ମାତ୍ର ୫ ଟଙ୍କାରେ ୬୦ କିଲୋମିଟରର ଯାତ୍ରା, ବୃଦ୍ଧ ବ୍ୟକ୍ତି ଘରେ ତିଆରି କଲେ ଇଲେକ୍ଟ୍ରିକ କାର, ଚଲାଇକି ମଧ୍ୟ ଦେଖାଇଲେ,ଦେଖନ୍ତୁ ଭିଡ଼ିଓ

0

Get real time updates directly on you device, subscribe now.

କେରଳରେ ଥିବା କୋଲ୍ଲମ ଜିଲ୍ଲାର ବାସିନ୍ଦା ଏଂଟନି ଜନ ନିଜ ଘରେ ହିଁ ଇଲେକ୍ଟ୍ରିକ କାର ତିଆରି କରିଦେଲେ, ଯେଉଁଥିରେ ୨-୩ ଲୋକ ବସିପାରିବେ ଏବଂ ଏହା ମାତ୍ର ୫ ଟଙ୍କା ଖର୍ଚ୍ଚରେ ୬୦ କିଲୋମିଟର ପର୍ଯ୍ୟନ୍ତ ଚାଲିପାରେ | ଏହାକୁ ତିଆରି କରିବାରେ ମାତ୍ର ୪.୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି |

ଏହିପରି ଆସିଲା କାର ତିଆରି କରିବାର ଆଇଡ଼ିଆ :-

Cartoq ସାଇଟ Village Vartha ନାମକ ଗୋଟିଏ ୟୁଟ୍ୟୁବ ଚ୍ୟାନେଲରେ ଏଂଟନି ଜନଙ୍କ ସେୟାର ଭିଡିଓକୁ ଦର୍ଶାଇ ରିପୋର୍ଟ କରିଛନ୍ତି | ବୃତ୍ତି ଅନୁଯାୟୀ କ୍ୟାରିୟର ପରାମର୍ଶଦାତା ଭାବରେ କାର୍ଯ୍ୟ କରି ଏଂଟନି ଜନଙ୍କୁ ପ୍ରତିଦିନ ଅଫିସରେ ୬୦ କିଲୋମିଟର ଯିବାଆସିବା ହୋଇଥାଏ, ଯେଉଁଥିପାଇଁ ସେ ଇଲେକ୍ଟ୍ରିକ ସ୍କୁଟର ବ୍ୟବହାର କରୁଥିଲେ | କିନ୍ତୁ ଅନେକଥର ବର୍ଷା କିମ୍ବା ଉତ୍ତାପ ତାଙ୍କୁ ଯିବାଆସିବାରେ ଅସୁବିଧା ହେଉଥିଲା |

ଏଭଳି ପରିସ୍ଥିତିରେ ସେ ୪ ବର୍ଷ ପୂର୍ବେ, ଅର୍ଥାତ ୨୦୧୮ ରେ ଭାବିଲେ ଯେ ଗୋଟେ ଇଲେକ୍ଟ୍ରିକ କାର ତିଆରି କଲେ କେମିତି ହୁଅନ୍ତା, ଯାହାର ରନିଙ୍ଗ ଖର୍ଚ୍ଚ ମଧ୍ୟ କମ ଥିବ ଏବଂ ଅନ୍ୟାନ୍ୟ ସମସ୍ୟାରୁ ମଧ୍ୟ ମୁକ୍ତି ପାଇହେବ | ଏଂଟନି ଇଣ୍ଟରନେଟରୁ ସମସ୍ତ ତଥ୍ୟ ସଂଗ୍ରହ କଲେ ଏବଂ ତା’ପରେ ଦିଲ୍ଲୀରୁ ଆବଶ୍ୟକୀୟ ଉପାଦାନଗୁଡ଼ିକ ଅର୍ଥାତ ଇଲେକ୍ଟ୍ରିକ ମୋଟର, ବ୍ୟାଟେରୀ ସହିତ ଅନ୍ୟାନ୍ୟ ଜିନିଷ ମଗାଇଲେ |

ଏଂଟନି ଗୋଟିଏ ଗ୍ୟାରେଜ ସହିତ ଯୋଗାଯୋଗ କରି ସେଠିକାର ମେକାନିକ ଠାରୁ ନିଜ ଆଇଡ଼ିଆ ଏବଂ ଇଲେକ୍ଟ୍ରିକ କାରର ଡିଜାଇନ ସେୟାର କଲେ ଏବଂ ତାପରେ ତାଙ୍କ ସହିତ ମିଶି ବଡି ଏବଂ ମେକାନିକ୍ସ ଉପରେ କାମ କଲେ | ତେବେ କରୋନା ସଙ୍କଟ କାରଣରୁ ଏଥିରେ ଡେରି ହେଲା, କିନ୍ତୁ ସେ କିଛି ସମୟ ପୂର୍ବରୁ ନିଜ ସ୍ୱପ୍ନକୁ ବାସ୍ତବରେ ବଦଳାଇ ଦେଲେ, ଯେତେବେଳେ ତାଙ୍କ ପ୍ରଥମ ଇଲେକ୍ଟ୍ରିକ କାର ତିଆରି ହୋଇ ପ୍ରସ୍ତୁତ ହୋଇଗଲା | ଏଂଟନିଙ୍କ ଇଲେକ୍ଟ୍ରିକ କାରରେ ଷ୍ଟିୟରିଂ, ବ୍ରେକ, କ୍ଳଚ, ଏକସେଲେରେଟର, ହେଡ଼ ଲାଇଟ୍ସ, ଫଙ୍ଗ ଲ୍ୟାମ୍ପ, ଇଣ୍ଡିକେଟର୍ସ ସହିତ ଡ୍ରାଇଭିଙ୍ଗ ସିଟ ପଛରେ ୨-୩ ଜଣ ପିଲା ବସିବାର ଜାଗା ମଧ୍ୟ ରହିଛି |

୨୫ କିଲୋମିଟରର ସ୍ପିଡ଼, ୬୦ କିଲୋମିଟର ରେଞ୍ଜ :-

ସବୁଠାରୁ କୌତୁହଳର ବିଷୟ ହେଉଛି ଯେ ଏହାକୁ ଆପଣ ଆରାମରେ ଚଳାଇ ପାରିବେ ଏବଂ ଯେଉଁଠାରେ ଆପଣ କାର ନେଇପାରନ୍ତି ନାହିଁ, ସେଠାରେ ଏହି କାର ଛୋଟ ସାଇଜର ହୋଇଥିବା କାରଣରୁ ସେଠାକୁ ମଧ୍ୟ ନେଇଯାଇପାରିବେ | ଏହି ଇଲେକ୍ଟ୍ରିକ କାରର ମ୍ୟାକ୍ସିମମ ସ୍ପିଡ଼ 25 kmph ଅଟେ ଏବଂ ଏହାର ବ୍ୟାଟେରୀ ରେଞ୍ଜ ୬୦ କିଲୋମିଟରର ଅଟେ | ଏହାକୁ ଫୁଲ ଚାର୍ଜ କରିବାରେ ଅଧିକ ସମୟ ମଧ୍ୟ ଲାଗିନଥାଏ ଏବଂ ଏହାର ରନିଙ୍ଗ କଷ୍ଟ ବହୁତ କମ ଅଟେ |

Leave A Reply

Your email address will not be published.