କ୍ୟାଟ୍ରିନାଙ୍କ ଠାରୁ ସଲମାନ ପର୍ଯ୍ୟନ୍ତ,କାହିଁକି ରଣବୀର ଏହି 5 ଜଣ ସେଲିବ୍ରେଟିଙ୍କୁ ଦେଲେ ନାହିଁ ବାହାଘର କାର୍ଡ, ଜାଣନ୍ତୁ କାରଣ”

0

Get real time updates directly on you device, subscribe now.

ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବିବାହ ବର୍ତ୍ତମାନ ସବୁ ଜାଗାରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି କପଲ ଏପ୍ରିଲ 14 ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେଲେ । ତାଙ୍କ ବିବାହକୁ କେବଳ ବଛା ହୋଇଥିବା ଅତିଥି ଆସିଥିଲେ । ଆଉ କିଛି ଷ୍ଟାର ଦେଖିବାକୁ ମିଳିନଥିଲେ । ବୋଧହୁଏ ସେମାନଙ୍କୁ ନିମନ୍ତ୍ରଣ ହିଁ କରାଯାଇନାହିଁ । ଏହାର କାରଣ ଏହା ଯେ ରଣବୀର ଏହି ଷ୍ଟାରମାନଙ୍କୁ ପସନ୍ଦ କରନ୍ତି ନାହିଁ । ତେବେ ଚାଲନ୍ତୁ ଜାଣିବା ରଣବୀର ନିଜ ବିବାହକୁ କେଉଁ କେଉଁ ଷ୍ଟାରମାନଙ୍କୁ ଡାକିନାହାନ୍ତି ।

କ୍ୟାଟ୍ରିନା କେଫ :-

କ୍ୟାଟ୍ରିନା କେଫ ରଣବୀର କପୁରଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ ଅଟନ୍ତି । ଦୁହେଁ ବହୁତ୍ ବର୍ଷ ଏକାଠି ରିଲେସନସିପରେ ରହିଛନ୍ତି । କେବଳ ଏତିକି ନୁହେଁ, ଦୁହେଁ ଲିଭ ଇନ ରିଲେସନରେ ମଧ୍ୟ ରହିଥିଲେ । ସମସ୍ତେ ଭାବୁଥିଲେ ଯେ କ୍ୟାଟ୍ରିନା କେଫ ଏବଂ ରଣବୀର କପୁର ବିବାହ ମଧ୍ୟ କରିବେ । ତେବେ ” ଜଗା ଯାସୁସ” ଫିଲ୍ମର ରିଲିଜ୍ ସମୟରେ ଦୁହିଁଙ୍କ ସମ୍ପର୍କ ବିଗିଡିଗଲା । ତାପରେ ସେମାନେ ନିଜ ରାସ୍ତା ଅଲଗା କରିଦେଲେ । କ୍ୟାଟ୍ରିନା ବିକ୍କି କୌଶଳଙ୍କର ହୋଇଗଲେ ଏବଂ ରଣବୀର ଆଲିଆ ଭଟ୍ଟଙ୍କର ହୋଇଗଲେ ।

ସଲମାନ ଖାନ :-

ସଲମାନ ଖାନ ଏବଂ ରଣବୀର କପୁରଙ୍କ ମଧ୍ୟରେ ଭଲ ସମ୍ପର୍କ ରହିନାହିଁ । ଆପଣ ସେମାନଙ୍କୁ ପରସ୍ପରର ଶତ୍ରୁ ବୋଲି ମଧ୍ୟ କହିପାରିବେ । ଏମାନଙ୍କ ଶତ୍ରୁତାର କାରଣ କ୍ୟାଟ୍ରିନା କେଫ ହିଁ ଅଟନ୍ତି । ସଲମାନ ମଧ୍ୟ କ୍ୟାଟ୍ରିନା କେଫଙ୍କୁ ଡେଟ କରୁଥିଲେ । କିନ୍ତୁ ରଣବୀର କ୍ୟାଟ୍ରିନା କେଫଙ୍କୁ ପଟାଇ ନେଲେ ଏବଂ ଭାଇଜାନ୍ ଧୋକା ପାଇଲେ । ଏପରି ପରିସ୍ଥିତିରେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଭଲ ରହିଲା ନାହିଁ ।

ଗୋବିନ୍ଦା :-

ରଣବୀରଙ୍କ 90 ଦଶକର ପପୂଲାର ଆକ୍ଟର ଗୋବିନ୍ଦାଙ୍କ ସହ ମଧ୍ୟ ପଟେ ନାହିଁ । ଏହାର କାରଣ ” ଜଗା ଯାସୁସ” ଫିଲ୍ମ ହିଁ ଅଟେ । ସେତେବେଳେ ରଣବୀର ଚାଲାକି କରି ଗୋବିନ୍ଦାଙ୍କ କିଛି ସିନ ଏଡିଟ କରାଇ ନିଜ ପାଇଁ କରିଥିଲେ । ଏହି କଥାରେ ଗୋବିନ୍ଦା ରାଗିଗଲେ ଏବଂ ସେ ରଣବୀରଙ୍କ ଠାରୁ ସମ୍ପର୍କ କାଟିଦେଲେ ।

ଅନୁରାଗ ବାସୁ :-

ଅନୁରାଗ ବାସୁ ବଲିଉଡ଼ର ଜଣେ ଜଣାଶୁଣା ଡାଇରେକ୍ଟର ଅଟନ୍ତି । ସେ ରଣବୀର କପୁର ସହିତ ” ଜଗା ଯାସୁସ” ଫିଲ୍ମ କରିଥିଲେ । ଏହି ଫିଲ୍ମ ରିଲିଜ ହେବାକୁ ବହୁତ୍ ଡେରି ହୋଇଥିଲା । ରଣବୀରଙ୍କୁ ଅନେକ ବର୍ଷ ପର୍ଯ୍ୟନ୍ତ ଏହାର ସୁଟିଂ କରିବାକୁ ପଡ଼ିଲା । ବୋର ହୋଇ ସେ ସେହି ଫିଲ୍ମରେ ନିଜର ବେଷ୍ଟ ମଧ୍ୟ ଦେଲେ ନାହିଁ । ଏହାଦ୍ବାରା ରଣବୀର ଏବଂ ଅନୁରାଗଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା ।

ସଞ୍ଜୟ ଲୀଲା ଭଂସାଲି :-

ସଞ୍ଜୟ ଲୀଲା ଭଂସାଲି ହିଁ ସେହି ବ୍ୟକ୍ତି ଅଟନ୍ତି, ଯିଏ ରଣବିରଙ୍କ ପ୍ରଥମ ଫିଲ୍ମ ‘ ସମ୍ବରୀୟା’ ଡାଇରେକ୍ଟ କରିଥିଲେ । କିନ୍ତୁ ଏହି ଫିଲ୍ମ ବକ୍ସ ଅଫିସରେ ଫ୍ଲପ୍ ହୋଇଗଲା । ଏହାର କିଛି ବର୍ଷ ପରେ ସଞ୍ଜୟ ରଣବୀରଙ୍କୁ ‘ ବ୍ୟାଜୁ ବାବରା’ ଅଫର କଲେ, କିନ୍ତୁ ପ୍ରଥମ ଫିଲ୍ମ ଫ୍ଲପ୍ ହେବା କାରଣରୁ ରଣବୀର ଏହାକୁ କରିବାକୁ ମନା କରିଦେଲେ । ସଞ୍ଜୟଙ୍କୁ ଏ କଥା ଖରାପ ଲାଗିଲା ଏବଂ ସେ କଥାବାର୍ତ୍ତା ବନ୍ଦ କରିଦେଲେ ।

Leave A Reply

Your email address will not be published.