ବିଜନେସ ଆଇଡିଆ : ଏହି ବିଜନେସ ଦ୍ଵାରା ଘରେ ବସି ମାସକୁ ରୋଜଗାର କରନ୍ତୁ 1 ଲକ୍ଷ ଟଙ୍କା, ବର୍ଷ ବର୍ଷ ଧରି ଚାଲିବ ଏହି ବ୍ୟବସାୟ ! ଜାଣନ୍ତୁ ଏହି ବିଜିନେସ ବିଷୟରେ ସମ୍ପୂର୍ଣ ସୂଚନା !

0

Get real time updates directly on you device, subscribe now.

ଆଜି ଆମେ ଯେଉଁ ବିଜନେସ ବିଷୟରେ କହିବାକୁ ଯାଉଛୁ, ତାହା ହେଉଛି ନାପକିନ ପେପର କିମ୍ବା ଟିସୁ ପେପର ବିଷୟରେ । ତେବେ ଏହି ଟିସୁ ପେପର ୟୁରୋପୀୟ ଦେଶ ସହିତ କିଛି ଦେଶରେ ବହୁଳ ପରିମାଣରେ ବ୍ୟବହାର କରାଯାଏ । ଏହାସହିତ ଆମ ଭାରତରେ ମଧ୍ୟ ୟୁରୋପୀୟ ଦେଶ ଭଳି ଟିସୁ ପେପରକୁ ଅଧିକ ବ୍ୟବହାର କରାଯାଏ, କିନ୍ତୁ ଏଠାରେ ମଧ୍ୟ ଏହାର ବହୁତ୍ ବଡ ବଜାର ରହିଛି । ଭାରତରେ ଟିସୁ ପେପର ଅର୍ଥାତ୍ ନାପକିନକୁ ବହୁତ୍ ବ୍ୟବହାର କରାଯାଏ ଏବଂ ଏହାର ମାର୍କେଟ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି ।

ଭଲ କଥା ହେଉଛି ଯେ ବ୍ରାଣ୍ଡ ନାମର ନାପକିନ ସହିତ ଭାରତୀୟ ବଜାରରେ ସ୍ଥାନୀୟ ଉତ୍ପାଦର ମଧ୍ୟ ବହୁତ୍ ବ୍ୟବହାର ହୋଇଥାଏ । ଏହି କାରଣରୁ ପେପର ନାପକିନ ପ୍ଲାଣ୍ଟ ସ୍ଥାପନ କରିବା ଗୋଟିଏ ଆକର୍ଷଣୀୟ ସଉଦା ହୋଇପାରେ ଏବଂ ଆପଣ ଏହାକୁ ସ୍ଥାନୀୟ ସ୍ତରରେ ଉପଲବ୍ଧ କରାଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ । ଆସନ୍ତୁ ଜାଣିବା ଏହାର ବିଜନେସ କିପରି ଆରମ୍ଭ କରିବା, ଏଥିପାଇଁ କେତେ ନିବେଶ କରିବାକୁ ପଡ଼ିବ । ଆପଣଙ୍କୁ ସରକାରଙ୍କ ଠାରୁ କେଉଁ ପ୍ରକାରର ସହାୟତା ମିଳିପାରେ ଏବଂ କେତେ ଲାଭ ମିଳିପାରେ ।

ଗୋଟିଏ ନାପକିନ ମେସିନ କେତେ ଟଙ୍କାରେ କିଣିପାରିବେ ?

ସୂଚନା ଅନୁଯାୟୀ, ପେପର ନାପକିନ ତିଆରି କରିବାର ମେସିନ 5 ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଥାଏ । ଯଦି ଆପଣ ସେମି – ଅଟୋମେଟିକ ମେସିନ କିଣନ୍ତି, ତେବେ ତାହା 5-6 ଲକ୍ଷ ଟଙ୍କାରେ ମିଳିଯିବ ।

ଏହାର ଚାରିରୁ ପାଞ୍ଚ ଇଞ୍ଚର ନାପକିନ ସିଟ ତିଆରି କରିବାର କ୍ଷମତା ଘଣ୍ଟା ପିଛା 100 ରୁ 500 ପିସ ହୋଇଥାଏ । ଯଦି ଆପଣ ଗୋଟିଏ ବଡ ବିଜନେସ ଆରମ୍ଭ କରିବାକୁ ଚାହାନ୍ତି, ତେବେ ଗୋଟିଏ ସମ୍ପୂର୍ଣ୍ଣ ଭାବରେ ସ୍ୱଚାଳିତ ମେସିନ 2,500 ରୋଲ୍ ପ୍ରତି ଘଣ୍ଟା କ୍ଷମତା ସହିତ 10-11 ଲକ୍ଷ ଟଙ୍କାରେ ଉପଲବ୍ଧ ରହିଛି ।

ମୁଦ୍ରା ଲୋନ ଦ୍ଵାରା କିଛି ଲକ୍ଷ ସାହାଯ୍ୟ ମିଳିପାରେ :-

ଯଦି ଆପଣଙ୍କ ପାଖରେ କିଛି ପଇସା ଅଛି ଏବଂ ଆପଣ ମୁଦ୍ରା ଯୋଜନା ଅଧୀନରେ ଲୋନ ପାଇଁ ଆବେଦନ କରନ୍ତି, ତେବେ ଆପଣଙ୍କୁ 3.10 ଲକ୍ଷ ଟଙ୍କାର ଲୋନ ଏବଂ 5.30 ଲକ୍ଷ ଟଙ୍କାର ଅପରେଟିଙ୍ଗ ଲୋନ ମିଳିପାରେ । ଏହିପରି ଆପଣଙ୍କୁ 12 ଲକ୍ଷ ଟଙ୍କାର ସାହାଯ୍ୟ ମିଳିଯାଏ, ଯାହାକୁ ନେଇ ସହଜରେ ବିଜନେସ ଆରମ୍ଭ କରାଯାଇପାରେ ।

ଗୋଟିଏ ଛୋଟ ପ୍ଲାଣ୍ଟ କରି ନାପକିନ ପେପର ଉତ୍ପାଦନ ଖୁବ୍ ସହଜରେ କରାଯାଇପାରିବ । ପ୍ରତି ବର୍ଷ 1.50 ଲକ୍ଷ କିଲୋଗ୍ରାମ ପର୍ଯ୍ୟନ୍ତ ନାପକିନ ପେପର । ନାପକିନ ପେପର ବଜାରରେ ସହଜରେ ପ୍ରତି କିଲୋ ପିଛା 65 ଟଙ୍କାରେ ବିକ୍ରି ହୁଏ । ଏହିପରି ଆପଣ ସହଜରେ ପ୍ରତିବର୍ଷ ପ୍ରାୟ 1 କୋଟି ଟଙ୍କାର ଲାଭ ରୋଜଗାର କରିପାରିବେ । ଯଦି ଉପକରଣ, ମେସିନରେ ହୋଇଥିବା ବିନିଯୋଗ ଏବଂ ଋଣର କିସ୍ତିକୁ ହଟାଇ ଦିଆଯାଏ, ତେବେ ପ୍ରଥମ ବର୍ଷରେ ହିଁ ଏହି ବିଜନେସରେ 10-12 ଲକ୍ଷ ଟଙ୍କାର ସଞ୍ଚୟ କରାଯାଇପାରିବ ।

Leave A Reply

Your email address will not be published.