ବ୍ୟକ୍ତି କଟାଇଦେଲେ ନିଜର ଦୁଇ କାନ, କିନ୍ତୁ ଏହା ପଛର କାରଣ ରହିଛି ତାଙ୍କର ଏକ ଖୁସି

0

Get real time updates directly on you device, subscribe now.

ଲୋକମାନେ ତାଙ୍କ ଜୀବନରେ ଅଜବଗଜବ ଜିନିଷ କରିଥାନ୍ତି|କିଛି ଲୋକଙ୍କୁ ନିଜ ସହ ଏକ୍ସପେରିମେଣ୍ଟ୍ କରିବାର ସଉକ ରହିଥାଏ|ଏହି ଜରିଆରେ ସେ ନିଜକୁ ଅନ୍ୟଠାରୁ ଅଲଗା କରିବାକୁ ଚେଷ୍ଟା କରିଥାନ୍ତି|ଜଣେ ବ୍ୟକ୍ତି ନିଜ ଶରୀରରେ ବହୁ ପ୍ରୟୋଗ କରିଛନ୍ତି|ଏଥିରେ ସେ ଏତେସବୁ ପ୍ରୟୋଗ କରିଛନ୍ତି ଯେ ଏବେ ଲୁକ ଡର ଲାଗୁଛି|ସେତେବେଳେ ଅତିଶୟ ହୋଇଗଲା ଯେତେବେଳେ ସେ ନିଜର ଦୁଇ କାନ‌ କଟାଇ ଦେଇଥିଲେ|

ଏହି ବ୍ୟକ୍ତିଙ୍କ ନାମ Michel Faro do Prado ଅଟେ|ସେ ବ୍ରାଜିଲର ବାସିନ୍ଦା ଅଟନ୍ତି|ସେ ଏଥିପାଇଁ କଲେ ଯେ କରୋନା ପ୍ରୋଟୋକଲ ଅନ୍ତର୍ଗତ ମାସ୍କ ଲଗାଇବା ଅନିବାର୍ଯ୍ୟତା ଶେଷ ହୋଇଗଲା|ଏହାପରେ ସେ ଅଧିକ ଖୁସି ଯେ ଦୁଇ କାନ କଟାଇ ଦେଇଛନ୍ତି|

ମାଇକେଲଙ୍କ ଚେହରା ଦେଖିବା ପରେ ଲୋକମାନେ ଡରି ଯାଆନ୍ତି|ସେ ନିଜ ଶରୀରରେ ଡର୍ଜନରୁ ଅଧିକ ଟାଟୁ କରିଛନ୍ତି|ସେ ବହୁ ଜାଗା ପିୟାସିଙ୍ଗ ମଧ୍ୟ କରିଛନ୍ତି|ସେ ଦୁଇ ଦାନ୍ତକୁ ମଧ୍ୟ ଅଜଵ ତରିକାରେ କଷ୍ଟମାଇଜ କରିଛନ୍ତି|

ସୋସିଆଲ ମିଡିଆରେ ଯେତେବେଳେ ସେ ନୂଆ ଲୁକ୍ ର ଫଟୋ ସେୟାର କରିଥିଲେ ସବୁ ଦେଖିକି ଆଶ୍ଚର୍ଯ୍ୟ ହୋଇଗଲେ|ଏଥିରେ ସେ ବିନା କାନରେ ଦେଖା ଯାଉଛନ୍ତି|ଲୋକମାନେ ପ୍ରଶ୍ନ କରିଛନ୍ତି ଏଭଳି କାହିକି କଲେ ?

ବହୁ ଲୋକ ତାଙ୍କ ମଜାକ ମଧ୍ୟ ବନାଇଲେ|କିଛି କହିଲେ ଆଶା କରାଯାଏ ଏଥର ତାଙ୍କୁ କ୍ରିସମାସରେ କୈାଣସି ଏୟାରପଡ୍ସ ବା ଇଅରବଡ ଗିଫ୍ଟ ଦେବନାହିଁ|ଆଉଜଣେ ଲେଖିଛନ୍ତି ପ୍ରକୃତରେ ମୁଁ ଜାଣି ପାରୁନାହିଁ ପ୍ରକୃତରେ ବ୍ୟକ୍ତି ଶରୀର ସହ ଏତେ ଛିନଭିନ କିପରି କରିପାରେ?

ମାଇକେଲକୁ ସଡକରେ ଯାଉଥିବା ଦେଖି ଲୋକମାନେ ଅଟକି ଯାଇଥାନ୍ତି|ତାଙ୍କ ନିକନେମ୍ ଲୋକମାନେ ‘HUMAN SATAN’ ରଖିଛନ୍ତି|ମାଇକେଲ କହନ୍ତି “ମୋତେ ଲାଗେ ଯେ ଏକ ରାକ୍ଷସ ଫଟୋ ସୁନ୍ଦର ହୋଇଥିବ”|ତାଙ୍କ ପରିବାର ଓ ବନ୍ଧୁମାନେ ତାଙ୍କୁ ପ୍ରେରିତ କରିଥାନ୍ତି|

ମାଇକେଲ ପେଶାରେ ଟାଟୁ ଆର୍ଟିଷ୍ଟ ଅଟନ୍ତି|ନିଜ ଫଟୋ ଓ ହୃଦୟର କଥା ଜଣାଇବାକୁ ସେ ଇନଷ୍ଟା ବ୍ୟବହାର କରିଥାନ୍ତି|ତାଙ୍କୁ ଇନଷ୍ଟାରେ ୧ ଲକ୍ଷ ୨୬ ହଜାର ଲୋକ ଫଲୋ କରୁଛନ୍ତି|

Leave A Reply

Your email address will not be published.