କିଏ ଏହି ଅଭିଷେକ ଶର୍ମା ? ଯିଏକି ୨୧ ବର୍ଷ ବୟସରେ CSK କୁ ଏକୁଟିଆ ଚଟାଇଲେ ଧୂଳି !

0

Get real time updates directly on you device, subscribe now.

ଆଇପିଏଲ ୨୦୨୨ର ୧୭ତମ ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦର ଯୁବ ବୋଲର ଅଭିଷେକ ଶର୍ମାଙ୍କ ଜଳବା ଦେଖିବାକୁ ମିଳିଛି|ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଷେକ ସିଏସକେ ବୋଲରଙ୍କୁ ମାଡମାରି ୭୫ ରନର ଭଲ ପାଳି ଖେଳିଛନ୍ତି, ଯେଉଁଥିରେ ୫ ଚଉକା ଓ ୩ ଛକା ସାମିଲ ରହିଛି|ଏହା ତାଙ୍କ ଆଇପିଏଲ କ୍ୟାରିୟରର ପ୍ରଥମ ଅର୍ଦ୍ଧଶତକ|ଏହି ପାଳି ଫଳରେ ସନରାଇଜର୍ସ ସହଜରେ ଜିତିଲା|

ଅଭିଷେକ ଶର୍ମାକୁ ସନ ରାଇଜର୍ସ ହାଇଦ୍ରାବାଦ ୬.୫୦ କୋଟିରେ‌ କିଣିଥିଲେ|୨୦ ଲକ୍ଷର ବେସ ପ୍ରାଇସ ବାଲା ଅଭିଷେକ କୁ କିଣିବାକୁ ପଞ୍ଜାବ କିଙ୍ଗ୍ସ ଓ ଗୁଜୁରାଟ ଟାଇଟ୍ସ ମଧ୍ୟ ଆଗ୍ରହ ପ୍ରକାଶ କରିଥିଲେ|ଡେଭିଡ ୱର୍ଣର ଭଳି ଖେଳାଳି ମଧ୍ୟ ଏତେ ଟଙ୍କାରେ ବିକ୍ରି ହୋଇନଥିଲେ|ସେ ପୂର୍ବରୁ ୩ ଥର ମଧ୍ୟ ସନରାଇଜର୍ସର ଅଂଶ ଥିଲେ|

ଏହି ୨୧ ବର୍ଷୀୟ ଅଭିଷେକ ଶର୍ମା ସଫଳତାର ଶ୍ରେୟ ଭାରତୀୟ ଦଳର ପୂର୍ବ ଅଲରାଉଣ୍ଡର ଯୁବରାଜ ସିଂହଙ୍କୁ ଦେଇଥାନ୍ତି|ସେ ଏକ ଇଣ୍ଟରଭ୍ୟୁରେ କହିଥିଲେ ଯୁବରାଜଙ୍କ ସହ ଟ୍ରେନିଂ ଫଳରେ ତାଙ୍କୁ ଭଲ ଲାଭ ମିଳିଥିଲା|ସେ ସେତେବେଳେ ପ୍ରଥମେ ଚର୍ଚ୍ଚା ହୋଇଥିଲେ ଯେତେବେଳେ ସେ ପଞ୍ଜାବ ପକ୍ଷରୁ ଅଣ୍ଡର -୧୯ ରେ ଖେଳି ଭିନୁ ମାଙ୍କଡରେ ଶତକ ମାରିଥିଲେ|

ଏହାପୂର୍ବରୁ ସେ ଅଣ୍ଡର -୧୬ ବିଜୟ ମର୍ଚାଣ୍ଟ ଟ୍ରଫି ୨୦୧୫-୧୬ ରେ ସବୁଠାରୁ ଅଧିକ ରନ ବନାଇଥିଲେ|ସେ ୧୦୯.୦୯% ହାରରେ ୧୨୦୦ ରନ ବନାଇ ଟପ କରିଥିଲେ|ଜାନୁଆରୀ ୨୦୧୮ ଆଇପିଏଲ ନିଲାମୀରେ ତାଙ୍କୁ ଦିଲ୍ଲୀ ୫୫ ଲକ୍ଷ ଟଙ୍କା ଦେଇ କିଣିଥିଲେ

ଅମୃତସର ଜନ୍ମିତ (୪ ସେପ୍ଟେମ୍ବର ୨୦୦୦) ଅଭିଷେକ ଉପର ତଳ ପର୍ଯ୍ୟନ୍ତ ଜୋରଦାର ବ୍ୟାଟିଂ କରିପାରନ୍ତି|ସେ ସଠିକ ଲେଫ୍ଟ ଆର୍ମ ସ୍ପିନ ପକାନ୍ତି|ତାଙ୍କ ଅଧିନାୟକତ୍ୱରେ ୨୦୧୬ରେ ଭାରତ ଅଣ୍ଡର-୧୯ ଏସିଆ କପ ଜିତିଛି|ଅଣ୍ଡର ୧୯ ବିଶ୍ୱକପରେ କିଛି ଦିନ ପୂର୍ବେ ଅଭିଷେକ ଜାଗାରେ ପୃଥ୍ୱୀ ଶ କୁ ଦିଆଯାଇଥିଲା|

ଅଣ୍ଡର ୧୯ ବିଶ୍ୱକପ ୨୦୧୮ରେ ସେ ୩.୯୧ ଇକୋନୋମିକ ରେଟରେ ୬ ୱିକେଟ ନେଇଥିଲେ|କ୍ୱଟର ଫାଇନାଲରେ ବାଂଲାଦେଶ ବିରୁଦ୍ଧରେ ସେ ଅର୍ଦ୍ଧ ଶତକୀୟ ପାଳି ଖେଳିଥିଲେ ଫଳରେ ସ୍କୋର ୨୬୫ ପହଞ୍ଚି ଯାଇଥିଲା|

ତାଙ୍କ ନେତୃତ୍ବରେ ଭାରତ ଅଣ୍ଡର ୧୯ ଯେଉଁଥିରେ ଶ୍ରୀଲଙ୍କାରେ ଆୟୋଜିତ ୟୁଥ ଏସିଆ କପ ୨୦୧୬ ଜିତିଥିଲେ|ସେ ଇଂଲଣ୍ଡରେ ହେଉଥିବା ଅଣ୍ଡର ୧୯ରେ ୫ ଏକଦିବସୀୟ ମ୍ୟାଚରେ ନେତୃତ୍ୱ କରି ଦଳକୁ ୩-୧ ରେ ଜିତାଇଥିଲେ|ସେ ପରେ ନ୍ୟୁଜିଲାଣ୍ଡରେ ଆୟୋଜିତ ଅଣ୍ଡର ୧୯ ବିଶ୍ୱକପରେ ପୃଥ୍ବୀ ଶ ଙ୍କ ନେତୃତ୍ବରେ ଖେଳିଥିଲେ|

Leave A Reply

Your email address will not be published.