ଦ୍ରୁତ ଗତିରେ ଯାଉଥିବା BMW ଡିଭାଇଡର ପାର କରି ସ୍କୁଟିକୁ ଦେଲା ଶକ୍ତ ଝଟକା, ଭିଡିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ,ଦେଖନ୍ତୁ ଭିଡ଼ିଓ

0

Get real time updates directly on you device, subscribe now.

କର୍ଣ୍ଣାଟକର ମାଙ୍ଗଲୋରରେ ଦ୍ରୁତଗାମୀ BMW କାର ବହୁ ଲୋକଙ୍କୁ ଭୟାଭୟ ଭାବେ ଜଖମ କରି ଦେଇଛି|ଏହି ସଡକ ଦୁର୍ଘଟଣାର ଏକ ଖତରନାକ ଭିଡିଓ ଜୋରରେ ଭାଇରାଲ ହେଉଛି|ଦୁର୍ଘଟଣା ୯ ଅପ୍ରେଲର କୁହାଯାଉଛି|ଦୁର୍ଘଟଣାରେ ଆହତ ଲୋକଙ୍କ ଚିକିତ୍ସା ଚାଲିଛି|ପୋଲିସ ଆରୋପୀ ଡ୍ରାଇଭର ବିରୁଦ୍ଧରେ ଗମ୍ଭୀର ଧାରା ଓ ମୋକଦ୍ଦମା ରୁଜ୍ଜୁ କରି ଗିରଫ କରିଛି|

ରିପୋର୍ଟ ଅନୁସାରେ ଘଟଣା ଅପରାହ୍ନ ପାଖାପାଖି ୧.୨୦ ର ଯାହା ମାଙ୍ଗଲୋରର ବଲ୍ଲାଲ ବାଗ ଚୈରାହା ପାଖରେ ଅଟେ|ଘଟଣାର ଭାଇରାଲ ଭିଡିଓରେ ସଫାସଫା ଦେଖାଯାଏ ଯେ ଦ୍ରୁତଗାମୀ ଅନିୟନ୍ତ୍ରିତ BMW କାର ନିଜର ଧାଡିରୁ‌ ଡିଭାଇଡର ପାର କରି ବିପରୀତ ଲେନକୁ ଆସିଯାଏ|ଡିଭାଇଡର‌ ପାର‌କରି ସିଧା BMW ମହିଳା ବସିଥିବା ସ୍କୁଟି ସହ ଧକ୍କା କରିଥାଏ|କାରର ଜୋରଦାର ଧକ୍କା ଫଳରେ ସ୍କୁଟିରେ ବସିଥିବା ମହିଳା ଗମ୍ଭୀର ଭାବରେ ଆହତ ହୋଇଛନ୍ତି|

BMW ସହ ଧକ୍କାରେ କ୍ଷତିଗ୍ରସ୍ତ ହୋଇଥିବା ଅନ୍ୟ ବାହାନର ଡ୍ରାଇଭର ଓ ସ୍କୁଟିରେ ବସିଥିବା ମହିଳାଙ୍କ ଚିକିତ୍ସା ଚାଲିଛି|ପ୍ରତ୍ୟକ୍ଷଦର୍ଶୀ ଙ୍କ କହିବାନୁଯାୟୀ ଆଉଜଣେ ମହିଳା ଯିଏ ସଡକ ପାର କରିବା ପାଇଁ ଡିଭାଇଡରରେ ଠିଆ ହୋଇଥିଲେ,BMW କବଳିତ ହେବାରୁ‌ ଟିକେ ଟିକେ ବଞ୍ଚିଗଲେ|

ପୋଲିସ ଅନୁସାରେ BMW ଡ୍ରାଇଭରର ପରିଚୟ ମନ୍ନାଗୁଡୁର ଶ୍ରବଣ କୁମାର ଅଟେ|ଶ୍ରଵଣ ଡେରେବଲରେ ଇଣ୍ଟରିଅର ଡେକୋରେଟରର କାମ କରିଥାଏ|ଘଟଣାର ତୁରନ୍ତ ବାଦ ସେଠାରେ ମହଜୁଦ ଥିବା ଲୋକମାନେ BMW କାର ଡ଼୍ରାଇଭର କୁ ଧରି ମାଡ ମାରିଥିଲେ|ଆରୋପ ଏହା ଯେ ଦୁର୍ଘଟଣା ସମୟରେ ଡ୍ରାଇଭର ମଦ ନିଶାରେ ନିଶାସକ୍ତ ଅବସ୍ଥାରେ ଥିଲା|ପୋଲିସ ଦୁର୍ଘଟଣାର ଯାଞ୍ଚ କରୁଛି|

Leave A Reply

Your email address will not be published.