରେ ଦେଶର ସବୁଠାରୁ ବଡ ବ୍ୟାଙ୍କ ଏସବିଆଇ‌ ଇଲେକ୍ଟ୍ରିକାଲ ଭେକିଲ ପାଇଁ ଖାସ ଲୋନ ଅଫର ଦେଉଛନ୍ତି|ଗ୍ରାହକ ୮ ବର୍ଷ ପର୍ଯ୍ୟନ୍ତ ଚୟନ କରି ଇଏମାଇ ଦେଇ ପାରିବେ|ଅଫର‌ ଅନ୍ତର୍ଗତ କିଛି ମଡେଲ ଉପରେ ୧୦୦% ପର୍ଯ୍ୟନ୍ତ ଲୋନ କରାଯାଇ ପାରିବ|ବ୍ୟାଙ୍କ ଲୋନ ଅଫର ଅନ୍ତର୍ଗତ ଲାଗୁଥିବା ସୁଧ ଦର ସାଧାରଣ କାର ଲୋନ ଠାରୁ କମ ଅଟେ|

ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ଦର ଯୋଗୁଁ ଯଦି ଆପଣ ଇଲେକ୍ଟ୍ରିକ‌ କାର କିଣିବାକୁ ଯୋଜନା କରୁଛନ୍ତି ତେବେ ଏସବିଆଇର ଏହି ଲୋନରୁ ଲାଭ ନେଇ ପାରିବେ|

*ଆପଣ ଏସବିଆଇର ଗ୍ରିନ କାର ଲୋନ ଜରିଆରେ ଏହାର ଲାଭ ପାଇ ପାରିବେ|ଏହି ଅଫର ଅନ୍ତର୍ଗତ ସାଧାରଣ କାର ଲୋନ ପରିବର୍ତ୍ତେ ଇଲେକ୍ଟ୍ରିକ ଗାଡି ଉପରେ ଲୋନ ନେଲେ ୦.୨୦% ରିହାତି ମିଳେ|

*ବ୍ୟାଙ୍କ ଆପଣଙ୍କୁ ପ୍ରସୋସିଙ୍ଗ ଫି ମଧ୍ୟ ନେଉନାହାନ୍ତି|ଯଦି ଆପଣ କମ ଇଏମ୍ଆଇ ଲୋନ ନେବାକୁ ଚାହାନ୍ତି ଏଥିପାଇଁ ବ୍ୟାଙ୍କ ଆପଣଙ୍କୁ ୮ ବର୍ଷ ପର୍ଯ୍ୟନ୍ତ ସମୟ ଦେଉଛନ୍ତି|

*ଏହି ଲୋନ ଲାଭ ୨୧ରୁ ୬୭ ବର୍ଷ ବୟସ୍କ ବ୍ୟକ୍ତି ଲାଭ ପାଇ ପାରିବେ|ଏହି ଲୋନ୍ ସେନା, ସୁରକ୍ଷା ବଳ କର୍ମଚାରୀ, ସରକାରୀ କର୍ମଚାରୀ, ବେପାରୀ ଓ କୃଷକ ଲୋକଙ୍କ ପାଇଁ ଉଦ୍ଦିଷ୍ଟ|

*ଏସବିଆଇ ଅନୁସାରେ ସୈନ୍ୟ ବଳର କର୍ମଚାରୀ ଯେଉଁଥିରେ ତାଙ୍କ ସହ କୋ ଏପ୍ଲିକାଣ୍ଟ ସହ ବାର୍ଷିକ ଆୟ ୩ ଲକ୍ଷ ଟଙ୍କା ଅଟେ|ସେମାନେ ଏହି ଲୋନର ଲାଭ ଉଠାଇ ପାରିବେ|

Leave A Reply

Your email address will not be published.