ଦିନ ଥିଲା ନିଜ ପତ୍ନୀଙ୍କ ଠାରୁ ୧୦ ହଜାର ଟଙ୍କା ନେଇ ଆରମ୍ଭ କରିଥିଲେ କମ୍ପାନୀ,କିନ୍ତୁ ଆଜି ଦେଶରେ ତାଙ୍କ କମ୍ପାନୀର ନାଁ ସମସ୍ତଙ୍କ ମୁହଁରେ,ଜାଣନ୍ତୁ ଏହି କମ୍ପାନୀ ପଛରେ ରହିଥିବା ସଫଳତା ବିଷୟରେ

0

Get real time updates directly on you device, subscribe now.

ଦେଶର ସବୁଠାରୁ ବଡ଼ ଆଇଟି କମ୍ପାନୀ Infosys ଆଜି ଦେଶରେ 3 ଲକ୍ଷ କର୍ମଚାରୀଙ୍କ କମ୍ପାନୀ ହୋଇସାରିଛି। ବିଗତ ଦିନରେ କମ୍ପାନୀ ମାର୍ଚ୍ଚ ତ୍ରିମାସିକ ଫାଇନାନ୍ସିଆଲ ରେଜଲ୍ଟ ଜାରି କରିଥିଲେ। ମାର୍ଚ୍ଚ ତ୍ରିମାସିକରେ କମ୍ପାନୀକୁ 5,686 କୋଟି ଟଙ୍କା ନେଟ ପ୍ରଫିଟ ହୋଇଥିଲା। କମ୍ପାନୀର ରେଭେନ୍ୟୁ ବଢ଼ି 32,276 କୋଟିରେ ପହଞ୍ଚିଗଲା। କମ୍ପାନୀ ଏହିବର୍ଷ 85 ହଜାର ନୂଆ ଭର୍ତ୍ତି ବାହାର କରିବାକୁ ଯାଉଛି।

ଆଜି ହୁଏତ ଇନ୍ଫୋସିସ ଏତେ ବଡ଼ କମ୍ପାନୀ ହୋଇଯାଇଛି କିନ୍ତୁ ଏହାର ପ୍ରାରମ୍ଭିକ କାହାଣୀ ଆପଣଙ୍କୁ ହଇରାଣ କରିଦେବ। କମ୍ପାନୀର ଶୁଭାରମ୍ଭ ଏହାର ଫାଉଣ୍ଡର ନାରାୟଣ ମୂର୍ତ୍ତି ନିଜ ପତ୍ନୀ ସୁଧା ମୂର୍ତ୍ତିଙ୍କ ଠାରୁ 10 ହଜାର ଟଙ୍କା ନେଇ ଆରମ୍ଭ କରିଥିଲେ।

ଏହି ସାତ ଜଣ ବନ୍ଧୁ ମିଶି ଆରମ୍ଭ କରିଥିଲେ ଇନ୍ଫୋସିସ:-

ଇନ୍ଫୋସିସ କୁ ସାତଜଣ ବନ୍ଧୁ ମିଶି ଆରମ୍ଭ କରିଥିଲେ। ଏହି ସାତଜଣ ବନ୍ଧୁ ହେଉଛନ୍ତି ନାରାୟଣ ମୂର୍ତ୍ତି ନନ୍ଦନ ନିଲେକୋଣି, ଏସଡ଼ି ଶିବୁଲାଲ, କ୍ରିସ ଗୋପାଳକୃଷ୍ଣ, ଅଶୋକ ଆରୋଡ଼ା, ଏନଏସ ରାଘବନ ଓ ଦୀନେଶ। ଏହି ସାତଜଣ ଇନ୍ଫୋସିସ ଆରମ୍ଭ କରିବା ପୂର୍ବରୁ ପାଟନୀ କମ୍ପୁଟର ସିଷ୍ଟମରେ ଏକାସହିତ କାମ କରୁଥିଲେ। କମ୍ପାନୀ ଆରମ୍ଭ କରିବା ପୂର୍ବରୁ ନାରାୟଣଙ୍କ ପାଖରେ ପୁଞ୍ଜି ନଥିଲା ଓ ସେ ତାଙ୍କ ପତ୍ନୀଙ୍କ ଠାରୁ 10 ହଜାର ଧାର କରି ଏହାକୁ 1981 ମସିହାରେ ଆରମ୍ଭ କରିଥିଲେ।

ଏକବର୍ଷ ପରେ ଜଏନ କରିଥିଲେ ନାରାୟଣ ମୂର୍ତ୍ତି:-

ଇନ୍ଫୋସିସ କଂସଲଟାଣ୍ଟ ନାମରେ ଏହି କମ୍ପାନୀ ପୁନେରେ ଆରମ୍ଭ ହୋଇଥିଲା ଓ ନାରାୟଣନ୍କ ଘରର ଏକ ରୁମ ଏହାର ଅଫିସ ହୋଇଥିଲା। ନାରାୟଣ ହୁଏତ ଏହି କମ୍ପାନୀର ଫାଉଣ୍ଡର ଅଟନ୍ତି କିନ୍ତୁ ସେ ଏହାର ପ୍ରଥମ କର୍ମଚାରୀ ନଥିଲେ। ସେ ଏହି କମ୍ପାନୀ ସହିତ ଅଧିକାରୀକ ରୂପରେ ଜଏନ ହେବାପାଇଁ ଏକବର୍ଷ ସମୟ ଲାଗିଥିଲା। ତାଙ୍କର ଜଏନ କରିବା ପୂର୍ବରୁ ତିନିଜଣ ଲୋକ ଇନ୍ଫୋସିସର କର୍ମଚାରୀ ହୋଇସାରିଥିଲେ।

ଦୁଇବର୍ଷ ପର୍ଯ୍ୟନ୍ତ ଇନ୍ଫୋସିସ ପାଖରେ କୌଣସି କମ୍ପୁଟର ନଥିଲା:-

ଇନ୍ଫୋସିସ ଆଜିର ସମୟରେ ପ୍ରସିଧ ଆଇଟି କମ୍ପାନୀ ମାନଙ୍କ ମଧ୍ୟରୁ ଗୋଟିଏ ଅଟେ। ଇଙ୍କମ ଟ୍ୟାକ୍ସ ଫାଇଲିଂ ପାଇଁ ଯେଉଁ ନୂଆ ପୋର୍ଟାଲ ଖୋଲା ଯାଇଛି, ତାହାକୁ ଏହି କମ୍ପାନୀ ପ୍ରସ୍ତୁତ କରିଛି। ସେତେବେଳେ କମ୍ପାନୀ ପାଖରେ ଗୋଟିଏ ବି କମ୍ପୁଟର ନଥିଲା । ଦୁଇବର୍ଷ ପର୍ଯ୍ୟନ୍ତ କମ୍ପାନୀ ବିନା କମ୍ପ୍ୟୁଟରରେ କାମ କଲା ଓ 1983 ମସିହାରେ ଇନ୍ଫୋସିସ ଡାଟା ଜେନେରାଲ 32 ବିଟ ଏମବି 800 ମଡେଲର ପ୍ରଥମ କମ୍ପୁଟର ସିଷ୍ଟମ କିଣିଥିଲା।

ଇନ୍ଫୋସିସ ଆଇପିଓ କୁ ଭଲ ପବ୍ଲିକ ଅଫରିଂ ମିଳିନଥିଲା:-

ଇନ୍ଫୋସିସ ପ୍ରଥମଥର ପାଇଁ 1993 ମସିହାରେ ଷ୍ଟକ ମାର୍କେଟକୁ ଆସିଲା। ଆପଣଙ୍କୁ ଜାଣି ହଇରାଣ ହେବ ଯେ, ପ୍ରଥମେ ଇନ୍ଫୋସିସ ଆଇପିଓ କୁ ଲୋକମାନେ ପସନ୍ଦ କରିନଥିଲେ, କମ୍ପାନୀକୁ 13 ପ୍ରତିଶତ କମ ସବସ୍କ୍ରିପ୍ସନ ମିଳିଥିଲା। ସେତେବେଳେ ଇନ୍ଫୋସିସ ଶେୟର ଦର ମୋଟ 93 ଟଙ୍କା ଥିଲା। ଆଜିର ସମୟରେ ଇନ୍ଫୋସିସର ଏକ ଶେୟର ର ଦର 1,748.65 ଟଙ୍କା ଥିଲା। ଯଦି ସେହି ସମୟରେ କୌଣସି ବ୍ୟକ୍ତି ଇନ୍ଫୋସିସ ର 100ଟି ଶେୟର କିଣିଥାନ୍ତେ ତାହେଲେ ଆଜକୁ ଏହା 17.50 ଲକ୍ଷ ଟଙ୍କା ହୋଇଯାଇଥାନ୍ତା।

Leave A Reply

Your email address will not be published.