ଏହି କୃଷକମାନଙ୍କ ବ୍ୟାଙ୍କ ଖାତାକୁ ଆସିବ ୪୦୦୦ ଟଙ୍କା,ସରକାର ତିଆରି କଲେ ଯୋଜନା !

0

Get real time updates directly on you device, subscribe now.

ଯଦି ଆପଣ ପ୍ରଧାନମନ୍ତ୍ରୀ କିସାନ୍ ସାମନ୍ ନିଧିର ଲାଭ ନେଉଛନ୍ତି ତେବେ ଆପଣଙ୍କ ପାଇଁ ଅଛି ଖୁସି ଖବର । କାରଣ ସରକାର ୧୧ ତମ କିସ୍ତି ଦେବାର ଯୋଜନା ପ୍ରସ୍ତୁତ କରିସାରିଛନ୍ତି । କେବେଳ ଏତିକି ନୁହେଁ ବରଂ କିସାନ ମାନଙ୍କ ଆକାଉଣ୍ଟରେ ୧୦ ତମ କିସ୍ତି କୌଣସି କାରଣ ଯାଇ ପହଁଞ୍ଜି ପାରିନଥିଲା,ସେମାନଙ୍କ ଖାତାରେ ଦୁଇଟି ଯାକ କିସ୍ତିର ପଇସା ଅର୍ଥାତ ୪୦୦୦ ଟଙ୍କା ମିଳିବାର ପ୍ଲାନିଂ ଅଛି । ସଂପୃକ୍ତ କୃଷକଙ୍କ ଇ – କେୱାଇସି କରିବା ଆବଶ୍ୟକ । ନଚେତ୍ ସେ ୧୧ତମ କିସ୍ତି ପାଇ ପାରିବେ ନାହିଁ । ସୂଚନା ଅନୁଯାୟୀ,୧୧ତମ କିସ୍ତିର ଟଙ୍କା ଚଳିତ ମାସରେ କେବଳ ଯୋଗ୍ୟ ଚାଷୀଙ୍କ ଆକାଉଣ୍ଟରେ ଭରିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ସରକାର ଏଥିପାଇଁ କୌଣସି ତାରିଖ ସ୍ଥିର କରିନାହାଁନ୍ତି । ଆପଣଙ୍କୁ କହିରଖୁଛୁ ଯେ ଚଳିତ ବର୍ଷ ଜାନୁଆରୀ ମାସରେ ୧୦ତମ କିସ୍ତିର ଟଙ୍କା କୃଷକଙ୍କ ଆକାଉଣ୍ଟକୁ ପଠାଯାଇଥିଲା ।

ଆପଣଙ୍କୁ କହିରଖୁଛୁ ଯେ ଏହି ଯୋଜନା ଅଧୀନରେ ସରକାର କୃଷକଙ୍କ ଆକାଉଣ୍ଟକୁ କିସ୍ତି ପଠାଇବା ପାଇଁ ବର୍ଷକୁ ତିନିଟି ଅବଧିରେ ବିଭକ୍ତ କରିଛନ୍ତି । ଏହି ଅବଧିଗୁଡିକ ହେଉଛି- ଏପ୍ରିଲ୍ ରୁ ଜୁଲାଇ,ଅଗଷ୍ଟରୁ ନଭେମ୍ବର ଏବଂ ଡିସେମ୍ବରରୁ ମାର୍ଚ୍ଚ । ଡିସେମ୍ବରରୁ ମାର୍ଚ୍ଚ ଅବଧି ପାଇଁ କିସ୍ତି ଜାନୁଆରୀ ୧ ରେ ସରକାରଙ୍କ ଦ୍ଵାରା ପଠାଯାଇଥିଲା, ଯାହା ବର୍ତ୍ତମାନ ତିନି ମାସରୁ ଅଧିକ ସମୟ ଅର୍ଥାତ୍ ଚତୁର୍ଥ ମାସ ଚାଲିଛି । ଏଭଳି ପରିସ୍ଥିତିରେ ସରକାର ଚଳିତ ମାସ ଶେଷ ସୁଦ୍ଧା କିମ୍ବା ଆସନ୍ତା ମାସ ଆରମ୍ଭରେ କିସ୍ତି ପଠାଇ ପାରିବେ । ଏଥିରେ ଗୁରୁତ୍ୱପୂର୍ଣ୍ଣ ସୂଚନା ହେଉଛି ଯେଉଁ ଚାଷୀଙ୍କ ୧୦ ତମ କିସ୍ତି ଏପର୍ଯ୍ୟନ୍ତ ଆସିନାହିଁ । ଉଭୟ କିସ୍ତି ଏକାସାଙ୍ଗରେ ତାଙ୍କ ଆକାଉଣ୍ଟରେ ଭାରିବାକୁ ସରକାର ଯୋଜନା କରୁଛନ୍ତି ।

E-KYC ଆବଶ୍ୟକ :-

ଏଠାରେ ଆପଣ ଜାଣିବା ଉଚିତ ଯେ ପ୍ରଧାନମନ୍ତ୍ରୀ କିସାନ ଯୋଜନାର ହିତାଧିକାରୀଙ୍କ ପାଇଁ ସରକାର ଇ – କେୱାଇସି
କୁ ବାଧ୍ୟତାମୂଳକ କରିଛନ୍ତି । ତେଣୁ, ହିତାଧିକାରୀ କୃଷକ ଯେଉଁମାନେ ଇ – କେୱାଇସି ଅପଡେଟ୍ କରିନାହାଁନ୍ତି, ସେମାନେ ଶୀଘ୍ର ତାହା କରିବା ଉଚିତ୍ । ଏହାର ଶେଷ ତାରିଖ ହେଉଛି ୩୧ ମଇ । ଏହା କୁହାଯାଉଛି ଯେ ଯେଉଁ କୃଷକମାନଙ୍କର ଇ – କେୱାଇସି ନଥିବ । ସେମାନଙ୍କର କିସ୍ତି ସରକାର ବନ୍ଦ କରିବେ। ଏହା ସହିତ, କିଛି ଲୋକ ନକଲି କୃଷକ ହୋଇ ଏହି ଯୋଜନାର ଲାଭ ଉଠାଉଛନ୍ତି । ବର୍ତ୍ତମାନ ସେମାନଙ୍କୁ ମଧ୍ୟ ଚିହ୍ନଟ କରିବାର କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି । ସରକାର ଏପରିକି କହିଛନ୍ତି ଯେ ଚିହ୍ନଟ ହେବା ପରେ ଏଭଳି ଲୋକଙ୍କୁ ପ୍ରଧାନମନ୍ତ୍ରୀ କିସାନ ନିଧିଙ୍କଠାରୁ ଏପର୍ଯ୍ୟନ୍ତ ମିଳିଥିବା ଟଙ୍କା ଫେରସ୍ତ କରିବାକୁ ପଡିବ।

Leave A Reply

Your email address will not be published.