୧୫୦୦ ଫୁଟ ଉଚ୍ଚ ରୋପ ୱେରେ ଟ୍ରଲିଗୁଡିକ ମଧ୍ୟରେ ଧ-କ୍କା, ଦୁର୍ଘ-ଟଣା ପରେ ୪୮ ଜଣ ଲୋକ କାଲିଠାରୁ ପବନରେ ଝୁଲୁଛନ୍ତି, ଜଣଙ୍କର ମୃ-ତ୍ୟୁ,ଦେଖନ୍ତୁ ଭିଡ଼ିଓ

0

Get real time updates directly on you device, subscribe now.

ଝାଡ଼ଖଣ୍ଡର ଦେବଘରଠାରେ ବଡ ଟ୍ରଲି ଦୁର୍ଘ-ଟଣା ହୋଇଯାଇଛି । ଏଠାରେ ଥିବା ତ୍ରିକୂଟ ପର୍ବତ ଉପରେ ରୋପ ୱେରେ ହୋଇଥିବା ସମସ୍ୟା କାରଣରୁ ଅନେକ ପର୍ଯ୍ୟଟକ ଟ୍ରଲିରେ ଫସି ଯାଇଛନ୍ତି । ରୋପ୍ ୱେ ତଳୁ ପ୍ରାୟ 1500 ଫୁଟ ଉଚ୍ଚତାରେ ରହିଛି । ଦୁର୍ଘ-ଟଣାକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପରିସ୍ଥିତି ଉପରେ ନଜର ରଖିଛନ୍ତି । ସେ ଦୁର୍ଘ-ଟଣା ଏବଂ ବଞ୍ଚାଇବା କାର୍ଯ୍ୟର ସୂଚନା ନେଇଛନ୍ତି । ସେ ରବିବାର ସନ୍ଧ୍ୟାରୁ ପରିସ୍ଥିତି ଉପରେ ନଜର ରଖିଛନ୍ତି ।

ରେସକ୍ୟୁ ଅପରେସନ ଜାରି :-

ତ୍ରିକୂଟ ରୋପ ୱେର 18 ଟି ଟ୍ରଲିରେ ଫସି ରହିଥିବା 48 ଜଣ ଲୋକଙ୍କର ବର୍ତ୍ତମାନ ମଧ୍ୟ ରେସକ୍ୟୁ ଅଭିଯାନ ଜାରି ରହିଛି । ଏହାବ୍ୟତୀତ ଜଣେ ବ୍ୟକ୍ତିଙ୍କ ମୃ-ତ୍ୟୁ ହୋଇଛି ବୋଲି ମଧ୍ୟ କୁହାଯାଇଛି । ଏ ସବୁ ଲୋକମାନେ ରବିବାର ସନ୍ଧ୍ୟା 5ଟା ସମୟରୁ 1000 ଫୁଟ ଉଚ୍ଚତାରେ ଝୁଲି ହୋଇ ଟ୍ରଲିରେ ଫସି ଯାଇଛନ୍ତି । ସମସ୍ତଙ୍କ ଜୀବନକୁ ବଞ୍ଚାଇବା ପାଇଁ ସେନାର ସାହାଯ୍ୟ ନିଆଯାଉଛି । ଘଟ-ଣାସ୍ଥ-ଳରେ ସେନାର ଦୁଇ MI-17 ହେଲିକପ୍ଟର ପହଞ୍ଚିଛି । କିନ୍ତୁ ରେସକ୍ୟୁରେ ଅସୁବିଧା ହେଉଛି । ବର୍ତ୍ତମାନ ସୁଦ୍ଧା ମୋଟ 8 ଜଣ ଲୋକଙ୍କୁ ରେସକ୍ୟୁ କରି ସୁର-କ୍ଷିତ ଭାବେ ଅଣାଯାଇଛି ।

ବାସ୍ତବରେ ଦେବଘର ଜିଲ୍ଲାର ମୋହନପୁର ବ୍ଲକରେ ତ୍ରିକୂଟ ପାହାଡ ଉପରେ ଝାଡ଼ଖଣ୍ଡର ସବୁଠାରୁ ଉଚ୍ଚ ରୋପୱେ ରହିଛି । ରୋପୱେ ପର୍ଯ୍ୟଟକ ମାନଙ୍କୁ ମୁଖ୍ୟ ଚୋଟିର ଶୀର୍ଷ ଉପରକୁ ନେଇଯାଏ । ଚଢୁଥିବା ବାଟରେ ଘନ ଜଙ୍ଗଲରେ ପ୍ରସିଦ୍ଧ ତ୍ରିକୂଟାଚଳ ମହାଦେବ ମନ୍ଦିର ଏବଂ ୠଷି ଦୟାନନ୍ଦଙ୍କ ଆଶ୍ରମ ରହିଛି । ରାମନବମୀ ଅବସରରେ ଏଠାରେ ବହୁତ୍ ସଂଖ୍ୟାରେ ପର୍ଯ୍ୟଟକ ପହଞ୍ଚିଥିଲେ ।

ଏହିପରି ହେଲା ଦୁର୍ଘ-ଟଣା :-

ପର୍ଯ୍ୟଟକମାନେ କହିବା ଅନୁଯାୟୀ, ଉପରୁ ତଳକୁ ଆସୁଥିବା ଗୋଟିଏ ଟ୍ରଲି ସହିତ ତଳୁ ଉପରକୁ ଯାଉଥିବା ଟ୍ରଲି ସହିତ ଧ-କ୍କା ହେଇଗଲା । ଏହାପରେ କିଛି ଟ୍ରଲି ନିଜ ଜାଗାରୁ ହଟିଗଲେ ଏବଂ ଡିସପ୍ଲେସ ହୋଇଗଲେ । ଯେତେବେଳେ ଏହି ଦୁର୍ଘ-ଟଣା ଘଟିଲା, ସେତେବେଳେ ରୋପୱେର ତାରଗୁଡ଼ିକର ଅଲଗା ଅଲଗା ଅଂଶ ଉପରେ ପ୍ରାୟ ଦୁଇ ଡ୍ରଜନ ଟ୍ରଲି ଥିଲା । କିଛି ଟ୍ରଲିଗୁଡ଼ିକୁ ତୁରନ୍ତ ରେସକ୍ୟୁ କରି ନିଆଗଲା, କିନ୍ତୁ ଆହୁରି କିଛି ଟ୍ରଲି ବହୁତ୍ ଉଚ୍ଚରେ ଫ-ଶିଗଲେ ।

ଘଟ-ଣାସ୍ଥ-ଳକୁ ତୁରନ୍ତ ଏନଡିଆରଏଫ ଟିମକୁ ଡକାଗଲା । ଏନଡିଆରଏଫ ଟିମକୁ ବହୁତ୍ ଉଚ୍ଚ କାରଣରୁ ବହୁତ୍ ଅସୁବିଧାକୁ ସାମ୍ନା କରିବାକୁ ପଡୁଛି । ଫସିଥିବା ଲୋକମାନଙ୍କ ପର୍ଯ୍ୟନ୍ତ ଡ୍ରୋନ ମାଧ୍ୟମରେ ଖାଇବା ପିଇବା ପହଞ୍ଚାଇ ଦିଆଯାଉଛି । ଏହାପରେ ସୋମବାର ଦିନ ସକାଳେ ରେସକ୍ୟୁର କମାନ ନିଜେ ସେନା ସମ୍ଭାଳିଲେ ଏବଂ ଘଟ-ଣାସ୍ଥ-ଳକୁ ଆସିଥିବା ସେନାର ଦୁଇ MI-17 ହେଲିକପ୍ଟର ମଧ୍ୟ ରେସକ୍ୟୁ ଅଭି-ଯାନରେ ଲାଗିଛନ୍ତି ।

Leave A Reply

Your email address will not be published.