ଆଲିଆ ଓ ରଣବୀରଙ୍କ ବାହାଘରରେ ମାତ୍ର 28 ଜଣ ଅତିଥିଙ୍କୁ ନିମନ୍ତ୍ରଣ ! ଜାଣନ୍ତୁ କେବେ ଓ କେଉଁଠି ହେବ ମେହେନ୍ଦୀ ଓ ସଙ୍ଗୀତ କାର୍ଯ୍ୟକ୍ରମ ?

0

Get real time updates directly on you device, subscribe now.

ଥରେ ଭାବନ୍ତୁ ଯେତେବେଳେ ରଣବୀର ଓ ଆଲିଆ ଜଣେ ଆଉଜଣଙ୍କୁ ମ୍ୟାରେଜ କରିବେ ଓ ସାତ ଘେରା ବୁଲି ବିବାହ ବନ୍ଧନରେ ବାନ୍ଧି ହେବେ। ରଣବୀର ଓ ଆଲିଆଙ୍କ ଚର୍ଚ୍ଚା ବର୍ତ୍ତମାନ ପ୍ରତ୍ୟେକ ଜାଗାରେ ହେବାକୁ ଲାଗିଛି। ସମସ୍ତେ ଆଲିଆଙ୍କୁ ରଣବୀରଙ୍କ ବଧୂ ବେଶରେ ଦେଖିବାକୁ ଚାହାଁନ୍ତି। ଏହି ମୁହୂର୍ତ୍ତ ସେମାନଙ୍କ ଫ୍ୟାନ୍ସ ମାନଙ୍କ ପାଇଁ ମଧ୍ୟ ସ୍ମରଣୀୟ ହେବାକୁ ଯାଉଛି।

ରଣବୀର ଓ ଆଲିଆ ଭଟଙ୍କ ବିବାହ ସେମାନଙ୍କ ବାନ୍ଦ୍ରା ସ୍ଥିତ ଘର ବାସ୍ତୁରେ ହେବାକୁ ଯାଉଛି। ସେମାନେ ଏହି ବିଲ୍ଡିଂ ଏକ ବ୍ୟାଙ୍କୱେଟ ହଲ ବୁକ କରିସାରିଛନ୍ତି ଯାହାକି ବର୍ତ୍ତମାନ ବିବାହ ପାଇଁ ଡେକୋରେଟ ହେବାରେ ଲାଗିଛି।

କେଉଁଠାରେ ହେବ ସେମାନଙ୍କ ମେହେନ୍ଦୀ ଓ ସଙ୍ଗୀତର ଫନକ୍ସନ ?:-

ରଣବୀର ଓ ଆଲିଆଙ୍କ ବାହାଘର ପୂର୍ବରୁ ତାଙ୍କର ପ୍ରି ୱେଡ଼ିଙ୍ଗ ମ୍ୟାରେଜ ମଧ୍ୟ ବହୁତ ଖାଆସ ହେବାକୁ ଯାଉଛି। ସେମାନଙ୍କ ମେହେନ୍ଦୀ ଓ।ସଙ୍ଗୀତ ଆରକେ ଷ୍ଟୁଡିଓରେ ହେବାକୁ ଯାଉଛି। ସୂତ୍ରରୁ ମିଳିଥିବା ସୂଚନା ମୁତାବିକ, ଏପ୍ରିଲ 13 ତାରିଖରେ ମେହେନ୍ଦୀ ଓ ଫଁକ୍ସନ ହେବ ଓ 14 ତାରିଖରେ ସଙ୍ଗୀତ ଓ ହଳଦୀ ରସମ ହେବ। ଏପ୍ରିଲ 14 ତାରିଖରେ ହଳଦୀ ହେବ ଓ ସନ୍ଧ୍ୟା ସମୟରେ ସଙ୍ଗୀତ ହେବ।

ବିବାହ ଫଁକ୍ସନ ପାଇଁ ସଜା ଯାଇଛି ଆରକେ ଷ୍ଟୁଡ଼ିଓ:-

ରଣବୀର ଓ ଆଲିଆଙ୍କ ବିବାହ ପାଇଁ ଆରକେ ଷ୍ଟୁଡିଓ ପ୍ରଥମରୁ ସଜା ସରିଛି। ଷ୍ଟୁଡ଼ିଓରେ ଏକ୍ସଟ୍ରା ସିକ୍ୟୁରିଟିର ମଧ୍ୟ ଯୋଜନା କରାଯାଇଛି। ଷ୍ଟୁଡ଼ିଓ ଭିତରକୁ ଅନୁମତି ବିନା କାହାରିକୁ ପଶିବାକୁ ଦିଆଯିବ ନାହିଁ।

ଆଲିଆ ଓ ରଣବୀରଙ୍କ ବିବାହରେ ଉପସ୍ଥିତ ହେବେ ଏତିକି ଲୋକେ:-

ଆଲିଆ ଭଟଙ୍କ ଭାଇ ରାହୁଲ ଭଟ ଏହାର ସୂଚନା ଦେଇ କହିଥିଲେ କି, ବିବାହରେ ମୋଟ 28 ଜଣ ଉପସ୍ଥିତ ରହିବେ ଓ ଏହି 28 ଜଣ କେବଳ ପରିବାର ସଦସ୍ୟ ହିଁ ରହିବେ। ସେମାନେ ସମସ୍ତେ ଚେମ୍ବୁର ପର୍ଯ୍ୟନ୍ତ ବସ ରେ ଯିବେ ଓ ତାଙ୍କର ସିକ୍ୟୁରିଟି ଉପରେ ମଧ୍ୟ ଧ୍ୟାନ ଦିଆଯିବ।

ରାହୁଲ ଭଟ ହେଉଛନ୍ତି ମହେଶ ଭଟ ଓ କିରଣ ଭଟଙ୍କ ପୁତ୍ର। ପୂଜା ଭଟ ରାହୁଲଙ୍କ ବଡ଼ ଭଉଣୀ ଅଟନ୍ତି। ଆଲିଆ, ମହେଶ ଭଟଙ୍କ ଦ୍ବିତୀୟ ପତ୍ନୀ ସୋନି ରାଜଦାନଙ୍କ ଝିଅ ଅଟନ୍ତି। ସମସ୍ତେ ପରସ୍ପର ସହିତ ବହୁତ କ୍ଲୋଜ ଅଟନ୍ତି। ରାହୁଲ ମଧ୍ୟ ନିଜ ଭଉଣୀ ଆଲିଆଙ୍କ ବାହାଘରକୁ ନେଇ ବହୁତ ଆଗ୍ରହୀ ରହିଛନ୍ତି।

Leave A Reply

Your email address will not be published.