ଏଲିଅନ ସହିତ ସମ୍ବନ୍ଧ ପରେ ମହିଳା ହେଲେ ଗର୍ଭବତୀ !

0

Get real time updates directly on you device, subscribe now.

ଏଲିଅନ୍ସମାନଙ୍କୁ ନେଇ ଆପଣମାନେ କେତେ କଣ ଖବର ପାଉଥିବେ। ବର୍ତ୍ତମାନ ପର୍ଯ୍ୟନ୍ତ ଏମିତି କିଛି ଖବର ଆସିଛି ଯାହା ଦାବି କରେକି ଏଲିଅନ୍ସମାନେ ପୃଥିବୀକୁ ଆସୁଛନ୍ତି। ସେଇଠି ଅନ୍ୟ କିଛି ରିସର୍ଚ୍ଚରୁ ଜଣାପଡିଛିକି ଏଲିଅନ୍ସଙ୍କ ପୃଥିବୀରେ ଦେଖାଯିବାରେ କୌଣସି ସତ୍ୟତା ନାହିଁ। ଅନେକ ସଂସ୍ଥା ଏଲିଅନ୍ସମାନଙ୍କ ଉପରେ ରିସର୍ଚ୍ଚ କରୁଛନ୍ତି। କିନ୍ତୁ ବର୍ତ୍ତମାନ ଏଲିଅନ୍ସଙ୍କୁ ନେଇ ଏକ ନୂଆ କଥା ସାମ୍ନାକୁ ଆସିଛି। ଯାହାକି ସତରେ ଆପଣମାନଙ୍କୁ ଆଶ୍ଚର୍ଯ୍ୟ କରିଦେବ। ଏକ ରିପୋର୍ଟ ଅନୁସାରେ କୁହାଯାଇଛିକି ଏଲିଅନ୍ସ ପୃଥିବୀରେ ଅନେକ ମହିଳାମାନଙ୍କ ସହ ସମ୍ବନ୍ଧ ବନାଇଛନ୍ତି। ରିପୋର୍ଟ ଅନୁସାରେ କୁହାଯାଉଛିକି ଏଲିଅନ୍ସମାନଙ୍କ ସହ ଶାରୀରିକ ସମ୍ବନ୍ଧ ବନାଇବା ପରେ ଜଣେ ମହିଳା ପ୍ରେଗନେଣ୍ଟ ଥିବାର ଜଣାପଡିଛି। ଏ କଥା ନିଶ୍ଚୟ ଆଶ୍ଚର୍ଯ୍ୟ କରିଲା ଭଳି ଅଟେ। ତେବେ ଆସନ୍ତୁ ଜାଣିବା ପ୍ରକୃତରେ କଣ ହୋଇଛି।

ଡିଫେନ୍ସ ଇଣ୍ଟେଲିଜେନ୍ସ ଏଜେନ୍ସିର ରିପୋର୍ଟ ଅନୁସାରେ ମହିଳାମାନଙ୍କ ପ୍ରେଗନେଣ୍ଟ ହେବାର ଦାବି ହୁଏତ ଅଜବ ଲାଗିପାରେ କିନ୍ତୁ ଏକ ରିସର୍ଚ୍ଚରେ ଏକଥା କୁହାଯାଇଛି। ଦ ସନର ଏକ ରିପୋର୍ଟରେ କୁହାଯାଇଛିକି ଡିଫେନ୍ସ ଇଣ୍ଟେଲିଜେନ୍ସର ପେଣ୍ଟାଗନ ଡକ୍ୟୁମେଣ୍ଟରୁ ଏହାର ଖୁଲାସା ହୋଇଛିକି ଏବଂ ଏହି ଡକ୍ୟୁମେଣ୍ଟରେ ଏହା ଦାବି କରାଯାଇଛି। କହିରଖୁଛ କି ଆନୋମାଲୋସ ଆକ୍ୟୁଟ ଆଣ୍ଡ ସବ ଆକ୍ୟୁଟ ଫିଲ୍ଡ ଇଫେକ୍ଟ୍ସ ଅନ ହ୍ୟୁମାନ ଆଣ୍ଡ ବାୟୋଲୋଜିକାଲ ଟିସୁଜ ଟାଇଟଲ ଭଳି ଏକ ରିପୋର୍ଟରେ ଆମେରୀକା ରକ୍ଷା ମନ୍ତ୍ରାଳୟ ସେହି ଲୋକମାନଙ୍କ ସ୍ୱାସ୍ଥ୍ୟର ଯାଞ୍ଚ କରିଛି। ଯେଉଁମାନେ ପର୍ସନାଲ ଏକ୍ସପିରିଏନ୍ସର ଦାବି କରିଥିଲେ ଏବଂ ସେମାନଙ୍କୁ ମଧ୍ୟ ଆଘାତ ଲାଗିଥିଲା।

ଏହି ରିପୋର୍ଟରେ ଅନେକ ପ୍ରକାରର ଦାବି କରାଯାଇଛି। ଯେଉଁଥିରେ ଅନେକ କିଛି ସାଧାରଣ ଓ ଅନେକ କିଛି ଅଜବ ମଧ୍ୟ ଥିଲା। କୁହାଯାଇଥିଲାକି ୟୁଏଫଓ ଓ ଏଲିଅନ୍ସମାନଙ୍କୁ ବହୁତ ପାଖରୁ ଦେଖାଯାଇଛି। ଏହା ସହିତ ଏହି ରିପୋର୍ଟରେ କୁହାଯାଇଛିକି ୫ଜଣ ମହିଳାମାନଙ୍କ ସହ ଏଲିଅନ୍ସ ସମ୍ବନ୍ଧ ବନାଇଛନ୍ତି। ଜଣେ ମହିଳା ତ ଏଭଳି ଦାବି କରିଛନ୍ତିକି ଏଲିଅନ ସମ୍ବନ୍ଧ ବନାଇବା ପରେ ସେ ପ୍ରେଗନେଣ୍ଟ ହୋଇ ଯାଇଥିଲେ। ଏହା ସହିତ ସେହି ପ୍ରଭାବ ବିଷୟରେ ରିପୋର୍ଟରେ ମଧ୍ୟ କୁହାଯାଇଛିକି ଯେଉଁ ପ୍ରଭାବ ଏଲିଅନ୍ସମାନଙ୍କୁ ଦେଖିବା ପରେ ହୋଇପାରେ।

ୟୁଏଫଓକୁ ଦେଖିବା ପରେ ଲୋକମାନେ ଆଘାତ ପାଇପାରନ୍ତି, ଜଳିଯାଇ ପାରନ୍ତି ଅବା ମୁଣ୍ଡରେ ସମସ୍ୟା ମଧ୍ୟ ଉପୁଜିପାରେ କିମ୍ବା ଶିରାପ୍ରଶିରାରେ କ୍ଷତି ପହଞ୍ଚିପାରେ। ଏହା ଛଡ଼ା ଖରାପ ସ୍ୱପ୍ନ, ଗୋଟେ ଶବ୍ଦର ହଠାତ ଚାଲିଯିବା, ଆଖିରେ ଆଘାତ, ନିଶ୍ୱାସ ନେବାରେ ସମସ୍ୟା ଓ ଓଜନର କମ ହେବା କଥାକୁ ମଧ୍ୟ ଦାବି କରାଯାଇଛି। ଡିଆରଡିଏ ପାଇଂ ପ୍ରସ୍ତୁତ କରାଯାଇଥିବା ରିପୋର୍ଟ ଅନୁସାରେ ଏହା ମଧ୍ୟ ଚେତାବନୀ ଦିଆଯାଇଛିକି ଆମେରୀକା ହିତରେ ବିପଦ ଆସିପାରେ। ରିପୋର୍ଟରେ ଏକ ଷ୍ଟେଟମେଣ୍ଟରେ କୁହାଯାଇଛିକି ବାହାରୁ ଆସୁଥିବା ବିମାନର ସମ୍ପର୍କରେ ଆସିଥିବାରୁ ଅନେକ ଲୋକେ ଆଘାତପ୍ରାପ୍ତ ହୋଇଛନ୍ତି। ଯେଉଁଥିରେ ୪୨ଟି ମାମଲା ମେଡିକାଲ ଫାଇଲ୍ସରୁ ଅଟେ ଏବଂ ୩୦୦କେଶ ଅପ୍ରତ୍ୟାଶିତ ଭାବରେ ଲୋକ ଆଘାତ ପାଇଛନ୍ତି।

ଏହା ପୂର୍ବରୁ ମଧ୍ୟ ଆମେରୀକାର ଜଣେ ପ୍ରଫେସର ଡକ୍ଟର ଡେବିଡ ପୃଥିବୀରେ ଏଲିଅନ୍ସ ଥିବାର ଦାବି କରିଥିଲେ। ଏମିତିକି ସେ କହିଥିଲେକି ପୃଥିବୀରେ ଏଲିଅନ୍ସ ମଣିଷମାନଙ୍କୁ ଅପହରଣ କରିନେଉଛନ୍ତି। କେବଳ ଏତିକି ନୁହେଁ ଏଲିଅନ୍ସ ଆକ୍ରମଣ କରିବାର ମଧ୍ୟ ଯୋଜନା କରୁଛନ୍ତି। ଯେଉଁ ଲୋକେ ଏଲିଅନ୍ସମାନଙ୍କ ଦ୍ୱାରା ପ୍ରଭାବିତ ହୋଇଛନ୍ତି। ସେମାନଙ୍କର ବୟାନ ଅନୁସାରେ ସେ ଏହା କହିଛନ୍ତି ବୋଲି କହିଥିଲେ।

Leave A Reply

Your email address will not be published.