ପୁଣି ମହେଶ ବାବୁ ଜିତିଲେ ଫ୍ୟାନ୍ସମାନଙ୍କ ହୃଦୟ, ଏକାବେଳେ ବଞ୍ଚାଇଲେ 30 ଜୀବନ,ଜାଣନ୍ତୁ ପୁରା ଖବର

0

Get real time updates directly on you device, subscribe now.

ଦକ୍ଷିଣ ଭାରତୀୟ ସିନେମାର ସୁପରଷ୍ଟାର ମହେଶ ବାବୁ ନିଜର ଅଭିନୟ ଏବଂ ଗୁଡ ଲୁକ ସହିତ ନିଜର ବଡ ହୃଦୟ ପାଇଁ ମଧ୍ୟ ଖୁବ୍ ଲୋକପ୍ରିୟ ଅଟନ୍ତି । ମହେଶ ବାବୁ ପୁରା ଦେଶରେ ନିଜର ପରିଚୟ ରଖନ୍ତି । ତାଙ୍କୁ ଦେଶ ବାହାରେ ମଧ୍ୟ ଅନେକ ଲୋକ ଖୁବ୍ ଭଲ ପାଆନ୍ତି ।

କୁହାଯାଉଛି ଯେ ମହେଶ ବାବୁ ଜଣେ ଭଲ ମଣିଷ ମଧ୍ୟ ଅଟନ୍ତି । ସେ ଲୋକଙ୍କୁ ସାହାଯ୍ୟ କରିବାକୁ ଟିକେ ବି ପଛକୁ ହଟନ୍ତି ନାହିଁ । ଏପରି ଗୋଟିଏ ବଡ ଏବଂ ତାଜା ଉଦାହରଣ ପୁଣି ଥରେ ସାମ୍ନାକୁ ଆସିଛି । ନିକଟରେ ମହେଶ 30ରୁ ଅଧିକ ପିଲାଙ୍କ ଜୀବନ ବଞ୍ଚାଇବାର ବଡ କାମ କରିଛନ୍ତି । କୁହାଯାଉଛି ଯେ 30ରୁ ଅଧିକ ପିଲାଙ୍କ ଚିକିତ୍ସା ପାଇଁ ମହେଶ ବାବୁ ଆର୍ଥିକ ରୂପରେ ସାହାଯ୍ୟ କରିଥିଲେ ।

ନିକଟରେ ଯେତେବେଳେ ” ବିଶ୍ଵ ସ୍ବାସ୍ଥ୍ୟ ଦିବସ ” ଥିଲା, ସେତେବେଳେ ସେହି ଅବସରରେ ମହେଶ ନିଜ ଫାଉଣ୍ଡେସନ ” ମହେଶ ବାବୁ ଫାଉଣ୍ଡେସନ” ଅଧୀନରେ 30ଜଣ ପିଲାଙ୍କ ବାଇପାସ୍ ସର୍ଜରୀ କରାଇଲେ । ଏହାର ଖର୍ଚ୍ଚ ସେ ଏବଂ ତାଙ୍କ ଫାଉଣ୍ଡେସନ ଉଠାଇଛି । ପ୍ରାୟତଃ ମହେଶ ବାବୁ ଅସହାୟ ଏବଂ ଗରିବ ଲୋକଙ୍କୁ ସାହାଯ୍ୟ କରନ୍ତି ଏବଂ ପୁଣିଥରେ ସେ ଏପରି କରି ଦେଖାଇଛନ୍ତି ।

ଏହି ସମ୍ବନ୍ଧରେ ମହେଶ ବାବୁଙ୍କ ସ୍ତ୍ରୀ ଏବଂ ଅଭିନେତ୍ରୀ ନମ୍ରତା ସିରୋଡକର ସୂଚନା ଦେଇଛନ୍ତି । ନମ୍ରତା ନିଜ ଇନଷ୍ଟାଗ୍ରାମ ଆକଉଣ୍ଟରୁ ଗୋଟିଏ ପୋଷ୍ଟ କରି କହିଥିଲେ ଯେ, “ବିଶ୍ଵ ସ୍ଵାସ୍ଥ୍ୟ ଦିବସ ଅବସରରେ, 30 ଜଣ ପିଲାଙ୍କର ହାର୍ଟ ସର୍ଜରୀ ହୋଇଛି । ଏହି କାର୍ଯ୍ୟକୁ ମାନନୀୟ ଗଭର୍ଣ୍ଣର ଶ୍ରୀ ବିଶ୍ଵା ଭୂଷଣ ହରିଚନ୍ଦନ ଗାରୁ ଦ୍ଵାରା ଆୟୋଜିତ କରାଯାଇଥିଲା ।”

ନମ୍ରତା ନିଜ ପୋଷ୍ଟରେ ଆଗକୁ କହିଥିଲେ ଯେ, ” ମେଡିକାଲ୍ ଏକ୍ସିଲେଣ୍ଟ ଏବଂ କ୍ୱାଲିଟି ହେଲ୍ଥ କେୟାର ଫେଶିଲିଟି ପ୍ରୋଭାଇଡ କରାଇବା ପାଇଁ @andhrahospitals ଟିମକୁ ଧନ୍ୟବାଦ ” । ମହେଶ ବାବୁଙ୍କ ସ୍ତ୍ରୀ ନମ୍ରତା ନିଜ ପୋଷ୍ଟରେ ତିନୋଟି ଫଟୋ ମଧ୍ୟ ସେୟାର କରିଛନ୍ତି । ପୋଷ୍ଟରେ ନମ୍ରତାଙ୍କ ଭଉଣୀ ଏବଂ ଅଭିନେତ୍ରୀ ଶିଳ୍ପା ସିରୋଡକର କମେଣ୍ଟ କରି ଲେଖିଲେ ଯେ, ” ବିଲକୁଲ ଚମତ୍କାର । ଆପଣଙ୍କୁ ଏବଂ ମହେଶଙ୍କୁ ବହୁତ୍ ଆଶୀର୍ବାଦ ।”

ବର୍ତ୍ତମାନ ସୁଦ୍ଧା 1000 ରୁ ଅଧିକ ପିଲାଙ୍କର ସର୍ଜରିକୁ ସ୍ପଂସର୍ କରିଛନ୍ତି ମହେଶ ବାବୁ :-

ମହେଶ ବାବୁ ବର୍ତ୍ତମାନ ସୁଦ୍ଧା 1000 ରୁ ଅଧିକ ପିଲାଙ୍କର ସର୍ଜରିକୁ ସ୍ପଂସର୍ କରିଛନ୍ତି । ଏହା ନିଜେ ନିଜେ ଗୋଟିଏ ବଡ ଏବଂ ବିଶେଷ କଥା ଅଟେ । 2017 ମସିହାରେ ତେଲୁଗୁ ଫିଲ୍ମର ଏହି ସୁପରଷ୍ଟାର ଆନ୍ଧ୍ରା ହସ୍ପିଟାଲ୍ ଏବଂ ଏନଜିଓ ହିଲିଙ୍ଗ ଲିଟିଲ୍ ହାର୍ଟ ସହିତ କାମ ଆରମ୍ଭ କରିଥିଲା ।

Leave A Reply

Your email address will not be published.