ଆସନ୍ତା ଏପ୍ରିଲ ୧୫ ତାରିଖରୁ ଟ୍ରେନ ଟିକେଟ ପାଇଁ ଦେବାକୁ ପଡିବ ଅଧିକ ଟଙ୍କା,ଜାଣନ୍ତୁ କେତେ ଟଙ୍କା ଅଧିକ ଦେବାକୁ ପଡିବ !

0

Get real time updates directly on you device, subscribe now.

ବର୍ତ୍ତମାନ ସମୟରେ ମହଙ୍ଗା ମାଡ଼ରୁ ଆଉ ଯେମିତି ତ୍ରାହି ନାହିଁ। ତୈଳ ଦର ସହିତ ସମସ୍ତ ପରିବହନ ବ୍ୟବସ୍ଥା ମଧ୍ୟ ଭାରୀ ପଡ଼ିଲେଣି ସାଧାରଣ ଲୋକମାନଙ୍କ ଉପରେ। ବସ୍‌ ଓ ଟ୍ୟାକ୍ସି ଆଦି ପରେ ବିମାନ ଭଡ଼ା ବଢ଼ିଥିଲା। ବର୍ତ୍ତମାନ କେଇଦିନ ମଧ୍ୟରେ ରେଳଯାତ୍ରୀଙ୍କର ପକେଟ୍‌ ଉପରେ ମଧ୍ୟ ବୋଝ ପଡ଼ିବ। ପ୍ରତିଦନ ଟ୍ରେନରେ ଯିବା ଆସିବା କରୁଥିବା ଲୋକମାନଙ୍କ ପାଇଁ ଏକ ଖରାପ ଖବର ଆସିଛି। ପ୍ରାୟତଃ ବ୍ୟବସାୟୀମାନେ ରାଜ୍ୟ ବାହାରକୁ ଯିବା ପାଇଁ ଟ୍ରେନର ସାହାଯ୍ୟ ନେଇଥାନ୍ତି। ଆହୁରି ମଧ୍ୟ ପ୍ରତିଦିନ ବିଭିନ୍ନ କାମରେ ପାଖ ସହରକୁ ଯିବା ଆସିବା କରୁଥିବା ଲୋକମାନଙ୍କ ନିମନ୍ତେ ଟ୍ରେନ ସହଜ ଓ ଶସ୍ତା ମାଧ୍ୟମ ମଧ୍ୟ ସାଜିଥାଏ। ଏଥିରେ ଟଙ୍କା ଖର୍ଚ୍ଚ ସହିତ ସମୟ ମଧ୍ୟ କମ ଲାଗେ।

କିନ୍ତୁ ବର୍ତ୍ତମାନ ଭାରତୀୟ ରେଳ ବିଭାଗ ଟ୍ରେନ ଟିକେଟର ଭଡ଼ାକୁ ବଢ଼ାଇ ଦେଇଛନ୍ତି। ଯାହାର ସିଧା ପ୍ରଭାବ ସମସ୍ତ ଟ୍ରେନ ଯାତ୍ରୀମାନଙ୍କ ଉପରେ ପଡ଼ିବ। ଭାରତୀୟ ରେଳ ଡିଜେଲ ଇଞ୍ଜିନ ଦ୍ୱାରା ଚାଲୁଥିବା ଟ୍ରେନର ଲମ୍ବା ଯାତ୍ରାକୁ ନେଇ ଯାତ୍ରୀମାନଙ୍କଠାରୁ ବର୍ତ୍ତମାନ ଅଧିକ ଭଡ଼ା ନେବ। ଯାହାକି ଆଗାମୀ ୧୫ ଅପ୍ରେଲରୁ ଲାଗୁ ହେବାକୁ ଯାଉଛି। ବର୍ଷ ୨୦୨୨ ଯେତିକି ଆଗକୁ ଯାଉଛି ସବୁକିଛିର ଦରଦାମ ସେତିକି ବଢ଼ିବାରେ ଲାଗିଛି। ବର୍ତ୍ତମାନ ତେଲ ଦରଠୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀ ପର୍ଯ୍ୟନ୍ତ ସବୁକିଛିର ଦାମ ବଢ଼ି ଥିବା ସମୟରେ ଟ୍ରେନ ଯାତ୍ରାରେ ମଧ୍ୟ ଭଡ଼ାକୁ ବୃଦ୍ଧି କରାଯାଇଛି। ଏହି ନୂଆ ନିୟମ ଆସନ୍ତା ୧୫ ଅପ୍ରେଲରୁ ଲାଗୁ ହେବ। ଟିକେଟ ବୁକିଂ ସମୟରେ ଅତିରିକ୍ତ ଭଡ଼ା ବର୍ତ୍ତମାନ ସବୁ ଯାତ୍ରୀମାନଙ୍କୁ ଦେବାକୁ ପଡ଼ିବ। ଯାତ୍ରୀମାନେ ଅତି କମ୍‌ରେ ୫୦ଟଙ୍କା ଅଧିକ ଟ୍ରେନ ଭଡ଼ା ଦେବେ। ହାଇଡ୍ରୋକାର୍ବନ ସରଚାର୍ଜ କିମ୍ବା ଡିଜେଲ ଟାକ୍ସକୁ ଭାବରେ ଦର ବଢ଼ାଯାଉଛି।

ଏହା କେବଳ ସେହି ଟ୍ରେନରେ ଲାଗୁ ହେବ ଯେଉଁଥିରେ ଡିଜେଲ ବ୍ୟବହାର ହେଉଥିବ। ଏହାର କାରଣ ରୁଷ-ୟୁକ୍ରେନ ଯୁଦ୍ଧ ବୋଲି ମଧ୍ୟ କୁହାଯାଉଛି। ଯାହାର ପ୍ରଭାବରେ ଗତ କିଛିଦିନ ଭିତରେ ଅନେକ ଜିନିଷର ଦର ମଧ୍ୟ ବଢ଼ିବାରେ ଲାଗିଛି। ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନଜରରେ ରଖି ରେଳ ବିଭାଗ ଏହି ନିଷ୍ପତ୍ତି ନେଇଛି ବୋଲି ଜଣାପଡ଼ିଛି। ବର୍ତ୍ତମାନ ଜାଣନ୍ତୁ କେଉଁ କ୍ଲାସ ପାଇଁ କେତେ ବଢ଼ିଛି। ଏସି କ୍ଳାସ ପାଇଁ ୫୦ ଟଙ୍କା ବଢ଼ିଥିବା ସମୟରେ ସ୍ଲିପର କ୍ଲାସ୍‌ରେ ୨୫ ଟଙ୍କା ଏବଂ ଜେନେରାଲ କ୍ଲାସ ପାଇଁ ସର୍ବନିମ୍ନ ୧୦ ଟଙ୍କା ବଢ଼ିଛି। ତେବେ ୧୫ ଅପ୍ରେଲ ପୂର୍ବରୁ ଟିକେଟ ବୁକ ହୋଇଥିଲେ ସେହି ଟିକେଟ ଉପରେ କୌଣସି ସରଚାର୍ଜ ଲାଗିବ ନାହିଁ।

ରୁଷ-ୟୁକ୍ରେନ ମଧ୍ୟରେ ହେଉଥିବା ଯୁଦ୍ଧ ଏବଂ ସାଉଦି ଆରବ ଓ ୟେମେନ ମଧ୍ୟରେ ତିକ୍ତ ସମ୍ପର୍କ ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ଦର ବୃଦ୍ଧି ପାଇଛି। ଏଥିପାଇଁ ଅଶୋଧିତ ତୈଳର ଦର ବର୍ତ୍ତମାନ ରେକର୍ଡ ସ୍ତରରେ ପହଞ୍ଚିଛି। ଯାହାର ପ୍ରଭାବ ସାରା ବିଶ୍ୱ ଉପରେ ପଡ଼ିଛି। ରୁଷିଆରୁ ରିହାତି ଦରରେ ଆଣୁଥିଲେ ମଧ୍ୟ ଭାରତରେ ବର୍ତ୍ତମାନ ଇନ୍ଧନର ଦର ୧୪ ଦିନରେ ୧୨ ଥର ବଢ଼ିସାରିଛି। ଏହାର ସିଧାସଳଖ ପ୍ରଭାବ ଦେଶବାସୀଙ୍କ ଉପରେ ପଡ଼ୁଛି।

ରେଳ ବିଭାଗକୁ ଶତପ୍ରତିଶତ ବିଦ୍ୟୁତୀକରଣ କରିବା ପାଇଁ ଭାରତୀୟ ରେଳ ବିଭାଗ ଏଚସିଏସ ସରଚାର୍ଜ ଲାଗୁ କରିଛି। ଯାହାଫଳରେ ସମସ୍ତ ଟ୍ରେନର ବିଜୁଳି ଶକ୍ତିରେ ଚାଲିବ ଏବଂ ନେଟ ଜିରୋ କାର୍ବନ ଯୋଜନା ଅନୁଯାୟୀ ପରିବେଶ ପ୍ରଦୂଷଣ ମୁକ୍ତ ହେବ। ଏଇ ମିଶନ ମୋଡରେ ବର୍ତ୍ତମାନ ଭାରତୀୟ ରେଳ ବିଭାଗ କାମ କରୁଛି।

Leave A Reply

Your email address will not be published.