Daily Business Idea – କମ୍ ପୁଞ୍ଜି ନିବେଶ କରି ଆରମ୍ଭ କରନ୍ତୁ ଫ୍ରେଞ୍ଚ୍ ଫ୍ରାଇଜର ଏହି ବିଜନେସ, ବହୁତ୍ ଲୋକ ଏଥିରୁ ହଜାର ହଜାର ଟଙ୍କା କରୁଛନ୍ତି ରୋଜଗାର,ଆପଣ ବି ଚେଷ୍ଟା କରନ୍ତୁ ନା….

0

Get real time updates directly on you device, subscribe now.

French Fries Business Idea – ଯଦି ଆପଣ ବିଜନେସ କରିବାକୁ ଚାହୁଁଛନ୍ତି, ତେବେ ଆପଣ ଫ୍ରେଞ୍ଚ୍ ଫ୍ରାଇଜ ବିଜନେସ କରିପାରିବେ । ଫ୍ରେଞ୍ଚ୍ ଫ୍ରାଇଜ ଗୋଟିଏ ଷ୍ଟ୍ରିଟ ଫୁଡ ବିଜନେସ ଅଟେ ଏବଂ ଏଥିପାଇଁ ଅଧିକ ଇନ୍ଭେଷ୍ଟମେଣ୍ଟ ଆବଶ୍ୟକ ନୁହେଁ । ଫ୍ରେଞ୍ଚ୍ ଫ୍ରାଇଜ ହେଉଛି ଆଳୁର ଲମ୍ବା ଲମ୍ବା ପିସ, ଯାହାକୁ ତେଲରେ ଫ୍ରାଏ କରିବାକୁ ପଡେ ଏବଂ ପରେ ଅନେକ ପ୍ରକାରର ମସଲା ମିଶାଇବାକୁ ପଡେ ।

ଘରେ ବସି ତିଆରି କରିପାରିବେ ଫ୍ରେଞ୍ଚ୍ ଫ୍ରାଇଜ :-

ଫ୍ରେଞ୍ଚ୍ ଫ୍ରାଇଜ ତିଆରି କରିବା ଅଧିକ କଷ୍ଟକର କାମ ନୁହେଁ, ଆପଣ ଏହାକୁ ଘରେ ରହି ବହୁତ୍ ସହଜରେ ତିଆରି କରିପାରିବେ । ଫ୍ରେଞ୍ଚ୍ ଫ୍ରାଇଜକୁ ଆପଣ ଅନେକ ପ୍ରକାରର ଏବଂ ନିଜ ଅନୁସାରେ ତିଆରି କରିପାରିବେ । ଯଦି ଆପଣ ପ୍ରଥମଥର ପାଇଁ ଫ୍ରେଞ୍ଚ୍ ଫ୍ରାଇଜର ନାଁ ଶୁଣୁଛନ୍ତି ଏବଂ ଆପଣ ଜାଣିନାହାନ୍ତି ଯେ ଏହା କେମିତି ତିଆରି ହୁଏ, ତେବେ ଏହାକୁ ଜାଣିବାପାଇଁ ଆପଣ YouTube re ସର୍ଚ୍ଚ କରିପାରିବେ । ୟୁଟ୍ୟୁବରେ ଆପଣଙ୍କୁ ବହୁତ୍ ଭିଡିଓ ମିଳିଯିବ ଏବଂ ଆପଣ ସେହି ଭିଡିଓ ଦେଖି ଫ୍ରେଞ୍ଚ୍ ଫ୍ରାଇଜ ତିଆରି କରିବା ସିଖିଯିବେ ।

ଏହି ଋତୁରେ ଅଧିକ ଡିମାଣ୍ଡ ରହେ :-

ଫ୍ରେଞ୍ଚ୍ ଫ୍ରାଇଜ ଆଳୁ ଦ୍ଵାରା ତିଆରି ହୁଏ, ଯାହାକି କ୍ରିସ୍ପି ରହିଥାଏ ଏବଂ ଟେଷ୍ଟରେ ମଧ୍ୟ ବହୁତ୍ ଭଲ ଲାଗେ, ତେଣୁ ଏହାକୁ ସବୁ ସମୟରେ ଲୋକମାନେ ଖାଇବାପାଇଁ ପସନ୍ଦ କରିଥାନ୍ତି । କିନ୍ତୁ ବର୍ଷା ଏବଂ ଶୀତ ଋତୁରେ ଏହାର ଅଧିକ ଡିମାଣ୍ଡ ରହିଥାଏ । କାରଣ ଫ୍ରେଞ୍ଚ୍ ଫ୍ରାଇଜକୁ ତୁରନ୍ତ ତିଆରି କରିବାକୁ ପଡେ, ଯେଉଁ କାରଣରୁ ଏହା ଗରମ ରହିଥାଏ, ତେଣୁ ଏହାକୁ ବର୍ଷା ଏବଂ ଶୀତ ଦିନେ ଲୋକମାନେ ଅଧିକ ଖାଇବାକୁ ପସନ୍ଦ କରନ୍ତି । ତେବେ ଆପଣ ମଧ୍ୟ ଏହି ବିଜନେସକୁ ଆଜିଠାରୁ ପ୍ରସ୍ତୁତ କରିପାରିବେ ଏବଂ ଆସନ୍ତା ଋତୁରେ ବହୁତ୍ ଟଙ୍କା ରୋଜଗାର କରିପାରିବେ ।

ବିନିଯୋଗ ଠାରୁ ଦୁଇଗୁଣା ହୁଏ ରୋଜଗାର :-

ଏହାକୁ ତିଆରି କରିବାପାଇଁ ଆଳୁ, ତେଲ, କର୍ନ ପାଉଡର, ମସଲା, କ୍ରିମ, ସସ୍ ଏବଂ ଫ୍ରେଞ୍ଚ୍ ଫ୍ରାଇଜ ତିଆରି କରିବାର କଟର ମେସିନ ଏବଂ ଅନ୍ୟ ପାତ୍ର ଦରକାର୍ ହୋଇଥାଏ । ଯେଉଁ କାରଣରୁ ଏହାର ବିନିଯୋଗ ବହୁତ୍ କମ୍ ହୋଇଥାଏ । କିନ୍ତୁ ଲାଭ ବିଷୟରେ କହିବାକୁ ଗଲେ, ଲାଭ ବିନିଯୋଗ ଠାରୁ ଦୁଇଗୁଣା ହୋଇଥାଏ । ତେବେ ଯଦି ଆପଣ ଏହି ବିଜନେସ କରନ୍ତି, ତେବେ କମ୍ ବିନିଯୋଗରେ ବହୁତ୍ ଟଙ୍କା ରୋଜଗାର କରିପାରିବେ ।

ଏତିକି ଇନ୍ଭେଷ୍ଟମେଣ୍ଟରେ ଆରମ୍ଭ କରିପାରିବେ ଏହି ବିଜନେସ :-

ଏହା ଷ୍ଟ୍ରୀଟ ଫୁଡ୍ ବିଜନେସ ଅଟେ, ଯେଉଁ କାରଣରୁ ଆପଣ ଏହାକୁ ଗୋଟିଏ ସ୍ଥାୟୀ ସ୍ଥାନରେ ମଧ୍ୟ ଆରମ୍ଭ କରିପାରିବେ କିମ୍ବା ଆପଣ ଏହାକୁ ଠେଲାରେ ମଧ୍ୟ କରିପାରିବେ । ଯଦି ଆପଣ ଏହି ବିଜନେସକୁ ସ୍ଥାୟୀ ଜାଗାରେ ଆରମ୍ଭ କରନ୍ତି, ତେବେ ଆପଣଙ୍କୁ 1 ଲକ୍ଷ ଟଙ୍କା ଦରକାର୍ ପଡ଼ିବ । କିନ୍ତୁ ଯଦି ଆପଣ ଠେଲାରେ ଏହି ବିଜନେସକୁ ଆରମ୍ଭ କରନ୍ତି, ତେବେ ଆପଣ 30 ହଜାର ଟଙ୍କାରୁ ଏହି ବିଜନେସ ଆରମ୍ଭ କରିପାରିବେ ।

Leave A Reply

Your email address will not be published.