ଭଡାରେ ମିଳୁଛି AC : 915 ଟଙ୍କାରେ ଗରମକୁ ଦୂର କରନ୍ତୁ,ଏହି ପ୍ଲାଟଫର୍ମରୁ ଘରକୁ ଆଣନ୍ତୁ AC !

0

Get real time updates directly on you device, subscribe now.

Rent an AC at Low Cost from these Platforms: ବର୍ତ୍ତମାନ ସମୟରେ ବହୁତ୍ ଗରମ ହେଉଛି ଏବଂ ସୂର୍ଯ୍ୟର ତାପମାତ୍ରା ଖୁବ୍ ବଢ଼ିବାରେ ଲାଗିଛି । ତେଣୁ ଏପରି ପରିସ୍ଥିତିରେ ଘରେ ଏସି ଏବଂ କୁଲର ଦରକାର୍ ହେଉଛି । ଆଜି ଆମେ ଆପଣଙ୍କୁ ଏପରି କିଛି ମୋବାଇଲ ଆପ ଏବଂ ପ୍ଲାଟଫର୍ମ ବିଷୟରେ କହିବାକୁ ଯାଉଛୁ, ଯେଉଁଠାରୁ ଆପଣ ବହୁତ୍ ଶସ୍ତାରେ ଏସି ରେଣ୍ଟରେ ଆଣିପାରିବେ । ଆସନ୍ତୁ ଜାଣିବା ଯେ ଏହା କେଉଁ ପ୍ଲାଟଫର୍ମ ଏବଂ ଆପଣ କେତେ ମୂଲ୍ୟରେ ଏଠାରୁ ଏସି ଆଣିପାରିବେ ।

FairRent :-

ଏହି ପ୍ଲାଟଫର୍ମରେ ଆପଣଙ୍କୁ ବହୁତ୍ ଗୁଡ଼ିଏ ଅପ୍ସନ୍ ମିଳିଯିବ, ଯେଉଁଥିରେ ୱିଣ୍ଡୋ ଏସି ଏବଂ ସ୍ପ୍ଲିଟ ଏସି ସାମିଲ ଥିବ । ଆପଣଙ୍କୁ କହିରଖୁଛୁ ଯେ ଏହି ପ୍ଲାଟଫର୍ମରୁ ଆପଣ 0.75 ଟନର ୱିଣ୍ଡୋ ଏସିକୁ ମାସକୁ 915 ଟଙ୍କା ଲେଖାଏଁ ଭଡ଼ା ଦେଇ ନେଇପାରିବେ । ଗୋଟିଏ ଟିନର ସ୍ପ୍ଲିଟ ଏସିକୁ ଆପଣଙ୍କୁ ମାସକୁ 1375 ଟଙ୍କା ହିସାବରେ ନେବାକୁ ପଡିବ । ଏଠାରେ ଆପଣଙ୍କୁ ଫ୍ରି ଇନଷ୍ଟଲେଶନ ମିଳିଥାଏ ଏବଂ ଏସି ସହିତ ଆସୁଥିବା ଷ୍ଟେବିଲାଇଯର ପାଇଁ ମଧ୍ୟ ଆପଣଙ୍କୁ ଏକ୍ସଟ୍ରା ପଇସା ଦେବାକୁ ପଡ଼ିବ ନାହିଁ ।

RentMojo :-

ଏହା ଏମିତି ଗୋଟିଏ ପ୍ଲାଟଫର୍ମ ଅଟେ, ଯେଉଁଠାରୁ ଆପଣ ଚେୟାର ଟେବୁଲ୍ ଠାରୁ ନେଇ ଇଲେକ୍ଟ୍ରୋନିକ ଉପକରଣ ପର୍ଯ୍ୟନ୍ତ ସବୁ କିଛି ରେଣ୍ଟରେ ନେଇପାରିବେ । ଏହାକୁ ମୋବାଇଲ ଆପ ଏବଂ ୱେବସାଇଟ ଉଭୟ ପ୍ରକାରେ ବ୍ୟବହାର କରାଯାଇପାରେ ଏବଂ ଏହି ପ୍ଲାଟଫର୍ମ ଆଣ୍ଡ୍ରଏଡ ଏବଂ iOS ଉଭୟ ପ୍ରକାରର ୟୁଜରଙ୍କ ପାଇଁ ରହିଛି । RentMojo ରୁ ଆପଣ ଏକ ଟନର ଏସିକୁ କେବଳ 1219 ଟଙ୍କାର ମାସିକ ମୂଲ୍ୟରେ ଭଡ଼ାରେ ନେଇପାରିବେ, ଯେଉଁଥିରେ ରିଲୋକେସନ, ଅପଗ୍ରେଡ, ଇନଷ୍ଟଲେଶନ ଏବଂ ମେଣ୍ଟେନାନ୍ସ ସବୁ ସାମିଲ ରହିଛି ।

CityFurnish :-

CityFurnish ମଧ୍ୟ ଫର୍ଣିଚର୍ ଏବଂ ଅପ୍ଲାଇଏନସେଜର ଚମତ୍କାର ରେଣ୍ଟଲ ସର୍ଭିସ ଅଟେ । ଏଠାରେ ଆପଣଙ୍କୁ କେବଳ ଗୋଟିଏ 1.5 ଟନର ୱିଣ୍ଡୋ ଏସି ମିଳିବ, ଯାହାକୁ ଆପଣ ମାସିକ 1569 ଟଙ୍କା ହିସାବରେ ଭଡ଼ାରେ ନେଇପାରିବେ । ଇନଷ୍ଟଲେଶନର ପଇସା ଏଠାରେ ଆପଣଙ୍କୁ ଅଲଗା ଦେବାକୁ ପଡ଼ିବ ଏବଂ ଏସି ଭଡ଼ାରେ ନେବା ସମୟରେ ଗୋଟିଏ ସିକ୍ୟୁରିଟି ଡିପୋଜିଟ ଦେବାକୁ ପଡ଼ିବ, ଯାହାକୁ ଆପଣ ପରେ ଫେରାଇ ନେଇପାରିବେ ।

Leave A Reply

Your email address will not be published.