ମିଶ୍ରିତ କ୍ଷୀର ବିକ୍ରି କରୁଥିବା ଲୋକଙ୍କୁ ଆଜୀବନ କାରାଦଣ୍ଡ, ଏହା ସହିତ 20 ହଜାର ଟଙ୍କାର ଜୋରିମାନା,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ଉତ୍ତରପ୍ରଦେଶର ମହାରାଜଗଞ୍ଜ ଜିଲ୍ଲାର କୋର୍ଟ ମିଶ୍ରିତ କ୍ଷୀର ବିକ୍ରି କରିବାକୁ ନେଇ ବହୁତ୍ କଠୋର ଦଣ୍ଡ ଶୁଣାଇଛି । କୋର୍ଟ ମିଶ୍ରିତ କ୍ଷୀର ବିକ୍ରୀ କରୁଥିବା ଲୋକକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ ଏବଂ 20 ହଜାର ଟଙ୍କାର ଦଣ୍ଡ ଶୁଣାଇଛି । ଆପଣଙ୍କୁ କହିରଖୁଛି ଯେ ଏହି ମାମଲା ଉପରେ କୋର୍ଟରେ ପ୍ରାୟ 23 ବର୍ଷ ଶୁଣାଣି ଚାଲିଲା, ଯାହା ପରେ ନିଷ୍ପତି ଆସିଛି । ଏହି ନିଷ୍ପତ୍ତି ଅପର ସସ୍ତ୍ର ଜଜ୍ ରେଖା ସିଂହଙ୍କ ଅଦାଲତ ଦେଇଛି ।

ମେ 17 ତାରିଖ 1999 ମସିହାର ମାମଲା :-

ସହାୟକ ଶାସକୀୟ ଅଧିବକ୍ତା ସର୍ବେଶ୍ଵର ମଣି ତ୍ରୀପାଠୀ କହିଛନ୍ତି ଯେ ମାମଲା ମେ 17 ତାରିଖ 1999 ମସିହାର ଅଟେ । ଏଠାରେ ଅଫିସର ଗେଟ କଲୋନୀ ପାଖରୁ ତତ୍କାଳୀନ ଖାଦ୍ୟ ନିରୀକ୍ଷକ ଏମଏଲ ଗୁପ୍ତା ତିନିଟି ପାତ୍ରରେ କ୍ଷୀର ନମୁନା ନେଇଥିଲେ । କ୍ଷୀର ମିଶ୍ରିତ ବୋଲି ଜଣାପଡିବା ପରେ ଏହି ମାମଲାରେ ଚୌକ ଥାନା ଅଂଚଳର ଖଯୁରିଆ ବାସିନ୍ଦା ରାମସଜନଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଥିଲା ।

4 ଜଣ ଲୋକ ଦେଲେ ସାକ୍ଷୀ :-

ମାମଲା ରୁଜ୍ଜୁ ହେବାପରେ ଅଭିଯୋଗ କୋର୍ଟରେ ପହଞ୍ଚିଲା, ଯେଉଁଠାରେ 23 ବର୍ଷ ଧରି ମାମଲା ବିଚାରଧୀନ ଚାଲିଥିଲା । ଶୁକ୍ରବାର ଦିନ ଶୁଣାଣି ସମୟରେ ସରକାରୀ ଓକିଲ ଦ୍ଵାରା ଚାରିଜଣ ବ୍ୟକ୍ତି ସାକ୍ଷୀ ଦେଲେ । ତାପରେ କୋର୍ଟ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ସହିତ 20 ହଜାର ଟଙ୍କାର ଜୋରିମାନା କରିଥିଲା ।

ଆପଣଙ୍କୁ କହିରଖୁଛୁ ଯେ ଦେଶର ସବୁଠାରୁ ବଡ ଅଦାଲତ ସୁପ୍ରିମକୋର୍ଟ ମିଶ୍ରିତ କ୍ଷୀର ତିଆରି କରିବା ଏବଂ ବିକ୍ରି କରୁଥିବା ଲୋକଙ୍କୁ ଆଜୀବନ କାରାଦଣ୍ଡ ଭଳି କଠୋର ଦଣ୍ଡ ଦେବାକୁ ସ୍ଥିର କରିଥିଲା । ଯାହା ପରେ ଅନେକ ରାଜ୍ୟରେ ମିଶ୍ରିତ କ୍ଷୀରକୁ ନେଇ କଠୋର ଆଇନ କରାଯାଇଛି ।

ମିଶ୍ରିତ ଅଟା ବିକ୍ରି କଲେ ମଧ୍ୟ ଆଜୀବନ କାରାଦଣ୍ଡ :-

ଶାହଜହଁପୂରରେ 1997 ମସିହାରେ ବିଷାକ୍ତ ଅଟା ଦ୍ଵାରା ତିଆରି ରୋଟି ଖାଇବା ଦ୍ବାରା 14ଜଣ ଲୋକଙ୍କର ମୃତ୍ୟୁ ହୋଇଯାଇଥିଲା । ଏହି ମାମଲାରେ କୋର୍ଟ 2ଜଣ ଲୋକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲା ଏବଂ ଏମାନଙ୍କ ଉପରେ 60-60 ହଜାର ଟଙ୍କାର ଜୋରିମାନା ମଧ୍ୟ କରିଛି ।

Leave A Reply

Your email address will not be published.