NIT Patna ର ଛାତ୍ରୀ ଅଦିତିଙ୍କୁ ଫେସବୁକ୍ ତରଫରୁ ମିଳିଲା 1.6 କୋଟି ଟଙ୍କାର ପ୍ୟାକେଜ, ଜାଣନ୍ତୁ କିପରି ମିଳିଲା ତାଙ୍କୁ ଏହି ଅଫର୍ !

0

Get real time updates directly on you device, subscribe now.

ପାଟନା ଏନଆଇଟିର ଅଦିତି ଫେସବୁକରେ 1.6 କୋଟି ଟଙ୍କାର ପ୍ୟାକେଜର ଚାକିରି ନେଇ ଝିଅମାନଙ୍କର ସାହାସ ଏବଂ ବୁଦ୍ଧି କେତେ ତାକୁ ପ୍ରମାଣିତ କରି ଦେଖାଇଛନ୍ତି । ଅଦିତିଙ୍କ ଏହି ସଫଳତାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଚାଲିଛି ଏବଂ ବହୁତ୍ ଲୋକ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଫେସବୁକ୍ ତରଫରୁ 1.6 କୋଟି ଟଙ୍କାର ପ୍ୟାକେଜ :-

ଏନଆଇଟି ପାଟନାର ଛାତ୍ରୀ ଅଦିତି ତିୱାରୀ ଏହି ଚମତ୍କାର ସଫଳତା ହାସଲ କରିଛନ୍ତି । ପାଟନା ଏନଆଇଟିର ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନର ଫାଇନାଲ ଇୟରର ଛାତ୍ରୀ ଅଦିତି ତିୱାରୀଙ୍କୁ ଫେସବୁକରୁ 1.6 କୋଟି ଟଙ୍କାର ପ୍ୟାକେଜ ମିଳିଛି । ଫେସବୁକରେ ଅଦିତି ତିୱାରୀ ଫ୍ରଣ୍ଟ ଆଣ୍ଡ ଇଞ୍ଜିନିୟର ପଦରେ ନିୟୋଜିତ ହେବେ । ଏହାସହିତ ଅଦିତି ଗତ ପାଞ୍ଚ ବର୍ଷର ରେକର୍ଡକୁ ଦେଇଛନ୍ତି ।

ଏହା ଏନଆଇଟି ପାଟନାରେ ବର୍ତ୍ତମାନ ସୁଦ୍ଧା କୌଣସି ଷ୍ଟୁଡେଣ୍ଟକୁ ମିଳିଥିବା ସବୁଠାରୁ ଅଧିକ ପ୍ୟାକେଜ ଅଟେ । ତା ପୂର୍ବରୁ ଅଧିକାଂଶ ପ୍ୟାକେଜ 50ରୁ 60 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହିଁ ପ୍ୟାକେଜ ଅଫର କରାଯାଇଛି । ଏହି ସଫଳତା ଉପରେ ଅଦିତି ମିଡ଼ିଆକୁ କହିଛନ୍ତି ଯେ ତାଙ୍କୁ ଫେସବୁକ୍ ତରଫରୁ ଜାନୁଆରୀରେ ହିଁ ଅଫର ଲେଟର ମିଳିଯାଇଥିଲା, କିନ୍ତୁ ସେ କଲେଜକୁ ଏବେ ଏହାର ସୂଚନା ଦେଇଛନ୍ତି ।

ଆପଣଙ୍କୁ କହିରଖୁଛୁ ଯେ ବର୍ତ୍ତମାନ ଅଦିତିଙ୍କ ପାଠପଢା ଅନଲାଇନରେ ହେଉଛି । ଫାଇନାଲ ଇୟରର ପରୀକ୍ଷା ଜୁନରେ ହେବାକୁ ଯାଉଛି । ଏହାପରେ ସେ ଫେସବୁକରେ ନିଜର ଯୋଗଦାନ ଦେବେ । ଡିସେମ୍ବର ମାସରେ ଇଣ୍ଟରଭିୟୁ ହୋଇଥିଲା । ଅଦିତିଙ୍କ ଏହି ଉପଲବ୍ଧି ପାଇଁ ତାଙ୍କୁ ବହୁତ୍ ଅଭିନନ୍ଦନ ମିଳୁଛି । ସେହିପରି ତାଙ୍କ ପରିବାର ମଧ୍ୟ ବହୁତ୍ ଖୁସି ଅଛନ୍ତି । ଅଦିତି ତିୱାରୀ ଫେସବୁକର କରୀୟର ପେଜରେ ଯାଇ ଆପ୍ଲାଇ କରିଥିଲେ, ଏହାପରେ ତାଙ୍କୁ ଏହି ସୁଯୋଗ ମିଳିଛି ।

ବିହାର ଫାଉଣ୍ଡେସନ ଜଣାଇଲା ଶୁଭକାମନା :-

ଅଦିତି ତିୱାରୀଙ୍କୁ ବିହାର ଫାଉଣ୍ଡେସନ ଟୁଇଟ କରି ଶୁଭକାମନା ଜଣାଇଛି । ଟୁଇଟରେ କୁହାଯାଇଛି ଯେ ” ଏନଆଇଟି ପାଟନାର ଛାତ୍ରୀ ଅଦିତି ତିୱାରୀ ଫେସବୁକରେ 1.6 କୋଟି ଟଙ୍କାର ବାର୍ଷିକ ବେତନ ପ୍ୟାକେଜ ସହିତ ଚାକିରି ହାସଲ କରିଛନ୍ତି । ଏନଆଇଟି ପାଟନାରେ ଏହା କୌଣସି ଷ୍ଟୁଡେଣ୍ଟକୁ ମିଳିଥିବା ବର୍ତ୍ତମାନ ସୁଦ୍ଧା ସବୁଠାରୁ ବଡ ପ୍ୟାକେଜ ଅଟେ । ଅଦିତି ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ୍ସ ଇଞ୍ଜିନିୟରିଂର ଛାତ୍ରୀ ଅଟନ୍ତି ।”

Leave A Reply

Your email address will not be published.