ଏହି CRPF ଯବାନଙ୍କ ସାହାସକୁ ସଲାମ, ଗୁରୁତର ଅବସ୍ଥାରେ ମଧ୍ୟ କହିଲେ – ମୁଁ ଆତଙ୍କବାଦୀମାନଙ୍କୁ ମାରିବି, ଦେଖନ୍ତୁ ଭିଡିଓ

0

Get real time updates directly on you device, subscribe now.

ନିରଞ୍ଜନ ଦେଖ ସାହେବ… ଦେଖ କମାଣ୍ଡର ଆସିଛନ୍ତି । ଏହି ଶବ୍ଦ କାନରେ ପଡ଼ିବା ମାତ୍ରେ ହିଁ ହସ୍ପିଟାଲ୍ ବେଡ଼ରେ ଆହତ ଯବାନ ହାତ ଉଠାଇ କିଛି ଈଶାରା କଲେ । ଏପରି ଲାଗେ ଯେପରି ସେ କହୁଛନ୍ତି ମୁଁ ବିଲକୁଲ ଠିକ୍ ଅଛି । ଏହାପରେ ସେ ଈଶାରାରେ ଆତଙ୍କବାଦୀମାନଙ୍କୁ ମାରିବାକୁ କୁହନ୍ତି । ସେ ଲଗାତାର ଭାବେ ଈଶାରାରେ ଏହି କଥା ଉପରେ ଜୋର୍ ଦିଅନ୍ତି ଯେ ଆତଙ୍କବାଦୀମାନଙ୍କୁ ଛାଡ଼ିବା ନାହିଁ ।

ତାଙ୍କର ଏହି କଥାକୁ ସାମ୍ନାରେ ଠିଆ ହୋଇଥିବା ଅଧିକାରୀ ସମ୍ପୂର୍ଣ୍ଣ ସମର୍ଥନ କରନ୍ତି । ଅଧିକାରୀ ମଧ୍ୟ କୁହନ୍ତି ଯେ ଆପଣ ହିଁ ମାରିବେ । ଆପଣଙ୍କ ଭିତରେ କ୍ରୋଧ ରହିଛି । କ୍ରୋଧ ଅଛି ତ ଭଲ, ଆପଣ ଶୀଘ୍ର ରିକଭର ମଧ୍ୟ ହୋଇଯିବେ । ଅଧିକାରୀ କୁହନ୍ତି ଯେ ଠିକ୍ ହେବାପରେ ପ୍ରସ୍ତୁତ ହୋଇ ଆପଣ ହିଁ ଆତଙ୍କବାଦୀମାନଙ୍କୁ ମାରିବେ ।

ଯବାନଙ୍କ ହୃଦୟକୁ ଆରାମ ମିଳିଲା :-

ଏହାପରେ କର୍ପସ କମାଣ୍ଡର ସାହେବ୍ ନିଜର କଥା ରଖନ୍ତି । ଭିଡିଓରେ ଅଧିକାରୀ କୁହନ୍ତି ଯେ ସେଦିନ ତୁମେ କହିଥିଲ ଯେ ସେମାନଙ୍କୁ ମାରିବାର ଅଛି । ତୁମେ ଜାଣିଛ ! ମାରିଦେଲି ସେମାନଙ୍କୁ… ଦୁହିଁଙ୍କୁ ହତ୍ୟା କରି ମାରିଦେଇଛି । ଏହାର ଜବାବରେ ବେଡ଼ରେ ପଡ଼ିଥିବା ଯବାନ ବହୁତ୍ ଖୁସି ହୋଇଯାଆନ୍ତି । ସେ କୁହନ୍ତି ବହୁତ୍ ଭଲ ।

ଏହି ଭିଡ଼ିଓରେ ଯେଉଁ ସେନାର ଅଧିକାରୀ ଅଛନ୍ତି, ସେ ହେଉଛନ୍ତି ଚିନାର କର୍ପସର ଜେନେରାଲ ଅଫିସର୍ କମାଣ୍ଡିଙ୍ଗ ଲେଫ୍ଟିନେଣ୍ଟ ଜେନେରାଲ ଡିପି ପାଣ୍ଡେ । ହସ୍ପିଟାଲ ବେଡ଼ରେ ଆହତ ସିଆରପିଏଫ ଯବାନ ନିରଞ୍ଜନ ସିଂହ ଅଟନ୍ତି । ଲେଫ୍ଟିନେଣ୍ଟ ଜେନେରାଲ ଡିପି ପାଣ୍ଡେ କୁଲଗାମ ଅପରେସନରେ ଆହତ ଏହି ଯବାନଙ୍କ ହାଲଚାଲ ଜାଣିବାପାଇଁ 92 ବେସ ହସ୍ପିଟାଲରେ ପହଞ୍ଚିଥିଲେ । ବାସ୍ତବରେ ଏହି ଭିଡିଓ ଦୁଇଟି ଭାଗରେ ରହିଛି । ପ୍ରଥମ ଭାଗରେ ଲେ. ଜେନେରାଲ ପାଣ୍ଡେ ପୋଲିସ କର୍ମଚାରୀଙ୍କ ସାହାସ ବଢାଇଥାନ୍ତି । ଅନ୍ୟ ଭିଡ଼ିଓରେ ସେ ଆତଙ୍କବାଦୀମାନଙ୍କୁ ମାରିବାର ଖବର ଦେବାକୁ ପହଞ୍ଚିଥାନ୍ତି ।

Leave A Reply

Your email address will not be published.