ଫୁଟପାଥରେ ବହି ଧରି ବସିଥିଲା ପିଲାଟି, ଆଉ ତା ପରେ ଟ୍ରାଫିକ ପୋଲିସ ଯାହା କଲେ,ଜାଣିଲେ ଖୁସି ହୋଇଯିବେ …

0

Get real time updates directly on you device, subscribe now.

ପାଠ ପଢା ଜୀବନରେ ବହୁତ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । କିନ୍ତୁ କିଛି ଭାଗ୍ୟହିନ ଏବଂ ଗରିବ ଲୋକଙ୍କୁ ଏହା ଭଲରେ ମିଳିପାରେ ନାହିଁ । ଏପରି ପରିସ୍ଥିତିରେ କିଛି ଲୋକ ଦେବଦୂତ ହୋଇ ଆସନ୍ତି ଏବଂ ଏହି ପିଲାମାନଙ୍କୁ ସାହାଯ୍ୟ କରନ୍ତି । କୋଲକାତାରେ ଏମିତି ଜଣେ ଦେବଦୂତ ଦେଖିବାକୁ ମିଳିଛନ୍ତି । ବାସ୍ତବରେ କୋଲକାତା ପୋଲିସ ନିଜ ଅଫିସିଆଲ୍ ଫେସବୁକ୍ ଆକାଉଣ୍ଟରେ ଗୋଟିଏ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ଜଣେ ଟ୍ରାଫିକ ପୋଲିସ ରାସ୍ତାକଡ଼ରେ ବହି ଧରି ବସିଥିବା ଗୋଟିଏ ପିଲାକୁ ପଢ଼ାଉଥିବାର ଦେଖାଯାଉଛି ।

ରାସ୍ତାକଡ଼ରେ ପିଲାକୁ ପଢ଼ାଉଛନ୍ତି ଟ୍ରାଫିକ ପୋଲିସ :-

ଟ୍ରାଫିକ ପୋଲିସ କର୍ମଚାରୀଙ୍କ ନାମ ସାର୍ଜେଟ ପ୍ରକାଶ ଘୋଷ ଅଟେ । ସେ ଯେତେବେଳେ ବି ବଲିଗଞ୍ଜ ଆଇଟିଆଇର ପାଖରେ ଡ୍ୟୁଟିରେ ଥାଆନ୍ତି, ସେତେବେଳେ ସେଠାରେ ଗୋଟିଏ 8 ବର୍ଷର ପିଲାକୁ ପଢାନ୍ତି । ପିଲାଟିର ମା ସେହି ରାସ୍ତାକଡ଼ର ଗୋଟିଏ ହୋଟେଲରେ କାମ କରନ୍ତି । ସେ ନିଜ ପିଲାର ଉଜ୍ଜ୍ବଳ ଭବିଷ୍ୟତ ଚାହାଁନ୍ତି । ତେଣୁ ପୁଅକୁ ସରକାରୀ ସ୍କୁଲରେ ଆଡ଼ମିଶନ କରି ତାର ପାଠ ପଢା ପାଇଁ ବହୁତ୍ ପରିଶ୍ରମ କରୁଛନ୍ତି ।

ମା ଓ ପୁଅ ଫୁଟପାଥରେ ହିଁ ରୁହନ୍ତି । ଦୁହିଁଙ୍କ ପାଖରେ ଘର ନାହିଁ । ମା ସ୍ବପ୍ନ ଦେଖୁଛି ଯେ ତାଙ୍କ ପୁଅ ଦିନେ ପାଠ ପଢ଼ି ଚାକିରୀ କରିବ ଆଉ ତାଙ୍କୁ ଗରିବ ହେବାରୁ ମୁକ୍ତି ଦେବ । ବର୍ତ୍ତମାନ ତାଙ୍କ ପୁଅ ତୃତୀୟ କ୍ଲାସରେ ପଢୁଛି । ମା ମଝିରେ ଚିନ୍ତାରେ ପଡ଼ିଯାଇଥିଲେ ଯେ ତାଙ୍କ ପୁଅର ପାଠ ପ୍ରତି ମନ ଲାଗୁନାହିଁ । ଏପରି ପରିସ୍ଥିତିରେ ସେ ନିଜର ଏହି ଚିନ୍ତାକୁ ସାର୍ଜେଟ ଘୋଷଙ୍କ ସହିତ ସେୟାର କରିଥିଲେ । ଏହାପରେ ସେ ପିଲାଟିକୁ ଯେତେ ସମ୍ଭବ ସାହାଯ୍ୟ କରିବେ ବୋଲି କଥା ଦେଇଥିଲେ ।

ପିଲା ଭିତରେ ହେଉଛି ସଂଶୋଧନ, ମା ଆଶା କରୁଛନ୍ତି ଯେ ତାଙ୍କ ପୁଅ ଭଲ କରିବ :-

ଏହାପରେ ଯେତେବେଳେ ବି ସାର୍ଜେଟ ଘୋଷଙ୍କ ଡ୍ୟୁଟି ସେହି ଜାଗାରେ ପଡେ, ସେତେବେଳେ ସେ ପିଲାଟିକୁ ସାହାଯ୍ୟ କରିବାକୁ ଭୁଲନ୍ତି ନାହିଁ । ସେ ତାକୁ ଲଗାତାର ପାଠ ପଢ଼ାଇ ଥାଆନ୍ତି । ଏହାସହିତ ନିଜର ଟ୍ରାଫିକ ଡ୍ୟୁଟି ମଧ୍ୟ କରନ୍ତି । ଡ୍ୟୁଟି ସରିବା ପରେ ମଧ୍ୟ ପିଲାଟିକୁ ପଢ଼ାଇ ଥାଆନ୍ତି । ସେ ଗୋଟିଏ ପ୍ରକାରର ପିଲାଟିର ଶିକ୍ଷକ ହୋଇଯାଇଛନ୍ତି । ତାଙ୍କ ହାତରେ ଗୋଟିଏ ବାଡି ମଧ୍ୟ ଥାଏ । ଭୁଲ କଲେ ପିଲାଟିର କ୍ଲାସ ମଧ୍ୟ ନିଅନ୍ତି ।

ସାର୍ଜେଟ ଘୋଷ ପିଲାଟିକୁ ହୋମୱର୍କ ମଧ୍ୟ ଦିଅନ୍ତି । ତାପରେ ପରବର୍ତ୍ତୀ ଦିନ ତାର ହୋମୱର୍କ ମଧ୍ୟ ଚେକ୍ କରନ୍ତି । ପାଠପଢା ବ୍ୟତୀତ ପିଲାଟିକୁ ଉଚ୍ଚାରଣ, ସୁନ୍ଦର ଲେଖା ଏବଂ ଭଲ ବ୍ଯବହାର ମଧ୍ୟ ସିଖାଇଥାନ୍ତି । ଯେବେଠୁ ସାର୍ଜେଟ ଘୋଷ ପିଲାଟିକୁ ପାଠ ପଢ଼ାଇବା ଆରମ୍ଭ କରିଛନ୍ତି ତା ଠାରେ ବହୁତ୍ ପରିବର୍ତ୍ତନ ଦେଖିବାକୁ ମିଳୁଛି । ଏଥିପାଇଁ ପିଲାଟିର ମା ବହୁତ୍ ଖୁସି ଅଛନ୍ତି । ସୋସିଆଲ ମିଡିଆରେ ମଧ୍ୟ ସମସ୍ତେ ସାର୍ଜେଟ ଘୋଷଙ୍କୁ ପ୍ରଶଂସା କରୁଛନ୍ତି ।

Leave A Reply

Your email address will not be published.