ବାରମ୍ବାର କାମୁଡିବା ପାଇଁ ଆସୁଛି ନାଗୁଣୀ, ଏହି କୃଷକଙ୍କ ଦ୍ଵାରା ହୋଇଯାଇଥିଲା ଗୋଟିଏ ବଡ ଭୁଲ, ବର୍ତ୍ତମାନ ସୁଦ୍ଧା 7 ଥର କାମୁଡିଲାଣି !

0

Get real time updates directly on you device, subscribe now.

ଉତ୍ତରପ୍ରଦେଶରେ ଥିବା ରାମପୁରର ମିର୍ଜାପୂରରୁ ଗୋଟିଏ ଅଲଗା ପ୍ରକାରର ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ କୃଷକଙ୍କ ପଛରେ ଗୋଟିଏ ନାଗୁଣୀ ପଡ଼ିଯାଇଛି ଏବଂ ତାଙ୍କୁ ଯେଉଁଠି ଦେଖୁଛି ସେଇଠି କାମୁଡି ଦେଉଛି । ବର୍ତ୍ତମାନ ସୁଦ୍ଧା ତାଙ୍କୁ ସେହି ନାଗୁଣୀ ସାତ ଥର କାମୁଡି ସାରିଲାଣି ଏବଂ ସେ ସବୁ ଥରକ ବଞ୍ଚିଯାନ୍ତି । ଲୋକମାନେ କହିଛନ୍ତି ଯେ ତାଙ୍କ ଦ୍ଵାରା ଗୋଟିଏ ବଡ ଭୁଲ ହୋଇଯାଇଥିଲା, ଯାହାର ଦଣ୍ଡ ତାଙ୍କୁ ମିଳୁଛି ।

ସାପ ସହିତ ଶତ୍ରୁତା ଥିବାର ଏହି ବ୍ୟକ୍ତିଙ୍କ ନାମ ଏହସାନ ଅଟେ । ସେ କୁଆଡେ ବି ଗଲେ ସେହି ନାଗୁଣୀ ମିଳିଯାଏ । ଏହସାନ ବୁଝି ପାରୁନାହାନ୍ତି ଯେ ପ୍ରକୃତରେ କଣ୍ ହେଉଛି । ବର୍ତ୍ତମାନ ସୁଦ୍ଧା ନାଗୁଣୀ ତାଙ୍କୁ 7 ଥର କାମୁଡ଼ିଛି । ତଥାପି ଯେମିତି ବି ହେଉ ତାଙ୍କ ଜୀବନ ବଞ୍ଚି ଯାଉଛି । ନାଗୁଣୀ କାମୁଡିବା ମାତ୍ରେ ସେ ହସ୍ପିଟାଲ୍ ଦୌଡ଼ିଯାନ୍ତି ।

ହୋଇଯାଇଥିଲା ଏହି ବଡ ଭୁଲ :-

ବର୍ତ୍ତମାନ ଆପଣ ଭାବୁଥିବେ ଯେ ପ୍ରକୃତରେ ଏହସାନଙ୍କ ସହିତ ନାଗୁଣୀର କି ଶତ୍ରୁତା ହୋଇଯାଇଛି । ତେବେ ଏହସାନ କହିଛନ୍ତି ଯେ ପ୍ରାୟ ସାତ ମାସ ପୂର୍ବରୁ ଦୁଇଟି ନାଗ ସାପ ତାଙ୍କ ଉପରକୁ ଆକ୍ରମଣ କରି ଦେଇଥିଲେ । ସେ ନିଜକୁ ବଞ୍ଚାଇ ଦେଲେ ଏବଂ ଗୋଟିଏ ନାଗ ସାପକୁ ବାଡ଼ିରେ ପିଟି ପିଟି ମାରିଦେଲେ । କିନ୍ତୁ ଅନ୍ୟ ସାପଟି ସେଠାରୁ ବଞ୍ଚି ପଳାଇ ଯାଇଥିଲା ।

ସେ ମରି ଯାଇଥିବା ସାପକୁ ସେଇଠି ପୋତି ଦେଇଥିଲା । ଗାଁ ଲୋକେ କହିଛନ୍ତି ଯେ ତାର ଏହି ଭୁଲ ତାକୁ ଭାରି ପଡ଼ିଗଲା । ଗ୍ରାମବାସୀ ମାନେ କହିଛନ୍ତି ଯେ ଏହି କାରଣରୁ ସେ ଏହସାନଙ୍କୁ ବାରମ୍ବାର କାମୁଡୁଛି । ସେ ନିଜ ନାଗର ପ୍ରତିଶୋଧ ନେବାକୁ ଚାହୁଁଛି । ଏହସାନ କହିଛନ୍ତି ଯେ ସେ ବର୍ତ୍ତମାନ ସୁଦ୍ଧା ସେହି ନାଗୁଣୀର ସାତ ଥର ଶିକାର ହୋଇଛନ୍ତି । କାମୁଡିବା ମାତ୍ରେ ହିଁ ସେ ପଳାଇ ଯାଆନ୍ତି ।

ଭୟରେ ଜୀବନ ବିତାଉଛନ୍ତି ଏହସାନ :-

ଏହସାନ ଗୋଟିଏ କୃଷି ଫାର୍ମରେ ଜବ କରନ୍ତି । ସେ କହିଛନ୍ତି ଯେ ତାଙ୍କର ଚାରିଟି ଛୋଟ ଛୋଟ ପିଲା ମଧ୍ୟ ଅଛନ୍ତି । ସେ ଜାଣିନାହାନ୍ତି ଆଗକୁ କଣ୍ ହେବ ଏବଂ ସେ ନିଜ ପିଲାମାନଙ୍କ ଭବିଷ୍ୟତ ପାଇଁ ଚିନ୍ତିତ । ସେହିପରି ଫାର୍ମ ମାଲିକ ସତେନ୍ଦ୍ର କହିଛନ୍ତି ଯେ ସେ ଯୁଆଡେ ବି ଯାଏ, ତାକୁ ସାପ କାମୁଡି ଦିଏ । ଏହି କାରଣରୁ ସେ ବହୁତ୍ ଚିନ୍ତାରେ ରହୁଛି ।

ସତେନ୍ଦ୍ର କହିଛନ୍ତି ଯେ ଏହସାନ ନଗମାନଙ୍କ ସହିତ ଶତ୍ରୁତା କରିଛନ୍ତି । ସେ ଏହାର ପରିଣାମ ବର୍ତ୍ତମାନ ଭୋଗୁଛି । ସେହିପରି ଏହି ଅଜବ ଗଜବ ଘଟଣା ଗାଁରେ ଚର୍ଚ୍ଚାର ବିଷୟ ପାଲଟିଛି । ଯିଏ ବି ଏହି ଘଟଣାକୁ ଶୁଣିଛି, ସେ ଆଶ୍ଚର୍ଯ୍ୟ ହୋଇଛି । କୃଷକ ଏବଂ ନାଗର ଶତ୍ରୁତାରେ ଭଗବାନ ଦୁହିଁଙ୍କ ସହିତ ଅଛନ୍ତି, କିନ୍ତୁ କିଏ ଜିତିବ ଏଇଟା କେହି ବି ଜାଣିନାହାନ୍ତି ।

Leave A Reply

Your email address will not be published.