ନଦୀରେ ବୁଡ଼ି ଯାଉଥିଲା ୭ ବର୍ଷର ଭାଇ,ଆଉ ଭାଇକୁ ବଞ୍ଚାଇବା ପାଇଁ ୧୦ ବର୍ଷର ଭଉଣୀ ନଦୀକୁ ମାରିଲା ଡିଆଁ,ଆଉ ତା ପରେ ଯାହାହେଲା…ତାହା ବହୁତ ଭୟଙ୍କର ଦୁଖଦ ଘଟଣା

0

Get real time updates directly on you device, subscribe now.

ଭାଇ ଭଉଣୀଙ୍କ ସମ୍ପର୍କ ଅତୁଟ ରହିଥାଏ । ଦୁହେଁ ପରସ୍ପରକୁ ବହୁତ୍ ଭଲ ପାଆନ୍ତି । ଯଦି ଭଉଣୀ ବଡ ଥାଏ, ତେବେ ସେ ନିଜ ଭାଇର ମା ପରି ଧ୍ୟାନ ରଖେ । ତାକୁ କୌଣସି କଷ୍ଟ ହେବାକୁ ଦିଏନାହିଁ । ଆଜି ଆମେ ଆପଣଙ୍କୁ ଏମିତି ଜଣେ ଭଉଣୀ ବିଷୟରେ କହିବାକୁ ଯାଉଛୁ, ଯିଏ ନିଜ ଭାଇକୁ ବଞ୍ଚାଇବା ଚକ୍କରରେ ନିଜ ଜୀବନକୁ ବାଜି ଲଗାଇ ଦେଲା ।

ମାମଲାଟି ବିହାରର ପୂର୍ବି ଚମ୍ପାରଣ ଜିଲ୍ଲାର ଅଟେ । ଶୁକ୍ରବାର ଏପ୍ରିଲ 8 ତାରିଖର ଘଟଣା ଅଟେ । ଜିଲ୍ଲାର କେଶରିୟା ଥାନା ଅଂଚଳର ମଠିଆ ପଞ୍ଚାୟତର ୱାର୍ଡ ନମ୍ୱର୍-06 ରେ ଦୁଇ ଭାଇ ଭଉଣୀ ରହୁଥିଲେ । ଭଉଣୀ ସାବିତ୍ରୀ କୁମାରୀଙ୍କ ବୟସ 10 ବର୍ଷ ଥିଲା ଏବଂ ଭାଇ ଧନଞ୍ଜୟ ପାଠକ 7ବର୍ଷର ଥିଲା । ଶୁକ୍ରବାର ଦିନ ଦ୍ବିପ୍ରହରରେ ଭାଇ ଭଉଣୀଙ୍କର ନଦୀରେ ଗାଧେଇବା ପାଇଁ ଇଚ୍ଛା ହେଲା । ଏପରି ପରିସ୍ଥିତିରେ ଦୁହେଁ ଗାଁର ସୁମୌତି ନଦୀରେ ପହଞ୍ଚିଲେ ।

ନଦୀରେ ବୁଡିଯିବା କାରଣରୁ ଭାଇ ଭଉଣୀଙ୍କ ମୃତ୍ୟୁ :-

ନଦୀରେ ଗାଧେଇବା ସମୟରେ ସାନଭାଇ ଧନଞ୍ଜୟ ଅଧିକ ପାଣିକୁ ଚାଲିଗଲା ଏବଂ ବୁଡ଼ିବାକୁ ଲାଗିଲା । ଭାଇକୁ ବଞ୍ଚାଇବା ପାଇଁ ଭଉଣୀ ସାବିତ୍ରୀ ଦୌଡିଗଲା । ସେ ମଧ୍ୟ ଅଧିକ ପାଣିରେ ନିଜକୁ ସମ୍ଭାଳି ପାରିଲା ନାହିଁ । ପରିଣାମ ସ୍ବରୂପ ଦୁଇ ଭାଇ ଭଉଣୀ ପାଣିରେ ବୁଡ଼ିଗଲେ । ଭାଇ ଧନଞ୍ଜୟର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଗଲା । କିନ୍ତୁ ଭଉଣୀ ସାବିତ୍ରୀକୁ ପାଖ ହସ୍ପିଟାଲ୍ ନିଆଗଲା । କିନ୍ତୁ ଡାକ୍ତରମାନେ ତାକୁ ମଧ୍ୟ ମୃତ ବୋଲି ଘୋଷଣା କରିଦେଲେ ।

ପିଲାମାନଙ୍କ ବାପାଙ୍କ ନାମ ବିନୟ ପାଠକ, ସେ ମଜୁରୀ କରି ଘର ଚଳାଇଥାନ୍ତି । ଗୋଟିଏ ପରିବାରରୁ ଦୁଇ ପିଲାଙ୍କ ମୃତ୍ୟୁ କାରଣରୁ ପରିବାର ଉପରେ ବର୍ତ୍ତମାନ ପାହାଡ଼ ଭାଙ୍ଗି ପଡ଼ିଛି । କାହାକୁ ବି ବିଶ୍ୱାସ ହେଉନାହିଁ ଯେ କାଲି ପର୍ଯ୍ୟନ୍ତ ଅଗଣାରେ ଖେଳୁଥିବା ପିଲାମାନେ ବର୍ତ୍ତମାନ ସବୁଦିନ ପାଇଁ ଶାନ୍ତ ହୋଇଗଲେ ।

ବର୍ତ୍ତମାନ୍ ପୋଲିସ ଦୁଇ ପିଲାଙ୍କ ପୋଷ୍ଟମର୍ଟମ କରିବାପରେ ଶବକୁ ପରିବାରକୁ ଦେଇଦେଇଛି । ଦୁହିଁଙ୍କ ଅନ୍ତିମ ସଂସ୍କାରରେ ବହୁତ୍ ଲୋକ ସାମିଲ ହେଲେ । ଯିଏ ବି ଏ ଦୃଶ୍ୟ ଦେଖିଲା ତାର ଆଖିରେ ଲୁହ ଆସିଗଲା । ଏହି ଘଟଣାରୁ ଆପଣ ମଧ୍ୟ ଶିଖନ୍ତୁ ଏବଂ ନିଜ ପିଲାଙ୍କୁ ଏକୁଟିଆ ବାହାରକୁ ଛାଡ଼ନ୍ତୁ ନାହିଁ ।

Leave A Reply

Your email address will not be published.