ସାଙ୍ଗ ପ୍ରେମିକାକୁ ଛଡାଇନେଲା, ଦୁଃଖରେ ପ୍ରେମିକ ଜୀବନ ହାରିଦେଲା, ଓ ଛାଡ଼ି ଦେଇଗଲା ଏକ ହାତଲେଖା ଚିଠି

0

Get real time updates directly on you device, subscribe now.

ଏକ ପ୍ରେମକାହାଣୀ ବିଶ୍ବାସ ଭଙ୍ଗର ବେଦନା, ଜୀବନ ଉପରୁ ଆସ୍ଥା ତୁଟାଇଦେଲା। “ ବାପା, ମା ମୋତେ କ୍ଷମା କରିଦେବେ। ମୁଁ ଯାହାକୁ ନିଜର ଭାବୁଥିଲି ସେ ମୋ ଜୀବନକୁ ନଷ୍ଟ କରିଦେଲା। ମୋତେ ସମାଜରେ ବଞ୍ଚିବା ପାଇଁ ଦେଲାନି। କେତେ ନିନ୍ଦା ଅପବାଦ ସହିବ, ମୁଁ ଥକିପଡିଛି, ଆଉ ପାରୁନାହିଁ। କେହି ମୋର ନିଜର ହେଲେ ନାହିଁ। ପଇସା ପାଇଁ ମୋତେ ସବୁ ପର କରିଦେଲେ। କାହାକୁ କହିବି ଏ ଦୁଃଖ କଥା। ନିଜର ଭାବି ମୁଁ ଯାହାକୁ ବଡଭାଇ ଭଳି ମାନୁଥିଲି, ସେ ମୋତେ ଶେଷରେ ଧୋକ୍କା ଦେଇଦେଲା। ଗୋଟେ ଝିଅ ପାଇଁ ସେ ମୋତେ ଭୁଲିଗଲା। ଆଉ ସେହି ଝିଅ ଯାହାକୁ ମୁଁ ଜୀବନ ଠାରୁ ଅଧିକ ଭଲ ପାଏ, ସିଏ ମଧ୍ୟ ମୋ ବିଶ୍ବାସ ସହ ଖେଳିଲା। ମୋତେ ଏଡାଇ ମୁଁ ଯାହାକୁ ବଡ ଭାଇ ମାନୁଥିଲି ତାର ହୋଇଗଲା। ତା ପାଇଁ ମୁଁ ହାରିଗଲି।

ପ୍ରକୃତରେ ମୋର ବୁଝିବା ଭୁଲ ଥିଲା। ମୁଁ ଆଉ କିଛି କରି ପାରିଲି ନାହିଁ। ମୁଁ ତୁମମାନଙ୍କୁ ଛାଡି ବହୁ ଦୂରକୁ ଚାଲିଯାଉଛି। ଆଉ ଯାହା ଡିଟେଲସ ମୋ ମୋବାଇଲରୁ ପାଇଯିବ। ମୋତେ ସେହି ଦୁହେଁ ମିଶି ମରିବାକୁ ବାଧ୍ୟ କରିଛନ୍ତି। ଏତିକି କହି ରହୁଛି ବାପା। Love you bapa “……” ବାପା ଏହି ଦୁଇ ଜଣଙ୍କୁ ଛାଡିବ ନାହିଁ। ଏମିତି କଷ୍ଟ ଦେବ ଯେମିତି ଆଉ କାହା ସହିତ ଏମିତି କରିବା ପାଇଁ ସାହସ କରିବେନି।“

ଏଥିଲା ମୃତ ଦିଗବିଜୟ ସ୍ବାଇଁଙ୍କର ଶେଷ କଥା। ମୃତ୍ୟୁ ପୂର୍ବରୁ ସେ ଛାଡ଼ିଯାଇଥିବା ସୁଇସାଇଡ ନୋଟରେ ତାଙ୍କର ମନର ବେଦନା। ଏଭଳି ଏକ ଅଭାବନୀୟ ଘଟଣା, ଭଦ୍ରକ ଜିଲ୍ଲା ତେନ୍ତୁଳିଗଢିଆ ଗାଁରେ ଘଟିଛି। ମୃତକ ଜଣକ ସେହି ଗାଁର ୨୨ ବର୍ଷୀୟ ଦିଗବିଜୟ ସ୍ବାଇଁ। ଡିପ୍ଲୋମା ପାଠ ପଢିସାରିବା ପରେ ସେ ଘରେ ରହୁଥିଲେ। କିଛିଦିନ ହେବ ନିଜର ପ୍ରେମ ସମ୍ପର୍କକୁ ନେଇ ସେ ଚିନ୍ତାରେ ଥିଲେ।

ଶୁକ୍ରବାର ଦିନ ବିଳମ୍ବିତ ରାତିରେ ଦିଗବିଜୟଙ୍କ ଜଣେ ସାଙ୍ଗ ତାଙ୍କର ବଡବାପାଙ୍କୁ ଫୋନ ଯୋଗେ ଏକ ସୁଇସାଇଡ଼ ନୋଟ କଥା ତାଙ୍କୁ କହିଥିଲେ। ପରେ ପରିବାର ଲୋକ ଦିଗବିଜୟଙ୍କ ରୁମକୁ ଯାଇ ତାଙ୍କୁ ଝୁଲନ୍ତା ଅବସ୍ଥାରେ ପାଇଥିଲେ। କିନ୍ତୁ ପରେ ଦିଗବିଜୟଙ୍କ ସେହି ସାଙ୍ଗ ଚିଠି ଗାଏବ କରିବା ସହିତ ଦିଗବିଜୟଙ୍କ ମୋବାଇଲ ଭାଙ୍ଗି ଦେଇଥିବା କଥା କହିଛନ୍ତି ଘର ଲୋକ। ଏ ବିଷୟରେ ଗ୍ରାମାଞ୍ଚଳ ଥାନାରେ ଏକ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି। ଚିଠିରୁ ଏହି ଆତ୍ମହତ୍ୟା ପ୍ରେମ ଓ ପ୍ରତାରଣା ଜନୀତ ସନ୍ଦେହ କରାଯାଉଛି। ଯେଉଁ ସାଙ୍ଗକୁ ସେ ବଡ ଭାଇ ଭାବିଥିଲେ ଆଉ ଯାହାକୁ ପ୍ରେମ କରୁଥିଲେ, ସେମାନଙ୍କୁ ହିଁ ଇଙ୍ଗିତ କରୁଛି ଦିଗବିଜୟଙ୍କର ଏହି ଚିଠି।

ଏଠି କଥା ଉଠୁଛି, କୁଆଡେ ଗଲା ସେ ଚିଠି? କାହିଁକି –କେମିତି ତାଙ୍କର ଭାଙ୍ଗିଲା ମୋବାଇଲ? ତାର ଯାଞ୍ଚ କରିଲେ ଜଣାପଡିଯିବ ଦିଗବିଜୟଙ୍କର ଅପମୃତ୍ୟୁର କାରଣ। ଆଉ ଏହି ଚିଠିରେ ଥିବା ଅଭିଯୋଗ ଯଦି ସତ ହୋଇଥାଏ, ତେବେ ବିଶ୍ବାସ କରିବ କାହାକୁ? ସଂପର୍କ କ’ଣ କାଠଗଡ଼ା ମଧ୍ୟରେ ସତକୁ ସାମ୍ନାକୁ ଆଣିବ ବୋଲି ସେ ନେଇ ମଧ୍ୟ ପ୍ରଶ୍ନ ଉଠିଛି।

Leave A Reply

Your email address will not be published.