ଝିଅମାନଙ୍କୁ ହଇରାଣ କରୁଥିଲେ ହୋଇଯାଆନ୍ତୁ ସାବଧାନ ! ଆସିଲା ନୁଆଁ ମେସିନ ‘ ମଜନୁମାର ‘ ! ଝିଅଙ୍କ ପାଖକୁ ଗଲା ମାତ୍ରେ ଆପଣଙ୍କୁ ଲାଗିବ ୪୪୦ ଭୋଲ୍ଟର ଝଟକା,ଜାଣନ୍ତୁ ଏହି ଡିଭାଇସ ବିଷୟରେ ପୁରା ସୂଚନା

0

Get real time updates directly on you device, subscribe now.

ଝିଅମାନଙ୍କ ସହିତ ଅଭଦ୍ରାମୀ ଏବଂ ହଇରାଣ କରିବା ମାମଲା ବଢ଼ିବାରେ ଲାଗିଛି । ବିଶେଷକରି ଖରାପ ଲୋକମାନେ ଝିଅମାନଙ୍କୁ ଏକୁଟିଆ ଦେଖିଲେ ସେମାନଙ୍କୁ ହଇରାଣ କରନ୍ତି । ଏପରି ପରିସ୍ଥିତିରେ ମହିଳା ସୁରକ୍ଷାର ପ୍ରସଙ୍ଗ ବହୁତ୍ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି । ତେବେ ବର୍ତ୍ତମାନ ଆଉ ଝିଅମାନଙ୍କୁ ହଇରାଣ ହେବା ଦରକାର୍ ନାହିଁ । ଛତିଶଗଡ଼ର ଜଣେ ଯୁବତୀ ତାଙ୍କ ଅସୁବିଧାକୁ ବୁଝିଲେ ଏବଂ ‘ ମଜନୁମାର ‘ ଡିଭାଇସ୍ ତିଆରି କରିଦେଲେ ।

ବର୍ତ୍ତମାନ ଆଉ ମଜନୁମାନଙ୍କର ରକ୍ଷା ନାହିଁ, କାରଣ ମଜନୁମାର ଡିଭାଇସ୍ ସେମାନଙ୍କୁ ଶିକ୍ଷା ଦେବାପାଇଁ ପ୍ରସ୍ତୁତ ଅଛି । ବର୍ତ୍ତମାନ ଯେକୌଣସି ରାସ୍ତାରେ ଯାଉଥିବା ଝିଅଙ୍କୁ ଯଦି ହଇରାଣ କରାଯାଏ, ତେବେ ସେମାନଙ୍କୁ ରକ୍ଷା କରିବାପାଇଁ ଏହି ଡିଭାଇସ୍ ହିଁ ବହୁତ୍ ଅଟେ । ଏହାର ବ୍ୟବହାର ହଇରାଣ କରୁଥିବା ଲୋକଙ୍କର ଏପରି ଅବସ୍ଥା କରିଦେବ ଯେ ସେ ଜାଗା ଛାଡ଼ି ପଳାଇବାକୁ ରାସ୍ତା ଖୋଜିବ । ଏହି ଡିଭାଇସ୍ ଜାପାନକୁ ମଧ୍ୟ ପ୍ରଭାବିତ କରିଛି ।

ଧମତରୀର ସିଦ୍ଧି ପାଣ୍ଡେ ପ୍ରସ୍ତୁତ କରିଛନ୍ତି ଏହି ଡିଭାଇସ୍ :-

“ମଜନୁମାର” ଡିଭାଇସକୁ ଧମତରୀର ସିଦ୍ଧି ପାଣ୍ଡେ ନାମକ ଯୁବତୀ ତିଆରି କରିଛନ୍ତି । ଏହା ସାହାଯ୍ୟରେ ମହିଳା ଅପରାଧ ଉପରେ ଲଗାମ ଲାଗିପାରେ । ସେହିପରି ମହିଳା ସୁରକ୍ଷା ଦୃଷ୍ଟିରୁ ଏହି ଡିଭାଇସ୍ ଚମତ୍କାର କରିପାରେ । ସିଦ୍ଧି ଏହି ଡିଭାଇସକୁ କେବଳ ମଶା ମାରୁଥିବା ରାକେଟର କିଟ ପ୍ରୟୋଗ କରି ତିଆରି କରିଛନ୍ତି ।

ଧମତରୀର ଏହି ଆବିଷ୍କାରକୁ କେବଳ ଦେଶରେ ନୁହେଁ ବରଂ ବିଦେଶରେ ମଧ୍ୟ ପ୍ରଶଂସା କରାଯାଉଛି । ଏହାର ଚାହିଦା ମଧ୍ୟ ବଢୁଛି । ସେ “ମଜନୁମାର” କିଟରେ ଦୁଇଟି ଜିନିଷକୁ ତିଆରି କରିଛନ୍ତି । ଏଥିରେ ପ୍ରଥମଟି ସ୍ୟାଣ୍ଡେଲ, ଯାହା ବିଶେଷ ଭାବରେ ପ୍ରୟୋଗ କଲେ ହଇରାଣ କରୁଥିବା ବ୍ୟକ୍ତିଙ୍କର ଅବସ୍ଥା ଖରାପ କରିଦେବ । ଦ୍ୱିତୀୟଟି ଓମେନ୍ ସେଫ୍ଟୀ ପର୍ସ ଅଟେ, ଯେଉଁଥିରେ ଅଜବ ଜୁଗାଡ ଲଗାଯାଇଛି ।

ଜାଣନ୍ତୁ କିପରି କାମ କରିଥାଏ ଏହି ଡିଭାଇସ୍ :-

ବର୍ତ୍ତମାନ ଆମେ ଆପଣଙ୍କୁ କହିବୁ ଯେ ପ୍ରକୃତରେ ଏହି ଡିଭାଇସ୍ କିପରି କାମ କରିଥାଏ । ସିଦ୍ଧି ବହୁତ୍ କୁଶଳତାର ସହିତ ଏହି ଡିଭାଇସ୍ ତିଆରି କରିଛନ୍ତି । ଏଥିରେ ପ୍ରଥମ କିଟ ଓମେନ ସେଫ୍ଟୀ ସ୍ୟାଣ୍ଡେଲ ଅଟେ । ଯଦି କୌଣସି ବ୍ୟକ୍ତି କୌଣସି ଝିଅକୁ ଅସଦାଚରଣ କରିବାକୁ ଚେଷ୍ଟା କରେ, ତେବେ ଏହି ସ୍ୟାଣ୍ଡେଲ ତାଙ୍କୁ 1000 ଭୋଲ୍ଟର ଝଟକା ଦେଇପାରେ ।

ଏତେ ବଡ଼ ଝଟକା ଲାଗିବା ପରେ ସେ କିଛି ସମୟ ପାଇଁ ଅଚେତ୍ ହୋଇଯିବ ଏବଂ ଝିଅ ସେଠାରୁ ପଳାଇ ଯିବ । ସେହିପରି ଦ୍ୱିତୀୟ କିଟରେ ସେଫ୍ଟୀ ପର୍ସ ରହିଛି । ଏଥିରେ ଯଦି କୌଣସି ଯୁବତୀ ଏକୁଟିଆ ଅଛନ୍ତି ଏବଂ କିଛି ଯୁବକ ତାଙ୍କୁ ଘେରି ନିଅନ୍ତି ତେବେ ତାର ସିକ୍ରେଟ୍ ବଟନ୍ ଦବାଇବା ଦ୍ଵାରା ପୋଲିସ ସାଇରନର ସାଉଣ୍ଡ ବାଜିବାକୁ ଲାଗିବ ଏବଂ ଏହି ଶବ୍ଦ ଶୁଣି ଦୁଷ୍ଟ ବ୍ୟକ୍ତିମାନେ ସେଠାରୁ ପଳାଇ ଯିବେ ।

Leave A Reply

Your email address will not be published.