ଅଜବ ପ୍ରେମ କାହାଣୀ : ବୟଫ୍ରେଣ୍ଡ୍ କରୁଥିଲା ଚୋରି… ଆଉ ଗାର୍ଲଫ୍ରେଣ୍ଡ ଟଙ୍କା ଉଧାର ନେଇ ଜାମିନରେ ଆଣୁଥିଲା,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ପ୍ରେମରେ ପଡି ମଣିଷ ଯାହା ବି କରେ ତାକୁ ଠିକ ଲାଗିଥାଏ|ପ୍ରେମର ନିଶା ଏପରି ଯେ ତା ଆଗରେ ଭୁଲ ଠିକ ଜଣା ପଡେନାହିଁ|ପ୍ରେମୀ ପ୍ରେମିକା ପାଇଁ ଯାହା କରେ‌ ତାହା ଠିକ ଲାଗେ|ଏମିତିରେ ଆପଣ ବହୁ ପ୍ରେମ କାହାଣୀ ସମ୍ପର୍କରେ ଶୁଣିଥିବେ ତେବେ ଚାଲନ୍ତୁ ଆଜି ସେ ସମ୍ପର୍କରେ ଶୁଣିବା:

ଏହି ଅଜଵ ପ୍ରେମ କାହାଣୀ ଶୁଣି ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ|ଏହି ପ୍ରେମ କାହାଣୀର ପ୍ରେମୀ ଚୋର ଅଟେ ଓ ଚୋରି କରେ|ପ୍ରେମିକା ତାକୁ ଛାଡିବା ପରିବର୍ତ୍ତେ ଲୋକଙ୍କ ଠାରୁ ଉଦ୍ଧାର ନେଇ ତାକୁ ଜେଲରୁ ମୁକୁଳେଇଥାଏ|ଚାଲନ୍ତୁ ପୂରା ମାମଲା ସମ୍ପର୍କରେ ଜାଣିବା:

ପ୍ରେମି ଚୋରୀ କରିଥାଏ ଓ ପ୍ରେମିକା ତାକୁ ଜେଲରୁ ମୁକୁଳେଇ ଥାଏ|ଏହି କଥା ଅଜବ ଲାଗୁଥିବ କିନ୍ତୁ ଏଥିପାଇଁ ଏହି ଘଟଣା ଏବେ ଚର୍ଚ୍ଚିତ|ଏହି ଘଟଣା ମଧ୍ୟପ୍ରଦେଶର ଇନ୍ଦୋର ସହରର ଅଟେ|ଏହି ଘଟଣା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ|

ଇନ୍ଦୋରରେ ଚୋରୀ ଓ ଜେଲରୁ ଜାମିନ ଉପରେ ଘଟଣା ବହୁ ସମୟ ପର୍ଯ୍ୟନ୍ତ ଚାଲିଥିଲା|ବିଜୟ ନଗର ଅଞ୍ଚଳରେ ପୋଲିସ ଚେକିଙ୍ଗ କରୁଥିଲେ|ଏହି ସମୟରେ ପୋଲିସ ବିଶାଳ ନାନେରିଆ ନାମକ ଯୁଵକକୁ ଅଟକାଇଥିଲେ|ପଚରାଉଚରା ପରେ ପୋଲିସକୁ ଯାହା ମିଳିଲା ଆଶ୍ଚର୍ଯ୍ୟ ହୋଇଗଲେ|

ବିଜୟକୁ ଯେତେବେଳେ ପୋଲିସ ପଚରାଉଚରା କଲା ଜଣାପଡ଼ିଲା ଯେ ସେ ବହୁ ଡକାୟତି ଓ ଲୁଟ ଘଟଣା ସହ ସମ୍ପୃକ୍ତ|ସେ ଏହି କଥା ସ୍ୱୀକାର କରିଥିଲେ|ଏହାପରେ ପୋଲିସ ତାକୁ ନେଇ ଥାନା ପହଞ୍ଚିଲା |ସେଠାରେ ତା ବିରୁଦ୍ଧରେ କେସ ଦାଖଲ କରି ଗିରଫ କରିନେଲା|

ବିଜୟ ଗିରଫ ହେଵା ଖବର ପ୍ରେମିକା ପାଖରେ ପହଞ୍ଚିବା ମାତ୍ରେ ସେ ଥାନାରେ ପହଞ୍ଚି ଗଲା|ସେ ପୋଲିସ ଷ୍ଟେସନ ପହଞ୍ଚିବା ମାତ୍ରେ ପୋଲିସ ବାଲା ତାକୁ ଛାଡ଼ିବାକୁ କହିଲେ|ଏହାପରେ ପୋଲିସ ପଚରାଉଚରା କରିବାରୁ ବଡ ତଥ୍ୟ ସାମ୍ନାକୁ ଆସିଥିଲା|

ପ୍ରେମିକାକୁ ପୋଲିସ ଯେତେବେଳେ ପଚରାଉଚରା କଲା ବଡ ସତ୍ୟ ସାମ୍ନାକୁ ଆସିଲା|ସେ କହିଲା ତା ବୟଫ୍ରେଣ୍ଡ୍ କିଛି ନା କିଛି ଅପରାଧ କରିଥାଏ|ଏଥିପାଇଁ ପୋଲିସ ଜେଲରେ ଭର୍ତ୍ତି କରେ|ଏହା ପରେ ସେ କରଜ ନେଇ ଜାମିନ କରେ|ଯଦିଓ କରଜ ମେଣ୍ଟାଇବାକୁ ସେ ପୁଣି ଚୋରି କରିଥାଏ|

ପୁଣି ଅପରାଧ କଲେ ଧରାପଡେ ଓ ଜେଲ ଯାଏ|ପୁଣି ମୁକୁଳେଇବା ପାଇଁ ପ୍ରେମିକା ଉଧାର କରିଥାଏ|ଏହି ଘଟଣା ଲଗାତାର ଚାଲିଥାଏ|ଯଦିଓ ଶେଷ ଲୁଟ ସେ ଯେଉଁ କରିଥିଲେ ତାହା କରଜ ଶୁଝିବାକୁ କରିଥିଲେ|କିନ୍ତୁ ପୋଲିସ ଚେକିଙ୍ଗରେ ଫସିଗଲା|ଆରୋପୀ ବିଜୟକୁ ପୋଲିସ ଜେଲ ପଠେଇଛି|

Leave A Reply

Your email address will not be published.