ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟକୁ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ପଠାଇଲେ ଚିଠି; କ’ଣ ଲେଖିଛନ୍ତି ଜାଣନ୍ତୁ

0

Get real time updates directly on you device, subscribe now.

ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ରବିବାର ଦିନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି, ସେ ଯେଉଁଥିରେ ଭାରତ ଏବଂ ପାକିସ୍ଥାନ ପାଇଁ ‘ପାରସ୍ପରିକ ଶାନ୍ତି ଏବଂ ସମୃଦ୍ଧିର ସ୍ୱାର୍ଥରେ’ ଜମ୍ମୁ କାଶ୍ମୀରର ବିବାଦ ପାଇଁ ସମାଧାନ ପାଇଁ ଆହ୍ୱାନ କରିଛନ୍ତି। ବାସ୍ତବରେ ଶାହବାଜ ସରିଫ ପାକିସ୍ତାନର ୨୩ ତମ ପ୍ରଧାନମନ୍ତ୍ରୀ ଭାବରେ ନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ, ଏପ୍ରିଲ ୧୧ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ନିଜେ ଟ୍ୱିଟ କରି ସରିଫଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେହି ଚିଠିରେ ପ୍ରଧାନମନ୍ତ୍ରୀ ଆତଙ୍କମୁକ୍ତ ଅଞ୍ଚଳ ବିଷୟରେ କହିଥିଲେ। ଏହାର ଉତ୍ତରରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ମଧ୍ୟ ଏକ ଚିଠି ଲେଖି ନିଜର ପ୍ରତିକ୍ରିୟା ଦେଇଛନ୍ତି।

ସରିଫ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ପାଇଁ ଧନ୍ୟବାଦ ଜଣାଇଇଛନ୍ତି। ଏହା ପରେ ସରିଫ ଲେଖିଛନ୍ତିକି, ‘ମୁଁ କହିବାକୁ ଚାହେଁକି ଆଞ୍ଚଳିକ ଶାନ୍ତି ଏବଂ ନିରାପତ୍ତାକୁ ବଜାୟ ରଖିବା ପାଇଁ ପାକିସ୍ତାନ ମଧ୍ୟ ପ୍ରତିବଦ୍ଧ ଅଟେ। ଆତଙ୍କବାଦ ମୁକାବିଲା ତଥା ବିଲୋପ କରିବାରେ ଆମର ବଳିଦାନ ଏବଂ ଅବଦାନ ବିଶ୍ୱ ସ୍ତରରେ ଜଣାଶୁଣା ଅଟେ।”

‘ଆମେ ବିଶ୍ୱାସ କରୁଛୁଯେ ଆମ ଲୋକ ତଥା ଅଞ୍ଚଳର ପ୍ରଗତି ତଥା ସାମାଜିକ-ଅର୍ଥନୈତିକ ଉନ୍ନତି କରିବା ପାଇଁ ପାକିସ୍ଥାନ ଏବଂ ଭାରତ ମଧ୍ୟରେ ଶାନ୍ତିପୂର୍ଣ୍ଣ ତଥା ସହଯୋଗୀ ସମ୍ପର୍କ ଆବଶ୍ୟକ ଅଟେ। ଜମ୍ମୁ କାଶ୍ମୀରର ମୂଳ ପ୍ରସଙ୍ଗ ସମେତ ଅନ୍ୟ ସମସ୍ତ ବିବାଦର ଅର୍ଥପୂର୍ଣ୍ଣ ଯୋଗଦାନ ଏବଂ ଶାନ୍ତିପୂର୍ଣ୍ଣ ସମାଧାନ ମାଧ୍ୟମରେ ଏହାକୁ ସର୍ବୋତ୍ତମ ଭାବରେ ହାସଲ ହୋଇପାରିବ। ଆସନ୍ତୁ ଶାନ୍ତି ସୁନିଶ୍ଚିତ କରିବା ଏବଂ ଆମ ଲୋକମାନଙ୍କ ପ୍ରଗତି ଏବଂ ସମୃଦ୍ଧତା ପାଇଁ କାର୍ଯ୍ୟ କରିବା।’

ପାକିସ୍ତାନର ୨୩ ତମ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ହେଇଛନ୍ତି।

ପାକିସ୍ତାନ ମୁସଲିମ ଲିଗ (ଏନ) ନେତା ଶାହବାଜ ସରିଫ ପାକିସ୍ତାନର ୨୩ ତମ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ମିଳିତ ହୋଇ ବିରୋଧୀ ଦଳ ଶାହାବାଜ ସରିଫଙ୍କୁ ନିଜର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିଥିଲେ। ଶାହବାଜ ସରିଫ ଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଶାହବାଜ ସରିଫ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କର ଭାଇ। ସୋମବାର ଦିନ ପାକିସ୍ତାନର ସଂସଦ ଶାହବାଜ ସରିଫଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ମନୋନୀତ କରାଯାଇଛି। ତାଙ୍କ ସପକ୍ଷରେ ୧୭୪ଟି ଭୋଟ ଦିଆଯାଇଥିଲା। ଏହା ସହିତ ଇମ୍ରାନ ଖାନ ଏବଂ ତାଙ୍କର ଦଳର ପିଟିଆଇର ସାଂସଦମାନେ ସେଠାରେ ଉପସ୍ଥିତ ନଥିଲେ। ପିଟିଆଇ ସମଗ୍ର ପ୍ରକ୍ରିୟାର ବହିଷ୍କାର କରିଥିଲା।

Leave A Reply

Your email address will not be published.