IPL: ଲିଗ ମଧ୍ୟରେ ଟିମ୍ ଇଣ୍ଡିଆକୁ ବଡ ଝଟକା, ଅନେକ ମାସ ପର୍ଯ୍ୟନ୍ତ କ୍ରିକେଟ ଠାରୁ ଦୂରରେ ରହିବେ ଏହି ଷ୍ଟାର ଖେଳାଳି ?

0

Get real time updates directly on you device, subscribe now.

IPL 2022 : ଆଇପିଏଲ ସିଜିନ 15 ରୁ ବାହାରିଥିବା ଭାରତ ଏବଂ ଚେନ୍ନାଇ ସୁପର କିଙ୍ଗସର ଦ୍ରୁତ ବୋଲର ଦୀପକ ଚାହର ଅତି କମରେ ଆସନ୍ତା ତିନି ମାସ ପାଇଁ ଗ୍ରାଉଣ୍ଡରୁ ବାହାର ହେବାର ଆଶଙ୍କା ରହିଛି । 29 ବର୍ଷୀୟ ଖେଳାଳିଙ୍କୁ ଫେବୃଆରୀ ମାସରେ ୱେଷ୍ଟଇଣ୍ଡିଜ ବିରୋଧରେ ଭାରତ ଟି 20 ସିରିଜ ସମୟରେ ଆଘାତ ଲାଗିଥିଲା ଏବଂ ସେ ନିଜର ରିକଭରି ପାଇଁ ବେଙ୍ଗାଲୁରୁର ନେସନାଲ କ୍ରିକେଟ ଏକାଡେମିରେ ଥିଲେ ।

ମାସ ମାସ ଧରି କ୍ରିକେଟଠାରୁ ଦୂରେଇ ରହିଲେ ଚାହର :-

ଏନସିଏର ଫିଯିଓ ଦ୍ଵାରା ପ୍ରାରମ୍ଭିକ ମୁଲ୍ୟାଙ୍କନରେ ଅନୁମାନ କରାଯାଇଥିଲା ଯେ ଚାହର ଆଇପିଏଲର ଚାଲିଥିବା ରାଉଣ୍ଡର ଗୋଟିଏ ବଡ ଅଂଶକୁ ମିସ କରିବେ, କାରଣ ସେ ଶୀଘ୍ର ଠିକ୍ ହେବା ଦ୍ବାରା ସିଏସକେକୁ ଏପ୍ରିଲ ଶେଷରେ ଫେରିବେ ବୋଲି ଆଶା ଥିଲା । ତେବେ ଦ୍ରୁତ ବୋଲରଙ୍କୁ ପିଠିରେ ଆଘାତ ଲାଗିଗଲା ଏବଂ ସେ ଶୁକ୍ରବାର ଦିନ ଆଇପିଏଲ 2022 ରୁ ବାହାର ହୋଇଗଲେ । କ୍ରିକବଜର ଗୋଟିଏ ରିପୋର୍ଟ ଅନୁଯାୟୀ, ସିଏସକେ ଏବଂ ବିସିସିଆଇ ଖୁଲାସା କରିଥିଲା ଯେ ଚାହର 12 ସପ୍ତାହ ପାଇଁ ପଡ଼ିଆରୁ ବାହାରେ ଅଛନ୍ତି ଏବଂ ଏହା ବହୁତ୍ ଭଲ ପ୍ରଗତି ହେବ, ଯଦି ସେ ବାସ୍ତବରେ ଅକ୍ଟୋବର-ନଭେମ୍ବରରେ ହେବାକୁ ଯାଉଥିବା ଟି20 ବିଶ୍ଵ କପରେ ଜାଗା ସୃଷ୍ଟି କରିବେ ।

ଆଘାତରୁ ଠିକ୍ ହେବାକୁ ସମୟ ଲାଗିବ :-

ରିପୋର୍ଟରେ ଆଗକୁ କୁହାଯାଇଛି ଯେ ଏନସିଏର ଫିଜିଓ ବିସିସିଆଇ ଏବଂ ସିଏସକେ ପ୍ରବନ୍ଧନକୁ ଗୋଟିଏ ଚିଠି ଲେଖିଛି, ଯେଉଁଥିରେ ସେ ଉଲ୍ଲେଖ କରିଛନ୍ତି ଯେ ଚାହରଙ୍କ ପିଠିରେ ଲାଗିଥିବା ଆଘାତ ଠିକ୍ ହେବାକୁ ବହୁତ୍ ସମୟ ଲାଗିବ । ବାସ୍ତବରେ ରାଜସ୍ଥାନର ଏହି କ୍ରିକେଟରଙ୍କୁ ନିଜର ରିକଭରି ପୁଣିଥରେ ଆରମ୍ଭ କରିବା ପୂର୍ବରୁ 6 ସପ୍ତାହ ଆରାମ କରିବାକୁ ପଡ଼ିବ ।

ଚାହର ଆଇପିଏଲ 2021 ରେ ସିଏସକେର ଚତୁର୍ଥ ଚାମ୍ପିଅନସିପ ଜିତିବାର ଗୋଟିଏ ଅଭିନ୍ନ ଅଂଶ ଥିଲେ । ସେ 8.35ର ଇକୋନୋମିରୁ 15ଟି ମ୍ୟାଚରେ 14ଟି ୱିକେଟ ନେଲେ । ସେ ଟିମ୍ ପାଇଁ ପାୱାରପ୍ଲେରେ ସଫଳ ବୋଲର ଥିଲେ । ଫ୍ରେଞ୍ଚାଇଜିକୁ ଏହି ସିଯିନ ପୂର୍ବରୁ ମେଗା ଆକ୍ସନରେ ତାଙ୍କୁ ବାଛିବାପାଇଁ 14 କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିଲା ।

Leave A Reply

Your email address will not be published.