Daily Business Idea: ଘରେ ରହି ଆରମ୍ଭ କରନ୍ତୁ ଲେମ୍ବୁ ବିଜନେସ,ହେବ ବଢିଆ ରୋଜଗାର,ଜାଣନ୍ତୁ କେମିତି ଆରମ୍ଭ କରିବେ ?

0

Get real time updates directly on you device, subscribe now.

ଯଦି ଆପଣ କୌଣସି ଏମିତି ବିଜନେସ୍ ର ସନ୍ଧାନରେ ଅଛନ୍ତି ଯେଉଁଠି ମୋଟା ରୋଜଗାର କରିପାରିବ ତେବେ ଆଜି ଆମେ ଆପଣଙ୍କୁ ଗୋଟିଏ ଆଇଡ଼ିଆ ଦେଉଛୁ,ଯାହାର ଗାଁ ରୁ ନେଇକି ସହର ପର୍ଯ୍ୟନ୍ତ ବହୁତ ଚାହିଦା ରହିଛି । ଆପଣ ନଗଦ ଫସଲ ଲଗେଇ ଘରେ ବସି ଲକ୍ଷ ଲକ୍ଷ ଟଙ୍କା କମେଇ ପାରିବେ । ଆଜିକାଲି ପାଠ ପଢା ଲୋକ ମଧ୍ୟ ଲକ୍ଷ ଲକ୍ଷ ଟଙ୍କାର ଚାକିରୀ ଛାଡି ଚାଷ ଆଡ଼କୁ ମୁହାଁଇଛନ୍ତି ଆଉ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ଚାଷ କରିବା ପାଇଁ ନଗଦ ଫସଲ ଏମିତି ଅଛି କି,ଯାହାକୁ ଠିକ ପ୍ରଣାଳୀରେ କରିବା ଦ୍ୱାରା ଲକ୍ଷ ଲକ୍ଷ ଟଙ୍କା ସହଜରେ ରୋଜଗାର କରାଯାଇ ପାରିବ ।

ଆଜିକାଲି ଲେମ୍ବୁର ଚାଷ ବହୁତ ଜୋରେ ବଢ଼ିବାରେ ଲାଗିଛି । ଏହାର ସବୁଠୁ ବଡ଼ କାରଣ ଏହା ହେଉଛି କି ଏଥିରେ ବହୁତ ସାରା ଲାଭଦାୟକ ଗୁଣ ରହିଛି । ଏହା ବ୍ୟତୀତ ଏହାର ଚାଷ ମଧ୍ୟ ସହଜରେ କରାଯାଇପାରିବ । ଆଜି ଆମେ ଆପଣଙ୍କୁ ଲେମ୍ବୁର ଚାଷ ବିଷୟରେ କହୁଛୁ । ଏମିତି ରେ ବି ଆଜିକାଲି ଲେମ୍ବୁର ଦର ଆକାଶ ଛୁଆ ହେଉଛି । ଏମିତିରେ ଲେମ୍ବୁ ର ବିଜନେସ୍ ଘରେ ବସି ଆପଣଙ୍କୁ ଲକ୍ଷପତି ବନେଇପାରିବ ।

ଲେମ୍ବୁ ର ଗୋଟିଏ ଗଛକୁ ଥରେ ଲଗେଇବା ପରେ ୧୦ ବର୍ଷ ପର୍ଯ୍ୟନ୍ତ ଅମଳ ମିଳିଥାଏ । ଲେମ୍ବୁର ଗୋଟିଏ ଗଛ ପାଖାପାଖି ୩ବର୍ଷ ପରେ ଭଲରେ ବଡ଼ ହୋଇଯାଏ । ଏହାର ଗଛରୁ ପୁରା ବର୍ଷ ଅମଳ ହୋଇଥାଏ । ଭାରତ ଦୁନିଆର ସବୁଠୁ ଅଧିକ ଲେମ୍ବୁ ଉତ୍ପାଦନ କରୁଥିବା ଦେଶ ଅଟେ । ଭାରତରେ ଏହି ଚାଷ ତାମିଲନାଡୁ,ରାଜସ୍ଥାନ,ରାହାରାଷ୍ଟ୍ର,ବିହାର,ଆଶାମ,ଆନ୍ଦ୍ରପ୍ରଦେଶ,ହିମାଚଳ ପ୍ରଦେଶ,ଗୁଜୁରାଟ ଆଦି ରାଜ୍ୟରେ କରାଯାଉଛି ।
ଯଦିଓ ପୁରା ଦେଶରେ ଏହାର ଚାଷ କରାଯାଇଥାଏ । କୃଷକ ଅଲଗା ଅଲଗା ରାଜ୍ୟରେ ଅଲଗା ଅଲଗା କିସମର ଲେମ୍ବୁ ଚାଷ କରନ୍ତି । ଦେଶରେ ଅନେକ କୃଷକ ଲେମ୍ବୁ ଚାଷ କରି ବହୁତ ଭଲ ଲାଭ କରୁଛନ୍ତି ।

ଲେମ୍ବୁ ଚାଷ ପାଇଁ ମାଟି :-

ଲେମ୍ବୁ ଉଦ୍ଭିଦ ପାଇଁ ବାଲୁକା,କାଦୁଅ ମାଟି ଭଲ ବୋଲି ବିଶ୍ୱାସ କରାଯାଏ । ଏହା ବ୍ୟତୀତ ଲାଲ ଲେଟରାଇଟ ମାଟିରେ ମଧ୍ୟ ଲେମ୍ବୁ ଚାଷ କରାଯାଇପାରେ । ଲେମ୍ବୁ ଚାଷ ଅମ୍ଳୀୟ କିମ୍ବା କ୍ଷାରୀୟ ମୃତ୍ତିକାରେ ମଧ୍ୟ ଚାଷ କରାଯାଇପାରେ । ଏହା ପାହାଡ ଅଞ୍ଚଳରେ ମଧ୍ୟ ଚାଷ କରାଯାଇପାରେ । ଲେମ୍ବୁ ଗଛକୁ ଥଣ୍ଡା ଏବଂ ବରଫରୁ ସୁରକ୍ଷା ଦେବା ଆବଶ୍ୟକ ହୋଇଥାଏ ।
୪ ରୁ ୯ ର ପିଏଚ ମୂଲ୍ୟ ଥିବା ମାଟିରେ ଲେମ୍ବୁ ଚାଷ କରାଯାଇପାରେ ।

ବୁଣିବା :-

ଲେମ୍ବୁ ର ମଞ୍ଜିକୁ ବୁଣା ମଧ୍ୟ ଯାଇପାରେ । ଲେମ୍ବୁ ଗଛ ରୋପଣ ମଧ୍ୟ କରାଯାଇପାରେ । ଗଛ ଲଗାଇ ଲେମ୍ବୁ ଚାଷ ଶୀଘ୍ର ଏବଂ ଭଲ ହୋଇଥାଏ ଏବଂ ଏଥିରେ ମଧ୍ୟ କମ୍ ପରିଶ୍ରମ ଲାଗିଥାଏ ।
ଏଥି ସହିତ,ମଞ୍ଜି ବୁଣି ଚାଷ କରିବା ଦ୍ୱାରା ସମୟ ଏବଂ ପରିଶ୍ରମ ଦୁଇଟା ଯାକ ଅଧିକ ଲାଗିଥାଏ । ଲେମ୍ବୁ ଗଛର ରୋପଣ କରିବା ପାଇଁ ନର୍ସରୀ ଗଛ କ୍ରୟ କରାଯାଇପାରେ । କିଣାଯାଇଥିବା ଗଛଗୁଡିକ ଏକ ମାସ ପୁରୁଣା ଏବଂ ଭଲ ହେବା ଉଚିତ୍ ।

ରୋଜଗାର :-

ଲେମ୍ବୁ ର ଚାଷ ଅଧିକ ଲାଭଜନକ ଚାଷ ରୂପରେ ମଧ୍ୟ କରାଯାଇପାରେ । ଏହାର ଗୋଟିଏ ଗଛରେ ପ୍ରାୟ ୩୦ – ୪୦ କିଲୋଗ୍ରାମ ଲେମ୍ବୁ ହୋଇପାରେ । ଅନ୍ୟ ପଟେ,ମୋଟା ଚୋପା ସହିତ ଲେମ୍ବୁର ଅମଳ ୪୦ ରୁ ୫୦ କିଲୋଗ୍ରାମ ମଧ୍ୟରେ ହୋଇପାରେ । ବଜାରରେ ଲେମ୍ବୁର ଚାହିଦା ବର୍ଷସାରା ସମାନ ରହିଥାଏ । ଲେମ୍ବୁର ବଜାର ମୂଲ୍ୟ କିଲୋଗ୍ରାମରେ ୪୦ ରୁ ୭୦ ଟଙ୍କା ମଧ୍ୟରେ ହୋଇଥାଏ । ଏହି ଅନୁଯାୟୀ ଚାଷୀଙ୍କର ଏକ ଏକର ଲେମ୍ବୁ ଚାଷ କରି ସହଜରେ ପ୍ରାୟ ୪ ରୁ ୫ ଲକ୍ଷ ଟଙ୍କା ରୋଜଗାର କରିପାରିବେ ।

ସେଓ ଅଙ୍ଗୁର ଠାରୁ ମଧ୍ୟ ମହଙ୍ଗା ଲେମ୍ବୁ :-

ବର୍ତ୍ତମାନ ଲେମ୍ବୁର ମୂଲ୍ୟ ସାଧାରଣ କ୍ରେତାଙ୍କର ଦାନ୍ତକୁ ଖଟା କରିଦେଇଛି । ସେଉ ଏବଂ ଅଙ୍ଗୁର ଠାରୁ ମଧ୍ୟ ଲେମ୍ବୁର ମୂଲ୍ୟ ଅଧିକ ହୋଇଛି । ଗତ କିଛି ଦିନ ଧରି ଲଗାତାର ଉତ୍ତାପ ବୃଦ୍ଧି ହେବା ସହିତ ଲେମ୍ବୁର ଚାହିଦା ମଧ୍ୟ ବୃଦ୍ଧି ପାଇଛି ।ଦିଲ୍ଲୀ-ଏନସିଆରରେ ଲେମ୍ବୁର ମୂଲ୍ୟ କିଲୋଗ୍ରାମ ପିଛା ୩୦୦ ଟଙ୍କା ଅତିକ୍ରମ କରିଛି । ଗୋଟିଏ ଲେମ୍ବୁର ମୂଲ୍ୟ 10 ଟଙ୍କା ଅତିକ୍ରମ କରିଛି ।

Leave A Reply

Your email address will not be published.