ଚୀନ୍‌ରେ କରୋନା ହେଲାଣି ବେକାବୁ ! ଲକ୍‌ଡାଉନ୍‌ରେ ଫସିଛନ୍ତି ଭାରତୀୟ ଅଧିକାରୀ |

0

Get real time updates directly on you device, subscribe now.

ଚୀନ୍‌ରେ ବର୍ତ୍ତମାନ କରୋନା ବେକାବୁ ରହିଛି। କଡ଼ା ପ୍ରତିବନ୍ଧକ ପରେ ମଧ୍ୟ ଚୀନ୍‌ରେ କରୋନା ସଂକ୍ରମଣ ସଂଖ୍ୟା ଧୀରେ ଧୀରେ ବଢ଼ି ବଢ଼ି ଚାଲିଛି। ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨୬ ହଜାରରୁ ଅଧିକ ମା-ମ-ଲା ସାମ୍ନାକୁ ଆସିଛି। ଚୀନର ଆର୍ଥିକ ରାଜଧାନୀ ସାଂଘାଇରେ କରୋନାର ସ୍ଥିତି ଚି-ନ୍ତାଜ-ନକ ରହିଛି। ଏଠାରେ ଏପ୍ରିଲ ୪ ତାରିଖରୁ କଡ଼ା ଲକ୍‌ଡାଉନ୍‌ ଜାରି କରାଯାଇଛି। ଫଳରେ ଲୋକମାନଙ୍କ ପାଖରେ ଖାଦ୍ୟ ପଦାର୍ଥର ଘୋର ଅ-ଭା-ବ ଦେଖିବା ପାଇଁ ମିଳିଛି। ଏଠାରେ ସାଧାରଣ ଜନତା ମଧ୍ୟ ଚିନ୍ତାରେ ଅଛନ୍ତି।

ଚୀନର ସରକାର ଲକ୍‌ଡାଉନକୁ ନେଇ ବହୁତ ଶକ୍ତ ଅଛନ୍ତି। ଚୀନ୍‌ରେ କରୋନାର ବଢ଼ୁଥିବା ମା-ମ-ଲା ମଧ୍ୟରେ ସେଠାରେ ଜିରୋ କୋଭିଡ୍‌ ନୀତିର ଆଲୋଚନା ଚାଲିଛି। ସରକାରଙ୍କର ଏହି ଜିରୋ ଟଲରାନ୍ସ ନୀତିର ପ୍ରଭାବ ଅନ୍ୟ ଦେଶର ଅଧିକାରୀମାନଙ୍କ ଉପରେ ପଡ଼ିବା ଆରମ୍ଭ ହୋଇଯାଇଛି। ଆମେରିକା ପରେ ବର୍ତ୍ତମାନ ଚୀନ୍‌ରେ ସ୍ଥିତ ଭାରତୀୟ ଦୂତାବାସ ତରଫରୁ ମଧ୍ୟ ଏକ ବଡ଼ ବ-ୟା-ନ ଜାରି କରାଯାଇଛି।

ବେଜିଂ ସ୍ଥିତ ଭାରତୀୟ ଦୂତାବାସ ତରଫରୁ କୁହାଯାଇଛିକି, ସାଂଘାଇରେ ଲକ୍‌ଡାଉନ୍‌ ପାଇଁ ଭାରତର ମହାବାଣିଜ୍ୟ ଦୂତାବାସ ସହିତ ଯୋଗାଯୋଗ ହୋଇପାରୁନାହିଁ। ମହାବାଣିଜ୍ୟ ଦୂତାବାସ ସାଂଘାଇରେ ବ୍ୟକ୍ତିଗତ ରୂପରେ ସେବା ପ୍ରଦାନ କରିବା ପାଇଁ ବର୍ତ୍ତମାନ ସ୍ଥିତିରେ ନାହିଁ। ଭାରତୀୟମାନଙ୍କ ପାଇଁ ଦୂତାବାସ ତତଫରୁ ଏକ ଗାଇଡଲାଇନ ମଧ୍ୟ ଜାରି କରାଯାଇଛି।

ଗାଇଡ୍‌ଲାଇନ୍‌ରେ କୁହାଯାଇଛିଯେ ପୂର୍ବ ଚୀନରେ ରହୁଥିବା ଭାରତୀୟ ନାଗରିକ ବାଣିଜ୍ୟିକ ଦୂତାବାସ ସମ୍ବନ୍ଧରେ ସେବା କରିବା ପାଇଁ ବେଜିଂ ସ୍ଥିତ ଭାରତୀୟ ଦୂତାବାସରେ ଆବେଦନ କରିପାରିବେ। ଏହା ବ୍ୟତୀତ କୌଣସି ବ୍ୟକ୍ତି ବେଜିଂରେ ବ୍ୟକ୍ତିଗତ ରୂପରେ ଦସ୍ତାବିଜ୍‌ ପ୍ରସ୍ତୁତ କରିବା ସ୍ଥିତିରେ ନଥିଲେ, ସେ କୌଣସି ପ୍ରତିନିଧିମାନଙ୍କୁ ନିୟୋଜିତ କରିପାରିବେ। କୌଣସି ଜରୁରୀକାଳୀନ ପରିସ୍ଥିତିରେ +୮୬ ୧୮୯ ୩୦୩୧ ୪୫୭୫/୧୮୩ ୧୭୧୬ ୦୭୩୬ ମୋବାଇଲ ନମ୍ବରରେ ଯୋଗାଯୋଗ କରିପାରିବେ ବୋଲି ଦୂତାବାସ ତରଫରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.