ଇମ୍ରାନ ଥାପ୍ପଡ ଖାଇବା ପରେ ଇସ୍ତଫା ଦେଲେ, କିନ୍ତୁ ସେ ଆଦୌ ମାନୁ ନଥିଲେ, ଜାଣନ୍ତୁ ସମ୍ପୂର୍ଣ ପ୍ରକ୍ରିୟା

0

Get real time updates directly on you device, subscribe now.

ଇମ୍ରାନ ଖାନଙ୍କ ସରକାରଙ୍କ ବିରୋଧରେ ମିଳିତ ବିରୋଧୀ ଦଳର ଅନାସ୍ଥା ପ୍ରସ୍ତାବ ଅପ୍ରତ୍ୟାସୀତ ହୋଇଥିଲା। ତେବେ ଇମ୍ରାନ ଖାନଙ୍କ ପାଇଁ ବିରୋଧୀଙ୍କ ଏକ ଚାଲ ନୂଆ ନଥିଲା। ଏଣୁ ସରକାର ସଂକଟକୁ ଫଶି ସାରିଥିଲେ ମଧ୍ୟ ଇମ୍ରାନ ଜାଣି ପାରିନଥିଲେ। ଇସ୍ତଫା ଦେବାକୁ ସେ ନାଟକବାଜୀ କରୁଥିଲେ। ଆଦୌ ରାଜି ହେଉନଥିଲେ ଇସ୍ତଫା ଦେବାପାଇଁ। ଏହିପରି ନାଟକବାଜୀରେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବକୁ ଅସାମ୍ବିଧାନିକ କହି ସଂସଦ ଭଙ୍ଗ କରିବା ପାଇଁ ରାଷ୍ଟ୍ରପତିଙ୍କୁ ସୁପାରିସ କରିଦେଇଥିଲେ। ହେଲେ ଇମ୍ରାନଙ୍କର ଚାଲ ନ ଚଳିବାରୁ ଶେଷରେ ପାକ ଗୁଇନ୍ଦା ଇଣ୍ଟରସର୍ଭିସ ଇଣ୍ଟେଲିଜେନ୍ସ (ଆଇଏସଆଇ)କୁ ହସ୍ତକ୍ଷେପ କରିବାକୁ ପଡିଥିଲା।

ଇମ୍ରାନଙ୍କ ଇସ୍ତଫା ସହଜ ନଥିଲା:-

ଇମ୍ରାନଙ୍କ ଇସ୍ତଫା ଏତେ ସହଜ ନଥିଲା। ସୁପ୍ରିମକୋର୍ଟ ସଂସଦ ସ୍ୱଭାବିକ କରିବା ପରେ ମଧ୍ୟ ଇମ୍ରାନ ଗାଲୁଆମୀ କରୁଥିଲେ। ଦିନତମାମ ସଂସଦରେ ଇମ୍ରାନଙ୍କୁ ବିରୋଧୀ ଜଗି ବସିଥିଲେ। ଇମ୍ରାନ କେତେବେଳେ କ୍ୟବିନେଟ ବୈଠକ ଡାକୁଥିଲେ ତ ଆଉ କେତେବେଳେ ସଂସଦୀୟ ଦଳର ବୈଠକ କରୁଥିଲେ। ଗଡି ଚାଲିଥିଲା ସମୟ ହେଲେ ଇସ୍ତଫା ଦେବା ପାଇଁ ଇମ୍ରାନ ହଲୁନଥିଲେ। ଏହି ସମୟରେ ଇମ୍ରାନଙ୍କ ବାସଭବନ ପରିସରରେ ଏକ ହେଲିକପ୍ଟର ଅବତରଣ କରିଥିଲା। କଡ଼ା ସୁରକ୍ଷା ବ୍ୟବସ୍ଥାରେ ୨ ଜଣ ଇମ୍ରାନ ଖାନଙ୍କୁ ଭେଟିବାକୁ ଓହ୍ଲାଇଥିଲେ। କିଛି ସମୟ ପରେ ସବୁକିଛି ସେଠାରେ ଓଲଟପାଲଟ ହୋଇଯାଇଥିଲା। ସୁନାପିଲା ପରି ଇମ୍ରାନ ଖାନଙ୍କ ସରକାର ସଂସଦରୁ ଇସ୍ତଫା ଦେଇ ପଳାଇଥିଲା।

ଭେଟିବାକୁ ଆସି କରିଦେଇଗଲେ ଓଲଟପାଲଟ:-

କୁହାଯାଉଛିକି ଇମ୍ରାନ ଖାନଙ୍କୁ ବ୍ୟକ୍ତିଗତ ସାକ୍ଷାତ କରିବା ପାଇଁ ଆସିଥିବା ୨ ଜଣ ସବୁ ଓଲଟପାଲଟ କରିଦେଇଥିଲେ। ଭଲରେ ଭଲରେ ଇସ୍ତଫା ଦେବା ପାଇଁ କହିଥିଲେ, ହେଲେ କେହିବି ରାଜି ହୋଇନଥିଲେ। ଇମ୍ରାନ ଧଡାଧଡ ବାଜିଥିଲା ଦୁଇ ଥାପ୍ପଡ ଠିକଣାରେ ଲାଗିଯାଇଥିଲା ଇମ୍ରାନଙ୍କ ଅକଲ। ଡାକିଥିବା କ୍ୟାବିନେଟ୍ ବୈଠକ ସଂକ୍ଷିପ୍ତ ସମାପ୍ତ କରି ଚୁପଚାପ ସେ ସଂସଦକୁ ଯାଇ ଭୋଟିଂରେ ଭାଗ ନେଇଥିଲେ। ପାକିସ୍ତାନରେ ୯ ଓ ୧୦ ଏପ୍ରିଲ ତାରିଖ ରାତିରେ ଭାଙ୍ଗିଯାଇଥିଲା ଇମ୍ରାନ ଖାନଙ୍କ ସରକାର। ହେଲେ ଏଥି ପାଇଁ ବହୁତ ଡ୍ରାମା ମଧ୍ୟ ହୋଇଥିଲା।

୯ ତାରିଖ ରାତି ପ୍ରାୟ ୧୧ଟା ସମୟରେ ଇମ୍ରାନଙ୍କର ବନିୟା ଗଲା ବାସବବନ ଲନରେ ସେନା ହେଲିକପ୍ଟର ଓହ୍ଲାଇଥିଲା। ଏଥିରେ ଆସିଥିବା ଦୁଇ ଜଣ ଶୀର୍ଷ ଅଧିକାରୀ କଡ଼ା ସୁରକ୍ଷା ମଧ୍ୟରେ ସିଧାସଳଖ ଇମ୍ରାନଙ୍କୁ ଭେଟିବାକୁ ପହଞ୍ଚିଥିଲେ। ଏକାକୀ ଏକ କୋଠରୀକୁ ନେଇ ଦୁଇ ଅଧିକାରୀ ଇସ୍ତଫା ଦେଇଦେବାକୁ ଭଲରେ ବୁଝାଇଥିଲେ। ହେଲେ ଇମ୍ରାନ ବୁଝିବା ପରିସ୍ଥିତିରେ ଆଦୌ ନଥିଲେ। ସେମାନଙ୍କ ସହ କଥାବାର୍ତ୍ତାରେ ମୁହଁ ଖରାପ କରିଥିଲେ ଇମ୍ରାନ। ଏଥିରେ ଜଣେ ଅଧିକାରୀ ରାଗରେ ତମତମ ହୋଇ ଧଡାଧଡ ଦୁଇଟି ଜାବୁଡା କଷିବା ପରେ ଇମ୍ରାନ ରାସ୍ତାକୁ ଆସିଯାଇଥିଲେ। ଚୁପଚାପ ମନ୍ତ୍ରୀମାନଙ୍କ ସହ ସଂସଦକୁ ଯାଇ ଭୋଟିଂରେ ଭାଗ ନେଇଥିଲେ। ଭୋଟିଂ ହୋଇଥିଲା ଓ ସଂଖ୍ୟାଗରିଷ୍ଠତା ଅଭାବ କାରଣରୁ ଇମ୍ରାନଙ୍କର ସରକାର ଭାଙ୍ଗିଯାଇଥିଲା।

୧୪ ତାରିଖ ଦିନ ସେନାମୁଖପାତ୍ର ସ୍ପଷ୍ଟିକରଣ ଦେଇଥିଲେ:-

ଘଟଣା ପରବର୍ତ୍ତି ୪ ଦିନ ପର୍ଯ୍ୟନ୍ତ ଇମ୍ରାନ ସନଗ୍ଲାସ୍‌ ପିନ୍ଧି ଲୋକମାନଙ୍କ ନଜରକୁ ଆସୁଥିଲେ। ବାମ ଆଖିରେ ସ୍ପଷ୍ଟ ଚାପୁଡା ଚିହ୍ନ ବାରି ହୋଇପଡୁଥିଲା। ଶେଷ ବେଳକୁ ଇମ୍ରାନ ସୁପ୍ରିମକୋର୍ଟଙ୍କୁ ମଧ୍ୟ ଶୁଣିବାକୁ ପ୍ରସ୍ତୁତ ନଥିଲେ। ଏଣୁ ତାଙ୍କ ବୁଝାଇସୁଝାଇ ଅନୁନ୍ୟ କୋର୍ଟଙ୍କ ଆଦେଶ ପାଳନ କରିବାକୁ ଉଦ୍ୟମ କରାଯାଇଥିଲା। ହେଲେ ସେ ନ୍ୟାସନାଲ ଆସେମ୍ବ୍ଲି ଭଙ୍ଗ କରି ନିର୍ବାଚନ କରିବା ପାଇଁ ଚାହୁଁଥିଲେ। ଏଥିରେ କୋର୍ଟଙ୍କ ଅବମାନନା ହେଉଥିବାକୁ ଇମ୍ରାନଙ୍କୁ ତାଙ୍କ ଭାଷାରେ ବୁଝାଇବାକୁ ପଡିଥିଲା ବୋଲି ୧୪ ତାରିଖ ଦିନ ସେନାମୁଖପାତ୍ର ଏ ବାବଦରେ ଗଣମାଧ୍ୟମରେ ସ୍ପଷ୍ଟିକରଣ ମଧ୍ୟ ଦେଇଥିଲେ।

ଏହି ହେଲିକପ୍ଟରରେ ସେନାମୁଖ୍ୟ ଜେନେରାଲ କମର ଜାଭେଜ ବାଜୱା ଓ ଆଇଏସଆଇ ଚିଫ୍ ନଦିମ ଅଞ୍ଜୁମ ଇମ୍ରାନରଙ୍କ ଘରକୁ ଯାଇଥିଲେ। ତେବେ ଇମ୍ରାନ ବ୍ୟବହାର ଖରାପ କରିବା କାରଣରୁ ଆଇଏସଆଇ ଚିଫ୍ ହାତ ଲଗାଇବାକୁ ବାଧ୍ୟ ହୋଇଥିଲେ। ସଂସଦରେ ଇମ୍ରାନଙ୍କ ସରକାରର ବାଚସ୍ପତି ଓ ଉପ ବାଚସ୍ପତି ଇସ୍ତଫା ଦେଇସାରିଥିଲେ। ଏଣୁ ଭୋଟିଂ କରିବା ପାଇଁ ନୱାଜ ସରିଫଙ୍କ ପାର୍ଟିର ଆୟାଜ ସାଦିକ ବାଚସ୍ପତିଙ୍କ ଆସନରେ ବସି ଭୋଟିଂ କରାଇଥିଲେ ଓ ଇମ୍ରାନ ପୂର୍ବ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ସାମିଲ ହୋଇଯାଇଥିଲେ। ତେବେ ଏତିକିରେ ସରି ନଥିଲା ଇମ୍ରାନଙ୍କର ଖେଳ, ସୋସିଆଲ ମିଡିଆ ମାଧ୍ୟମରେ ସେନାକୁ ବଦନାମ କରିବା ପାଇଁ ଚାହୁଁଥିଲେ। ଏଣୁ ୧୦ ତାରିଖ ପ୍ରତ୍ୟୁଷରେ ସେନା ପିଟିଆଇର କାର୍ଯ୍ୟକର୍ତ୍ତାଙ୍କ ଘର ଉପରେ ସେମାନେ ଚଢଉ ଆରମ୍ଭ କରିଦେଇଥିଲା।

ଗିରଫଦାରୀ ଜାରି:-

ଏହି ଚଢଉରେ ଇମ୍ରାନଙ୍କର ମିଡିଆ ସେଲ ପ୍ରମୁଖ ଅର୍ସଲାନ ଖାଲିଦଙ୍କ ଘର ମଧ୍ୟ ରେଡ ହୋଇଥିଲା। ସେନା ମଡିଆ ସେଲରେ ବ୍ୟବହୃତ ହେଉଥିବା କମ୍ପ୍ୟୁଟର, ଲାପଟପ, ମୋବାଇଲ ଫୋନ ଓ ଡିଜିଟାଲ ଡାଇରି ଆଦିକୁ ଜବତ କରିବା ସହିତ ଖାଲିଦଙ୍କୁ ମଧ୍ୟ ଗିରଫ କରିଥିଲା। ମାମଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ସେନା କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଏଥିରେ ୧୨ରୁ ଅଧିକ ଗିରଫ ହେଲେଣି।

Leave A Reply

Your email address will not be published.