୨୨ ବର୍ଷୀୟ ଭାରତୀୟ ଯୁବତୀ ଆମେରିକାରେ କଲେ ଫ୍ରଡ, କଥାରେ ଫସାଇ ୨୫୦ଜଣ ଆମେରିକୀୟଙ୍କୁ ଦେଲେ ଧୋକା,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ଭାରତରେ ବସିଥିବା ଜଣେ ୨୨ ବର୍ଷୀୟ ଯୁବତୀ ନିଜର ୬ଜଣ ସାଥୀମାନଙ୍କ ସହିତ ମିଶି ଖୁବ ଚୁନା ଲଗାଇଛନ୍ତି, ଏ କଥାର ଖୁଲାସା ହେବା ବେଳକୁ ପ୍ରାୟ ଅଢେଇ ଶହ ଆମେରିକୀୟଙ୍କୁ ଏହି ଯୁବତୀ ଥକି ସାରିଥିଲେ | ପ୍ରକୃତରେ ପୁରା ମାମଲାଟି କଣ ଆପଣଙ୍କୁ ଆଗକୁ କହିବୁ |

ମଧ୍ୟପ୍ରଦେଶର ଗ୍ବାଲିୟର କ୍ରାଇମ ବ୍ରାଞ୍ଚ ଲୋନ ଦେବା ନାମରେ ଠକୁଥିବା ଗୋଟିଏ ଇଣ୍ଟରନେଶନାଲ ଗ୍ୟାଙ୍ଗକୁ ଧରିଛି | ପୋଲିସ ବହୋଡାପୁରର ଆନନ୍ଦ ନଗରରେ ଫରଜି କଲ ସେଣ୍ଟର ଚଳାଉଥିବା ଜଣେ ୨୨ ବର୍ଷୀୟ ଯୁବତୀ ସହିତ ୭ ଜଣ ଲୋକଙ୍କୁ ଗିରଫ କରିଛି | ଗ୍ୟାଙ୍ଗର ସବୁଠାରୁ ଗୁରୁତ୍ୱପୂର୍ଣ ସଦସ୍ୟ ମୋନିକା ZOOM ଆପ ମାଧ୍ୟମରେ USA ର ଲୋକଙ୍କୁ ଭିଡିଓ କଲ କରୁଥିଲେ ଏବଂ ଲୋକମାନେ ତାଙ୍କ କଥାରେ ଭାସିଯାଇ ନିଜ ଟଙ୍କା ହରାଉଥିଲେ |

ଏହିପରି ଲୋକଙ୍କୁ ଠକୁଥିଲେ :-

ସୂଚନା ଅନୁଯାୟୀ, ମୋନିକା ନିଜକୁ ଲ୍ୟାଣ୍ଡିଙ୍ଗ କ୍ଲବ ଆମେରିକାନ କମ୍ପାନୀର ଏଜେଣ୍ଟ କୁହନ୍ତି ଏବଂ ତାପରେ ଲୋନ ଅଫର କରନ୍ତି | ଲୋନରେ ମୋଟା ରକମ ଫାଇନାନ୍ସ କରିବାପରେ ସେମାନେ ନିଜର କମିଶନ ଇଣ୍ଟରନେଶନାଲ ଗିଫ୍ଟ ଭାଉଚର ଭାବରେ ନିଅନ୍ତି | ଭାଉଚରକୁ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ସପିଙ୍ଗରେ କ୍ୟାସ କରି ନେଉଥିଲେ | କ୍ରାଇମ ବ୍ରାଞ୍ଚକୁ ଏହି ଫରଜି କଲ ସେଣ୍ଟରରୁ ଏକ ଡ୍ରଜନରୁ ଅଧିକ ଲାପଟପ, ମୋବାଇଲ ସହିତ ଅନ୍ୟ ଜିନିଷ ମିଳିଛି | ଗ୍ୟାଙ୍ଗରୁ ସଦସ୍ୟମାନେ ପୋଲିସକୁ କହିଛନ୍ତି ଯେ ସେମାନେ ବର୍ତ୍ତମାନ ସୁଦ୍ଧା ୨୫୦ରୁ ଅଧିକ ଆମେରିକୀୟ ଲୋକଙ୍କୁ ଠକି ସାରିଛନ୍ତି |

ଏଠାରେ ଚାଲିଥିଲା ଠକାମୀ କାମ :-

କ୍ରାଇମବ୍ରାଞ୍ଚ ବହୋଡାପୁରର ଆନନ୍ଦ ନଗରରେ ଗୋଟିଏ ଘରେ ଚଢ଼ାଉ କଲେ, ଯେଉଁଠାରେ ଫେକ ଇଣ୍ଟରନେଶନାଲ କଲ ସେଣ୍ଟର ଚାଲିଥିଲା | କ୍ରାଇମବ୍ରାଞ୍ଚ ଘଟଣାସ୍ଥଳରୁ ୬ଜଣ ଯୁବକ, ଜଣେ ଯୁବତୀଙ୍କୁ ଗିରଫ ମଧ୍ୟ କରିଛି | ଏଠାରୁ ଲାପଟପ, ମୋବାଇଲ, ରେଜିଷ୍ଟର ଏବଂ ଅନ୍ୟ ଜିନିଷ ଜବତ କରିଛି | ପଚରାଉଚରା ଖୁଲାସା ହେଲା ଯେ ଏହା ଗୋଟିଏ ଇଣ୍ଟରନେଶନାଲ ଫ୍ରଡ କଲ ସେଣ୍ଟର ଅଟେ |

ଗୁଜୁରାଟର ଅହମଦାବାଦରେ ବସିଥିବା ମାଷ୍ଟର ମାଇଣ୍ଡ ନିଜର ସହାୟକଙ୍କ ସହିତ କଲ ସେଣ୍ଟର ଚଳାଉଥିଲା | କଲ ସେଣ୍ଟରରୁ ଧରା ପଡିଥିବା ଲୋକମାନଙ୍କ ମଧ୍ୟରେ ଆଗରା ବାସିନ୍ଦା ଆଶିଷ କ୍ୟାନ, ଆକାଶ କୁଶବାହା, କୁନାଲ ସିଂହ, ତରୁଣ କୁମାର, ଅହମଦାବାଦ ବାସିନ୍ଦା ରୋହିତ ଶର୍ମା, ସାଗର ଏବଂ ମୋନିକା ସାମିଲ ଅଛନ୍ତି |

ଲୋକଙ୍କ ସହିତ ମୋନିକା ହିଁ କଥା ହେଉଥିଲେ :-

ମୋନିକା ନିଜର ମିଠା ମିଠା କଥାରେ ଲୋକଙ୍କୁ ଫସାଇବାର କାମ କରୁଥିଲେ | ସବୁ ଲୋକ ଇଂଲିଶରେ ଏକ୍ସପର୍ଟ ଅଛନ୍ତି | ଏମାନଙ୍କୁ ଆମେରିକାନ ଏକସେଣ୍ଟ ବିଷୟରେ ଜଣାଥିଲା | ଏହାଦ୍ୱାରା ଆମେରିକାନ ଗ୍ରାହକ ସହଜରେ ଏମାନଙ୍କ ଜାଲରେ ଫସି ଯାଉଥିଲେ |

Leave A Reply

Your email address will not be published.