ଭୟାନକ ତ୍ରିକୋଣୀୟ ପ୍ରେମ : ପ୍ରେମିକା ଓ ସାଙ୍ଗ ନାଁରେ ଏମିତି ସୁଇସାଇଡ୍ ନୋଟ୍ ଲେଖି ଆତ୍ମହତ୍ୟା କଲେ ଦିଗବିଜୟ

0

Get real time updates directly on you device, subscribe now.

ସାଙ୍ଗକୁ ବଡ ଭାଇ ବୋଲି ଭାବିଥିଲେ, ସବୁଥିରେ ଅଗ୍ରାଧିକାର ମଧ୍ୟ ଦେଇଥିଲେ। ନିଜର ସୁଖ ଆଉ ଦୁଃଖର ସାଥି ଭାବିଥିଲି, କିନ୍ତୁ ସେହି ସାଙ୍ଗ ଆଜି ଦୁଃଖ ଦେଇଦେଲା। ଶେଷରେ ନିଜର ପ୍ରେମିକା ମଧ୍ୟ ସେହି ସାଙ୍ଗର ହୋଇଗଲା। ପରେ ସବୁ କିଛି ଜାଣିବା ପରେ ମାନସିକ ଭାରସାମ୍ୟ ହରାଇ ଶନିବାର ଦିନ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ତେନ୍ତୁଳିଗଢିଆ ଗାଁ ଜଣେ ଯୁବକ ଆତ୍ମହତ୍ୟା କରିଦେଇଛନ୍ତି। ସୁଇସାଇଡ଼ ନୋଟରେ ସବୁକଥାକୁ ଲେଖି ପ୍ରେମିକା ଓ ସାଙ୍ଗ ଦୁଇ ଜଣଙ୍କୁ ଛାଡିବ ନାହିଁ ବୋଲି ସେ ଲେଖି ଯାଇଛନ୍ତି।

ସୂଚନା ଅନୁସାରେ, ଭଦ୍ରକ ଗ୍ରାମାଞ୍ଚଳ ଥାନା ତେନ୍ତୁଳିଗଢିଆ ଗାଁର ଜଣେ ୨୨ ବର୍ଷୀୟ ଯୁବକ ଦିଗବିଜୟ ସ୍ୱାଇଁ ଆତ୍ମହତ୍ୟା କରିଛନ୍ତି। ଡିପ୍ଲୋମା ପାଠ ପଢା ସାରିବା ପରେ ସେ ଘରେ ରହୁଥିଲେ। କିଛି ଦିନ ହେବ ନିଜର ପ୍ରେମ ସମ୍ପର୍କ ପାଇଁ ସେ ବିଷାଦରେ ରହୁଥିଲେ। ଶନିବାର ଦିନ ବିଳମ୍ବିତ ରାତିରେ ଦିଗବିଜୟଙ୍କର ସାଙ୍ଗ ଜଗନ ତାଙ୍କର ବଡବାପାଙ୍କୁ ଫୋନ ଯୋଗେ ଏକ ସୁସାଇଡ଼ ନୋଟ କଥା କହିଥିଲେ। ପରେ ପରିବାର ଲୋକ ଜଗନଙ୍କ ମୋବାଇଲରେ ଏମିତି ଏକ ନୋଟ ଦେଖିଥିଲେ ଯାହାକି ଅନ୍ୟ ଗୋଟିଏ ନମ୍ବରରୁ ଆସିଥିଲା। ପରେ ଦିଗବିଜୟଙ୍କର ରୁମକୁ ଯାଇ ଦେଖିବା ବେଳକୁ ତାଙ୍କର ମୃତଦେହ ସେହି ରୁମ ଭିତରେ ଝୁଲୁଥିଲା।

ସେ ଏକ ଶାଢୀରେ ବେକରେ ଫାସ ଲଗାଇ ଦିଗବିଜୟ ସ୍ୱାଇଁ ଆତ୍ମହତ୍ୟା କରି ଦେଇଛନ୍ତି। ତେବେ ପୁଅର ମୋବାଇଲ ଭାଙ୍ଗିବା ସହିତ ଜଗନ ସେହି ସୁଇସାଇଡ ନୋଟ ଗାଏବ କରିଥିବା ଦିଗବିଜୟଙ୍କର ପରିବାର ଲୋକ କହିଛନ୍ତି। ଏ ବିଷୟରେ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ ମଧ୍ୟ ହୋଇଛି। ଜଗନଙ୍କ ନିକଟରେ ଥିବା ଚିଠିରେ ଏହି ଆତ୍ମହତ୍ୟା ପ୍ରେମ ଓ ପ୍ରତାରଣା ପାଇଁ ହୋଇଥିବ ବୋଲି ଜଣାପଡୁଛି।

ସୁଇସାଇଡ୍ ନୋଟରେ କଣ ଲେଖା ହୋଇଛି?:-

ବାପା ମା ମୋତେ କ୍ଷମା କରିଦେବ। ମୁଁ ଯାହାକୁ ନିଜର ବୋଲି ଭାବିଥିଲି ସେ ହି ମୋର ଜୀବନକୁ ନଷ୍ଟ କରିଦେଲା। ସେ ମୋତେ ସମାଜରେ ବଞ୍ଚିବାକୁ ଦେଲାନାହିଁ। କେତେ ନିନ୍ଦା ଅପବାଦ ସହିବି, ଶେଷରେ ମୁଁ ଥକିପଡିଛି। ସବୁ ଶୁଣି ଶୁଣି କେହି ମୋର ନିଜର ମଧ୍ୟ ହେଲେ ନାହିଁ। ପଇସା ପାଇଁ ମୋତେ ସବୁ ପର କରିଦେଲେ। କାହାକୁ କହିବି ଏ ଦୁଃଖ କଥା ସବୁ। ଆପଣା ଭାବି ଜଗନକୁ ମୁଁ ବଡଭାଇ ଭଳି ମାନୁଥିଲି। ସିଏ ଶେଷକୁ ଗୋଟେ ଝିଅ ପାଇଁ ମୋତେ ଭୁଲିଗଲା। ଆଉ ମୁଁ ହାରିଗଲି ଅନିତା ଦାସ। ଯାହାକୁ ମୁଁ ଜୀବନ ଠାରୁ ଅଧିକ ଭଲ ପାଏ, ସିଏ ମୋତେ ଭୁଲି ଜଗନର ହୋଇଗଲା। ଏଇୟା କଣ ମୋ କ୍ୟାରେକ୍ଟର ଥିଲା। ବାସ୍ତବରେ ମୋର ବୁଝିବା ଭୁଲ ଥିଲା। ମୁଁ ଆଉ କିଛି କରି ପାରିଲିନି। ମୁଁ ଏକା ତୁମମାନଙ୍କୁ ଛାଡି ବହୁ ଦୂରକୁ ଚାଲିଯାଉଛି। ଆଉ ଯାହା ସବୁ ଡିଟେଲସ ମୋ ମୋବାଇଲରୁ ପାଇଯିବ। ମୋତେ ଜଗନ ଆଉ ଅନିତା ମିଶି ମରିବା ପାଇଁ ବାଧ୍ୟ କରିଛନ୍ତି। ଏତିକି କହି ରହୁଛି ବାପା। Love you bapa । ବାପା ଏହି ଦୁଇ ଜଣକୁ ଆଦୌ ଛାଡିବ ନାହିଁ। ଏମିତି କଷ୍ଟ ଦେବ ଯେମିତି ଆଗାମୀ ଥର ଏମିତି କରିବାକୁ ସାହସ କରିବେ ନାହିଁ।

Leave A Reply

Your email address will not be published.