କ୍ରିକେଟରଙ୍କର ଆଉ ଏକ କଳା କାହାଣୀ: ଚହଲଙ୍କର ହାତଗୋଡ଼କୁ ବାନ୍ଧି ରାତି ସାରା ଏକ ରୁମରେ ବନ୍ଦ କରି ପକାଇଦେଇଥିଲେ ଏହି ଦୁଇ କ୍ରିକେଟର |

0

Get real time updates directly on you device, subscribe now.

ଗତକାଲି ୟେଜୁବେନ୍ଦ୍ର ଚହଲ ତାଙ୍କ ସହ ଘଟିଥିବା ଛାତିଥରା କାହାଣୀକୁ କହିଛନ୍ତି, ତାହା ବିଷୟରେ ଜାଣିବା ପରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଆସିଥିଲା, କିଏ ସେହି ଖେଳାଳି? କିଏ ଏହି ଖେଳାଳି ଯିଏ ଚହଲଙ୍କ ସହ ଏମିତି କାଣ୍ଡ ଘଟାଇ ପାରିଲେ ?

ଆର୍‌ ଅଶ୍ୱନୀ ଓ କରଣୁ ନାୟରଙ୍କ ସହ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଚହଲ ତାଙ୍କ ଜୀବନର ଏକ ଅନୁଭୁତିକୁ ବଖାଣୀ ଥିଲେ। ୨୦୧୩ ମସିହାରେ ଆଇପିଏଲରେ କେମିତି ଜଣେ ସାଥି ଖେଳାଳି ତାଙ୍କୁ ନିଶାରେ ୧୫ ମହଲା ତଳକୁ ଝୁଲାଇ ରଖିଥିଲେ। ସେଇ କାହାଣୀକୁ ଚହଲ ବର୍ଣ୍ଣନା କରିଥିଲେ। ହେଲେ ସେ ଖେଳାଳିଙ୍କର ନାଁ ଖୁଲାସା କରିନଥିଲେ। ତେବେ ଏହି ଖବର ସାମ୍ନାକୁ ଆସିବା ପରେ ବର୍ତ୍ତମାନ ହଇଚଇ ସୃଷ୍ଟି ହୋଇଥିଲା। କିଏ ସେହି ଖେଳାଳି ତାହା ଜାଣିବା ପାଇଁ ବଡ଼ ବଡ଼ କ୍ରିକେଟରଙ୍କ ଠାରୁ ଆରମ୍ଭ କରି ସମସ୍ତେ ଜାଣିବା ପାଇଁ ଚାହିଁଛନ୍ତି। ହେଲେ ଚହଲ କିନ୍ତୁ ଏ ବିଷୟରେ କୌଣସି ଖୁଲାସ କରିନାହାଁନ୍ତି।

ତେବେ ଚହଲଙ୍କ ସହ ଏହି ଗୋଟିଏ ଘଟଣା ନୁହେଁ ଏମିତି ଆଉ କିଛି ଘଟଣା ମଧ୍ୟ ଘଟିଛି। ଥରେ ଅଷ୍ଟ୍ରେଲିଆର ଆଣ୍ଡ୍ରିୟୁ ସାଇମଣ୍ଡ ତାଙ୍କ ସହ ଏଭଳି ଦୁର୍ବ୍ୟବହାର କରିଛନ୍ତି। ଆଉ ଥରେ ନ୍ୟୁଜିଲ୍ୟାଣ୍ଡ କ୍ରିକେଟର ଜେମ୍ସ ଫ୍ରାଙ୍କଲିନ ମଧ୍ୟ ଚହଲଙ୍କୁ ଦୁର୍ବ୍ୟବହାର କରିଛନ୍ତି। ଏହି ଦୁଇ ଖେଳାଳିଙ୍କର ଦୁର୍ବ୍ୟବହାର ସମ୍ପର୍କରେ ଚହଲ କିଛି ମାସ ପର୍ବରୁ ଆର୍‌ସିବି ପଡକାଷ୍ଟ କାର୍ଯ୍ୟକ୍ରମରେ ମଧ୍ୟ କହିଥିଲେ। ସେ କହିଥିଲେଯେ ଏହି ଦୁଇ ଖେଳାଳି ଚହଲଙ୍କର ହାତ ଓ ଗୋଡ଼କୁ ବାନ୍ଧି ଦେଇଥିଲେ ଓ ମୁହଁରେ ଟେପ ବାନ୍ଧି ଦେଇଥିଲେ। ରାତିସାରା ଏମିତି ହାତଗୋଡ଼ ବାନ୍ଧି ପକାଇ ଦେଇଥିଲେ ବୋଲି ଚହଲ ଖୁଲାସା କରିଥିଲେ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଥିଲେକି “ ଏହି ଘଟଣା ୨୦୧୧ ମସିହାରେ ଚାମ୍ପିୟନ ଲିଗ୍‌ ଜିତିବା ପରେ ଚେନ୍ନାଇର ଏକ ହୋଟେଲ୍‌ରେ ହୋଇଥିଲା। ଆଣ୍ଡ୍ରିୟୁ ସାଇମଣ୍ଡ ବହତୁ ଫ୍ରୁଟ ଜୁସ୍(ମଦ) ପିଇଥିଲେ। ସେତେବେଳେ କେବଳ ମୁଁ ତାଙ୍କ ସହ ଥିଲି। ଜ୍ୟାମ୍ସ ଫ୍ରାଙ୍କଲିନ ଓ ସାଇମଣ୍ଡ ମୋ ହାତ ଓ ପାଦକୁ ବାନ୍ଧି ଦେଇଥିଲେ ଓ କହିଥିଲେ ବର୍ତ୍ତମାନ ତୁମେ ଏହାକୁ ଖୋଲିବ।”

ତା ପରର ଘଟଣା ବିଷୟରେ କହି ଚହଲ କହିଥିଲେକି “ସେତେବେଳେ ମୁଁ ବହୁତ ମଜା ମୋଡ୍‌ରେ ଥିଲି। ସେମାନେ ଦୁଇଜଣ ମୋ ମୁହଁରେ ଟେପ ମାରିଦେଲେ। ଆଉ ତା ପରେ ସମସ୍ତେ ପାର୍ଟିରେ ବ୍ୟସ୍ତ ରହି ମୋତେ ଭୁଲିଗଲେ। ପାର୍ଟି ସରିବା ପରେ ସକାଳେ ଜଣେ ସଫେଇ କର୍ମଚାରୀ ଆସି ମୋତେ ଏଭଳି ଅବସ୍ଥାରେ ଦେଖିଥିଲେ। ସେ ମୋ ହାତ ଗୋଡ଼ ଖୋଲି ମୋତେ ସେଠାରୁ ଉଦ୍ଧାର କରିଥିଲେ। ମୁଁ ଏମିତି ଅବସ୍ଥାରେ କେତେ ବେଳୁ ରହିଛି ବୋଲି ପଚାରିବାରୁ ମୁଁ ତାଙ୍କୁ ରାତିରୁ ଏଭଳି ଅବସ୍ଥାରେ ରହିଛି ବୋଲି କହିଥିଲି।”

ଚହଲଙ୍କର ଏଭଳି ଘଟଣା ସାମ୍ନାକୁ ଆସିବା ପରେ ବର୍ତ୍ତମାନ ସମ୍ପୂର୍ଣ କ୍ରିକେଟ ଜଗତ ଲଜ୍ଜିତ ହୋଇଛି। ଉକ୍ତ ଖେଳାଳୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି।

Leave A Reply

Your email address will not be published.