ସ୍ବାମୀଙ୍କ ମୃତ୍ୟୁ ପରେ ବୀମା ରାଶି ହଡ଼ପ କରିବାପାଇଁ ଚାହୁଁଥିଲେ ଝିଅ- ଜ୍ବାଇଁ… ତେଣୁ ବୃଦ୍ଧ ମହିଳାଙ୍କ କଲେ ହତ୍ୟା,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ଗ୍ରେଟର ନୋଏଡ଼ାର ଥାନା ଦନକୌର ଅଞ୍ଚଳରୁ ଗୋଟିଏ ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି । ଏଠାରେ କିଛି ପଇସା ପାଇଁ ହିଁ ଝିଅ ଏବଂ ଜ୍ବାଇଁ ଜଣେ ବୃଦ୍ଧ ମହିଳାଙ୍କୁ ହତ୍ୟା କରିଦେଲେ । ଏହାପରେ ପ୍ରମାଣ ଲୁଚାଇବା ପାଇଁ ଶବକୁ ଅଧପୋଡ଼ା କରିଦେଲେ । ଏହି ମାମଲାର ସୂଚନା ମିଳିବା ପରେ ପହଞ୍ଚିଥିବା ପୋଲିସ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇଲା । ସେହିପରି ଅଭିଯୋଗକୁ ଆଧାର କରି ଝିଅ ଏବଂ ଜ୍ବାଇଁ ବିରୋଧରେ ମାମଲା ରୁଜ୍ଜୁ ହୋଇଛି । ବର୍ତ୍ତମାନ ଅଭିଯୁକ୍ତ ଫେରାର ଅଛନ୍ତି । ପୋଲିସ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରି ଜେଲ ପଠାଇବ ବୋଲି କହିଛି ।

ସୂଚନା ଅନୁଯାୟୀ, ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଲୋକମାନଙ୍କୁ ପଚରାଉଚରା କଲା । ଫୋରେନ୍ସିକ ଟିମକୁ ମଧ୍ୟ ଘଟଣାସ୍ଥଳକୁ ଡକାଗଲା । ଏହି ମାମଲା ଗ୍ରେଟର ନୋଏଡ଼ାର ଥାନା ଦନକୌର ଅଞ୍ଚଳର ଅଟେ । ଏଠାରେ ବିଳମ୍ବିତ ରାତିରେ ଜଣେ ବୃଦ୍ଧ ମହିଳା ବିମଳାଙ୍କ ଅଧପୋଡ଼ା ଶବ ପୋଲିସକୁ ତାଙ୍କ ଘରର କିଚେନରୁ ମିଳିଲା । ଆଡ଼ିସନାଲ ଡିସିପି ବିଶାଳ ପାଣ୍ଡେ କହିଛନ୍ତି ଯେ ମୃତ ବିମଳା ଜଣେ ବୃଦ୍ଧ ମହିଳା ଥିଲେ । କିଛି ଦିନ ପୂର୍ବେ ବିମଳାଙ୍କ ସ୍ଵାମୀଙ୍କର ମୃତ୍ୟୁ ହୋଇଯାଇଥିଲା । ସ୍ବାମୀଙ୍କ ଆକ୍ସିଡେଣ୍ଟାଲ ବୀମା ଥିଲା, ତାଙ୍କ ପଇସା ମହିଳାଙ୍କୁ ମିଳିଥିଲା ।

ମୃତ ମହିଳାଙ୍କ ପୁଅ କଲା କେସ :-

ସ୍ବାମୀଙ୍କ ମୃତ୍ୟୁ ପରେ ମିଳିଥିବା ବୀମା ରାଶିକୁ ହଡ଼ପ କରିବାପାଇଁ ମହିଳାଙ୍କ ଝିଅ ମିନୁ ଏବଂ ଜ୍ବାଇଁ ମହାବୀର ବୃଦ୍ଧ ମହିଳାଙ୍କ ଉପରେ ଲଗାତାର ଚାପ ପକାଉଥିଲେ । ମହିଳା ପଇସା ନ ଦେବା କାରଣରୁ ଝିଅ ଏବଂ ଜ୍ବାଇଁ ବିମଳାଙ୍କୁ ହତ୍ୟା କରିଦେଲେ । ହତ୍ୟା କରିବାପରେ ପ୍ରମାଣ ଲୁଚାଇବା ପାଇଁ ଶବକୁ ଅଧପୋଡ଼ା କରିଦେଲେ । ଅଭିଯୁକ୍ତ ଶବକୁ ଠିକଣାରେ ପହଞ୍ଚାଇବା ଚକ୍କରରେ ଥିଲେ ।

ମୃତ ମହିଳାଙ୍କ ପୁଅ ବିପିନ ମିନୁ ଏବଂ ମହାବିରଙ୍କ ବିରୋଧରେ ମାମଲା ରୁଜ୍ଜୁ କରାଇଛନ୍ତି । ପୋଲିସ ଟିମ ଗଠନ କରି ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ କରି ଦେଇଛନ୍ତି । ପୋଲିସ ଅଭିଯୁକ୍ତମାନଙ୍କୁ ଶୀଘ୍ର ଗିରଫ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛି ।

Leave A Reply

Your email address will not be published.