‘THE KASHMIR FILES ‘ ପରେ “THE DELHI FILES” ବନାଇବାକୁ ଯାଉଛନ୍ତି ବିବେକ ଅଗ୍ନୀହୋତ୍ରି ! ଜାଣନ୍ତୁ କଣ ରହିବ ଏହାର ବିଷୟବସ୍ତୁ !

0

Get real time updates directly on you device, subscribe now.

ଦ କାଶ୍ମୀର ଫାଇଲର ସଫଳତା ପରେ ଫିଲ୍ମ ଡ଼ାଇରେକ୍ଟର ବିବେକ ରଞ୍ଜନ ଅଗ୍ନୀହୋତ୍ରି ଏକ ନୂଆ ପ୍ରୋଜେକ୍ଟ ଆରମ୍ଭ କରିଦେଇଛନ୍ତି। ତାଙ୍କର ନୂଆ ଫିଲ୍ମ ଆସୁଛି ‘ଦ ଦିଲ୍ଲୀ ଫାଇଲସ’। ଏହି ଫିଲ୍ମର ବିଷୟବସ୍ତୁ ଏପର୍ଯ୍ୟନ୍ତ ଡ଼ାଇରେକ୍ଟର ଖୁଲାସା କରିନାହାଁନ୍ତି କିନ୍ତୁ ଅଭିଜ୍ଞ ଲୋକମାନଙ୍କ କହିବାହେଲା ଏହି ଫିଲ୍ମ 1984 ମସିହାର ଦିଲ୍ଲୀରେ ହୋଇଥିବା ଦଙ୍ଗା ଉପରେ ଆଧାରିତ ହୋଇପାରେ।

ଟ୍ୱିଟ କରି ଦେଲେ ସୂଚନା:-

ଦ କାଶ୍ମୀର ଫାଇଲସ ପରେ ବିବେକ ରଞ୍ଜନ ଅଗ୍ନୀହୋତ୍ରି ଦ ଦିଲ୍ଲୀ ଫାଇଲସ ବନାଇବାକୁ ଯାଉଛନ୍ତି। ସେ ଟ୍ୱିଟ କରି କହିଥିଲେ, ମୁଁ ସେମାନଙ୍କ ଉପରେ ବହୁତ ଖୁସି ରହିଛି ଯେଉଁମାନେ କାଶ୍ମୀର ଫାଇଲ ବନାଇବାରେ ନିଜର ହାତ ଦେଇଥିଲେ। ବିଗତ 4 ବର୍ଷରେ ଆମେ ସଚୋଟତାର ସହିତ ପରିଶ୍ରମ କରିଥିଲେ ଓ କାଶ୍ମୀର ହିନ୍ଦୁ ମାନଙ୍କ ନରସଂହାରକୁ ଲୋକଙ୍କ ସାମ୍ନାରେ ପ୍ରତିପାଦିତ କଲେ। ଏବେ ମୁଁ ଏକ ନୂଆ ପ୍ରୋଜେକ୍ଟ ବନାଇବା ପାଇଁ ପ୍ରସ୍ତୁତ ହୋଇସାରିଛି।

‘ଦ ଦିଲ୍ଲୀ ଫାଇଲସ’ ରେ କଣ ଦେଖିବାକୁ ମିଳିବ:-

ଆଗାମୀ ଟ୍ୱିଟରେ ବିବେକ ଟ୍ୱିଟ କର ଲେଖିଥିଲେ କି, #TheDelhiFiles, ଏହି ପ୍ରୋଜେକ୍ଟ ବିଷୟରେ ଜାଣିବା ପରେ ଲୋକେ ବହୁତ ଉତ୍ସୁକ ହୋଇଥିଲେ। ଲୋକମାନେ ପ୍ରୋଜେକ୍ଟ ବିଷୟରେ ଜାଣିବା ପରେ ବିଷୟବସ୍ତୁକୁ ନେଇ ବହୁତ ଆଗ୍ରହୀ ଜଣାପଡ଼ିଥିଲେ। ସୋସିଆଲ ମିଡ଼ିଆରେ ଲୋକଙ୍କ ରିଆକ୍ସନ ଦେଖି ଜଣାପଡୁଛି ସେମାନେ ଜାଣିବାକୁ ଚାହୁଁଛନ୍ତି କି, ଦିଲ୍ଲୀ ଫାଇଲରେ ସେ କଣ ଦେଖାଇବେ? କିଛିଲୋକଙ୍କ କହିବା ହେଲା ନୂଆ ପ୍ରୋଜେକ୍ଟରେ ସେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିଷୟରେ ଦେଖାଇବେ ଓ କିଛିଙ୍କ କହିବା ହେଲା ସେ ଏହି ପ୍ରୋଜେକ୍ଟରେ ଦିଲ୍ଲୀରେ ହୋଇଥିବା ଦଙ୍ଗା ଉପରେ ଦେଖାଇବେ।

ଆମେ ବଲିଉଡ ବାହାରେ:-

ବଲିଉଡ ମୁଦ୍ଦା ଉପରେ ଆଲୋଚନା କରି ବିବେକ Etimes କୁ କହିଥିଲେ କି, ଆମେ ବଲିଉଡ ଠାରୁ ସମ୍ପୂର୍ଣ୍ଣ ବାହାରେ ଓ ନିଜର ବଳରେ ଆମେ ଫିଲ୍ମ ବନାଉଛୁ, କହିବାକୁ ଗଲେ ଆମେ ବଲିଉଡ ଠାରୁ ସମ୍ପୂର୍ଣ୍ଣ ଭାବରେ ବିପରୀତ। ମୁଁ ଏଠାକୁ କାହାକୁ ନିନ୍ଦା କିମ୍ବା ହରାଇବାକୁ ଆସିନାହିଁ। ମୁଁ ମୋ ପରିଶ୍ରମରେ କାର୍ଯ୍ୟ କରୁଛି। ମୋତେ କୌଣସି ଫରକ ପଡ଼ିବନାହିଁ ଯେ, ମୋତେ କେହି ପ୍ରଶଂସା କରୁଛି ଓ କେହି ନିନ୍ଦା କରୁଛି। ମୁଁ କେବଳ ଏତିକି କହିବି କିଛି ପ୍ରଭାବଶାଳୀ ଲୋକେ କେମିତି ପ୍ରୋପାଗଣ୍ଡା ଓ ଫେକ ନ୍ୟୁଜ ଜରିଆରେ ମୋ ଫିଲ୍ମ ବର୍ବାଦ କରିବାକୁ ବସିଥିଲେ।

ବଡ଼ ଷ୍ଟାରଙ୍କ ସହିତ କଣ ପାଇଁ କାମ କରିବାକୁ ଚାହାଁନ୍ତି ନାହିଁ ?:-

ବିବେକ ଅଗ୍ନୀହୋତ୍ରି ‘ଧନ ଧନା ଧନ ଗୋଲ’ ଓ ଚକଲେଟ ଭଳି କମରଶାଲ ଫିଲ୍ମରୁ ଆରମ୍ଭ କରିଥିଲେ। ଏହାପରେ ସେ ‘ବୁଦ୍ଧ ଇନ ଏ ଟ୍ରାଫିକ ଜାମ’ ଏବଂ ‘ଦ ତାଶକଣ୍ଡ ଫାଇଲସ’ ଭଳି ଅଫବିଟ ଫିଲ୍ମ ବନାଇବାକୁ ଲାଗିଲେ। ଏହା ଉପରେ ଆଲୋଚନା କରି ସେ କହିଥିଲେ ମୁଁ ଟ୍ୟାଲେଣ୍ଟେଡ଼ ଲୋକଙ୍କ ସହିତ କ୍ରିଏଟିଭ କାମ କରିବାକୁ ଚାହେଁ। ମୁଁ ଯେଉଁ ମାହୋଲରେ କାମ କରୁଥିଲି ତାକୁ ଏଞ୍ଜୟ କରି ପାରୁନଥିଲି। କେମିତି ଜଣେ ଷ୍ଟାର କଣ୍ଟ୍ରାକ୍ଟ ମୋ ଫିଲ୍ମର କ୍ରିଏଟିଭ, ଏଡିଟିଂ ଓ ମାର୍କେଟିଂ କଣ୍ଟ୍ରୋଲ ନେଇପାରିବ? ତୁମେ କିଏ ଭାଇ ? ମୁଁ ଫିଲ୍ମ ବନାଉଛି ଓ ଏହା ଡ଼ାଇରେକ୍ଟର ର ଫିଲ୍ମ ହେବା ଆବଶ୍ୟକ।

ବଲିଉଡ ସିଷ୍ଟମ କୁ କଲେ ଚ୍ୟାଲେଞ୍ଜ:-

ଲୋକେ ସ୍କ୍ରିପ୍ଟ ବଦଳାଇବାକୁ ଆସିଥାନ୍ତି। ମାନନ୍ତୁ ଯଦି ମୁଁ କୌଣସି ଅଜଣା ବ୍ୟକ୍ତି ସହିତ କାମ କରୁଛି ତାହେଲେ ମୋତେ କେହି ବୁଝିବେନାହିଁ କିନ୍ତୁ ମୁଁ ଜଣେ ଷ୍ଟାର ସହିତ କାମ କଲେ ମୋ ଷ୍ଟାଟସ ବହୁତ ବଡ଼ ବୋଲି ବୁଝାଯିବ। ଯଦି ଆପଣ ବାଦଶାହ ସହିତ କାମ କରିବାକୁ ଚାହାଁନ୍ତି ତାହେଲେ ଆପଣ ବାଦଶାହ ଅଟନ୍ତି ନଚେତ ନୁହେଁ। ବାଆସ ମୁଁ ଏହି ଚିନ୍ତାଧାରାକୁ ଭଙ୍ଗ କରିବାକୁ ଚାହୁଁଥିଲି ଓ ସିଷ୍ଟମକୁ ଚ୍ୟାଲେଞ୍ଜ ମଧ୍ୟ କରିବାକୁ ଚାହୁଁଥିଲି।

Leave A Reply

Your email address will not be published.