କଣ ରହିଛି ଅଲ୍ଲୁ ଅର୍ଜ୍ଜୁନ ଏବଂ ‘666’ ର ରହସ୍ୟ, ମୋବାଇଲ ଠାରୁ ନେଇ କାର ପର୍ଯ୍ୟନ୍ତ ସବୁଥିରେ ରହିଛି ଏହି ନମ୍ୱର୍

0

Get real time updates directly on you device, subscribe now.

ଅଲ୍ଲୁ ଅର୍ଜ୍ଜୁନ ନିକଟରେ ଫିଲ୍ମ ପୁଷ୍ପା ଦ୍ଵାରା ସମସ୍ତଙ୍କ ମନରେ ରାଜ କରିଛନ୍ତି । ତାଙ୍କ ଫିଲ୍ମ ବଲିଉଡ଼ର ଅନେକ ଫିଲ୍ମର ରୋଜଗାର ଉପରେ ବ୍ରେକ ହିଁ ଲଗାଇ ଦେଇଛି । ତାଙ୍କ ବିଷୟରେ ଗୋଟିଏ କୌତୁହଳର କଥା ଆପଣ ଜାଣିନଥିବେ । ତାଙ୍କର ଏବଂ 666 ନମ୍ବରର କନେକ୍ସନର କଣ୍ ରହସ୍ୟ ରହିଛି । ଯଦି ଆପଣ ଜାଣିନାହାନ୍ତି, ତେବେ ଆମେ ଆପଣଙ୍କୁ ଆଜି ଏ ରହସ୍ୟ ବିଷୟରେ କହିବାକୁ ଯାଉଛୁ ।

କଣ ରହିଛି ଅଲ୍ଲୁ ଏବଂ 666 ର ରହସ୍ୟ :-

ଆପଣ ଯଦି ଅଭିନେତାଙ୍କ ଫ୍ୟାନ ଅଟନ୍ତି, ତେବେ ଆପଣ ମଧ୍ୟ ଜାଣିଥିବେ ଯେ ସେ 666 ନମ୍ବରକୁ ବହୁତ୍ ଭଲ ପାଆନ୍ତି । ତାଙ୍କର ମୋବାଇଲ ହେଉ କିମ୍ବା କାର, 666 ନମ୍ୱର୍ ନିଶ୍ଚିତ ଭାବେ ଦେଖାଯାଇ ଥାଏ । ତାଙ୍କ ମୋବାଇଲର ଶେଷ ନମ୍ୱର୍ ମଧ୍ୟ 666ରେ ସମାପ୍ତ ହୋଇଥାଏ । ତେବେ ଏହି ନମ୍ବରକୁ ସଇତାନ ନମ୍ୱର୍ କୁହାଯାଏ ।

ତେବେ ଅଲ୍ଲୁ ଅର୍ଜୁନଙ୍କୁ ଯେତେବେଳେ ଏହି ନମ୍ବରର ରହସ୍ୟ ବିଷୟରେ ପଚରଗଲା, ସେତେବେଳେ ସେ ଏହାର ଜବାବ ଦେଇଥିଲେ । ଅଭିନେତା କହିଥିଲେ ଯେ ସେ ଏହି ନମ୍ବରକୁ ବହୁତ୍ ଭଲ ପାଆନ୍ତି । ଅଲ୍ଲୁ କହିଥିଲେ ଯେ ହୁଏତ କେତେକ ଲୋକଙ୍କ ପାଇଁ ଏହା ସଇତାନ ନମ୍ୱର୍ ଅଟେ, କିନ୍ତୁ ତାଙ୍କ ପାଇଁ 666 ନମ୍ୱର୍ ଶାନ୍ତି ଏବଂ ଷ୍ଟାଇଲର ପ୍ରତୀକ ଅଟେ । ଏହି କାରଣରୁ ଏହା ତାଙ୍କ ସହିତ ହିଁ ରହିଥାଏ ।

ସ୍ନେହା ରେଡ୍ଡୀ ସହିତ କରିଛନ୍ତି ବିବାହ :-

ଅଭିନେତାଙ୍କ ସ୍ତ୍ରୀଙ୍କ ନାମ ସ୍ନେହା ରେଡ୍ଡୀ ଅଟେ । ଦୁହେଁ ମାର୍ଚ୍ଚ 6 ତାରିଖ 2011 ମସିହାରେ ବିବାହ କରିଥିଲେ । ବହୁତ କମ ଲୋକ ଜାଣିଥିବେ ଯେ ସ୍ନେହାଙ୍କ ସହିତ ବିବାହ ପାଇଁ ଅଲ୍ଲୁ ଅର୍ଜୁନ ବହୁତ୍ ଅସୁବିଧା ସାମ୍ନା କରିଥିଲେ । ତାଙ୍କର ପ୍ରଥମ ଦେଖା ସାଙ୍ଗର ବିବାହରେ ହୋଇଥିଲା । ପ୍ରଥମ ଦେଖାରେ ହିଁ ସ୍ନେହାଙ୍କୁ ସେ ଭଲପାଇ ବସିଲେ ଏବଂ ସେ ସ୍ନେହାଙ୍କ ନମ୍ୱର୍ ମଧ୍ୟ ନେଇଥିଲେ ।

ସ୍ନେହା ସେହି ସମୟରେ ଆମେରିକାରୁ ପାଠ ପଢି ଫେରିଥିଲେ । ସ୍ନେହାଙ୍କ ବାପା ଅଲ୍ଲୁ ଅର୍ଜୁନଙ୍କ ସହିତ ବିବାହ କରାଇବା ପାଇଁ ଚାହୁଁନଥିଲେ । କିନ୍ତୁ ତାପରେ ଦୁହେଁ ମିଶି ପରସ୍ପର ପରିବାରକୁ ବୁଝାଇଲେ ଏବଂ ରାଜି କରାଇଲେ । ସେତେବେଳେ ଯାଇ ଦୁହିଙ୍କ ବିବାହ ହୋଇପାରିଲା । ଆଜି ଦୁହେଁ ଭଲରେ ଜୀବନ ବିତାଉଛନ୍ତି ।ଦୁହିଁଙ୍କର ଦୁଇଟି ପିଲା ଅଛନ୍ତି, ଯାହାଙ୍କ ନାମ ଅୟାନ ଏବଂ ଅରହା ଅଟେ ।

Leave A Reply

Your email address will not be published.