ମେଟ୍ରୋ ଷ୍ଟେସନର ଛାତ ଉପରେ ଚଢ଼ି ଆତ୍ମହତ୍ୟା ପାଇଁ ଉଦ୍ୟମ କଲେ ଯୁବତୀ, ଏମିତି ଭାବରେ ତଳେ ଥାଇ ଜୀବନ ବଞ୍ଚାଇଲେ CISF ଯବାନ,ଦେଖନ୍ତୁ ଲାଇଭ ଭିଡ଼ିଓ

0

Get real time updates directly on you device, subscribe now.

ସୋସିଆଲ ମିଡିଆରେ ସର୍ବଦା କିଛି ନା କିଛି ଭିଡ଼ିଓ ଭାଇରାଲ ହେଉଥିବାର ଦେଖିବାକୁ ମିଳିଥାଏ। ସେଥିମଧ୍ୟରୁ କିଛି ଭିଡ଼ିଓ ମଜାଦାର ହୋଇଥାଏ ଯାହାକୁ ଦେଖିବା ପରେ ହସକୁ ରୋକି ହୁଏ ନାହିଁ। ସେହିଭଳି ଆଉ କିଛି ଭିଡ଼ିଓ ଅତ୍ୟନ୍ତ ଆଶ୍ଚର୍ଯ୍ୟ ଜନକ ହୋଇଥାଏ ଯାହାକୁ ଦେଖିବା ପରେ ମଧ୍ୟ ଆଖିକୁ ବିଶ୍ୱାସ କରି ହୁଏ ନାହିଁ ଏବଂ ଏହିଭଳି ଭିଡ଼ିଓ ୟୁଜର ମାନଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥାଏ। ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏହିଭଳି ଏକ ଭିଡ଼ିଓ ଭାଇରାଲ ହେଉଛି। ୪୦ ଫୁଟ ଉଚ୍ଚ ଛାତ ଉପରୁ ଡେଇଁ ଜୀବନ ହାରିବାକୁ ଚେଷ୍ଟା କରୁଥିଲେ ଯୁବତୀ ସଠିକ ସମୟରେ ସିଆଇଏସଏଫ ଯବାନ ଆସି ଜୀବନ ବଞ୍ଚେଇ ଦେଲେ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡ଼ିଓରେ ଆପଣ ଦେଖିବାକୁ ପାଇବେ ଯେ ଜଣେ ଯୁବତୀ ଆତ୍ମହତ୍ୟା କରିବା ପାଇଁ ମେଟ୍ରୋ ଷ୍ଟେସନର ଛାତ ଉପରେ ଚଢ଼ି ଯାଇଥିଲେ। ତେବେ ଯୁବତୀଙ୍କୁ ଏଭଳି ଅବସ୍ଥାରେ ଦେଖି CISF ଯବାନ ଆସି ପହଞ୍ଚି ଯାଇଥିଲେ। ତେବେ ପ୍ରଥମେ ଯବାନ ମାନେ ଯୁବତୀଙ୍କୁ ବୁଝେଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଯୁବତୀ ଜଣକ ବୁଝିବାକୁ ନାରାଜ ଥିଲେ। ଯୁବତୀଙ୍କ ଏକମାତ୍ର ଉଦେଶ୍ୟ ଥିଲା ଯେ ନିଜ ଜୀବନ ହାରିବା। ଏପଟେ କିଛି ଯବାନ ମାନେ ଯୁବତୀଙ୍କୁ କଥାବାର୍ତ୍ତାରେ ବ୍ୟସ୍ତ ରଖେଇ ଥିଲେ।

ଅନ୍ୟପଟେ ଆଉ କିଛି ଯବାନ ମାନେ ଚାଦର ଧରି ତଳେ ଛିଡା ହୋଇଥିଲେ। ଯଦି ଯୁବତୀ ଜଣକ ଡେଇଁ ପଡନ୍ତି ତେବେ ଚାଦର ଖୋଲି ବଞ୍ଚେଇ ପାରି ହେବ। କେବଳ ସେତିକି ନୁହେଁ ଘଟଣାସ୍ଥଳରେ ଆମ୍ବୁଲାନ୍ସ ଏବଂ ଲୋକାଲ ପୋଲିସ କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ। ଯୁବତୀ ଜଣକ ଡେଇଁବା ମାତ୍ରେ ତଳେ ଉପସ୍ଥିତ ଯବାନ ମାନେ ଚାଦର ଖୋଲି ଦେଇଥିଲେ ଏବଂ ଯୁବତୀ ଜଣକ ଆସି ଚାଦର ଉପରେ ପଡ଼ିଥିଲେ। ତେବେ ଯୁବତୀଙ୍କ ଗୋଡ଼ରେ ଆଘାତ ଲାଗିଥିବା ଜଣା ପଡ଼ିଛି। କିନ୍ତୁ ଶରୀରର କୌଣସି ସ୍ଥାନରୁ ରକ୍ତ ବାହାରି ନାହିଁ।

ଯୁବତୀ ଜଣକୁ ଲାଲ ବାହାଦୂର ହସ୍ପିଟାଲରେ ଆୟୁଶୂ ଭିତରେ ଭର୍ତ୍ତି କରାଯାଇଛି। ତେବେ ଖବର ଅନୁସାରେ ଘଟଣାଟି ସକାଳ ସାଢେ ସାତଟା ସମୟରେ ଘଟିଥିଲା। ମେଟ୍ରୋ ଷ୍ଟେସନର ଦୁଇ ନମ୍ବର ପ୍ଲାଟଫର୍ମ ରେ ଏହି ଘଟଣା ଘଟିଛି। CISF ଯବାନଙ୍କ କହିବାନୁଯାୟୀ, ୨୦ ରୁ ୨୨ ବର୍ଷୀୟ ଯୁବତୀ ଜଣକ କଣ ପାଇଁ ଏଭଳି ପଦକ୍ଷେପ ନେଲେ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି।

ତେବେ ଏହି ସମସ୍ତ ଦୃଶ୍ୟକୁ ସିଆଇଏସଏଫ ନିଜ ଟୁଇଟର ଆକାଉଣ୍ଟରେ ପୋଷ୍ଟ କରିଥିଲେ। ଯାହାକି ବର୍ତ୍ତମାନ ସମୟରେ ଟୁଇଟରରେ ନିଆଁ ଭଳି ବ୍ୟାପି ଚାଲିଛି। ତେବେ ୨୮ ସେକେଣ୍ଡର ଏହି ଭିଡ଼ିଓକୁ ପାଖାପାଖି ୫୨ ହଜାରରୁ ଅଧିକ ଲୋକେ ଦେଖି ସାରିଲେଣି।

Leave A Reply

Your email address will not be published.