ମୁମ୍ବାଇ ପରେ ଗୁଜୁରାଟରେ କରୋନାର XE ଭ୍ୟାରିଏଣ୍ଟ ଚିହ୍ନଟ, ଏହି ଭ୍ୟାରିଏଣ୍ଟ ଚୀନ୍ ରେ ଲଗାଇଲା ଲକଡାଉନ

0

Get real time updates directly on you device, subscribe now.

୨୦୧୯ର ଶେଷ ଭାଗକୁ ଚୀନର ଉହାନ ସହରରେ ଚିହ୍ନଟ ହୋଇଥିବା କରୋନା ଭାଇରସ ସାରା ବିଶ୍ୱ ପାଇଁ ବିପଦ ସାଜିଥିଲା। ଯେଉଁ କାରଣରୁ ବୈଜ୍ଞାନିକ ମାନେ ଏହା ଏକ ମହାମାରୀ ବୋଲି କହିଥିଲେ। ଦୀର୍ଘ ୨ ବର୍ଷରୁ ଉର୍ଦ୍ଧ୍ବ ଦିନ ଧରି ସାରା ବିଶ୍ୱ କରୋନା କବଳରେ ରହି ଆସିଛି। ପ୍ରତ୍ୟେକ ବର୍ଷ କରୋନାର ମ୍ୟୁଟାଣ୍ଟ ଘଟି ନୂଆ ନୂଆ ଭ୍ୟାରିଏଣ୍ଟ ଦ୍ୱାରା ଲୋକମାନେ ସଂକ୍ରମିତ ହୋଇଥାନ୍ତି। ଚଳିତ ବର୍ଷ ମଧ୍ୟ କରୋନାର ନୂଆ ଭ୍ୟାରିଏଣ୍ଟ XE ସାରା ବିଶ୍ୱକୁ ସଂକଟକୁ ନେଇ ଆସିଛି।

ମୁମ୍ବାଇ ପରେ ଗୁଜୁରାଟରେ ଏହି ଭ୍ୟାରିଏଣ୍ଟରେ ଜଣେ ଆକ୍ରାନ୍ତ ହୋଇଥିବା ଜଣାପଡେ। ଯେଉଁ କାରଣରୁ ବର୍ତ୍ତମାନ ଭାରତକୁ ଚିନ୍ତାରେ ପକେଇ ଦେଇଛନ୍ତି। ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ କରୋନା ର ଏହି ଭ୍ୟାରିଏଣ୍ଟ ଚୀନ୍ ରେ ଏକ ବଡ଼ ଧରଣର ଲକ ଡାଉନ ନେଇ ଆସିଥିଲା। ଯେଉଁଥି ପାଇଁ ଚୀନର କରୋନା ଷ୍ଟାପ ଏବଂ ରୋଗୀଙ୍କ ମଧ୍ୟରେ ବଡ଼ ସଂଘର୍ଷ ଦେଖିବାକୁ ମିଳିଥିଲା। WHO କହିବାନୁଯାୟୀ ଏହି କରୋନାର ଏହି ଭ୍ୟାରିଏଣ୍ଟ ପ୍ରଥମେ ଜାନୁଆରୀ ୧୯ ତାରିଖରେ ବ୍ରିଟେନରେ ଚିହ୍ନଟ ହୋଇଥିଲା।

ଭାରତରେ XE ନୂଆ ଭ୍ୟାରିଏଣ୍ଟ:-

ମୁମ୍ବାଇ ପରେ ବର୍ତ୍ତମାନ କରୋନାର ନୂଆ ଭ୍ୟାରିଏଣ୍ଟ ଗୁଜୁରାଟରେ ଚିହ୍ନଟ ହୋଇଛି। ତେବେ ଏହି ବିଷୟରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚିତ କରାଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ଏହି ବିଷୟରେ କିଛି କୁହାଯାଇ ନାହିଁ ଯେ ରୋଗୀର ସ୍ୱାସ୍ଥ୍ୟ ଅବସ୍ଥା କିପରି ଅଛି। ସୂଚନାନୁସାରେ, ଏହି ରୋଗୀ ଭଦୋଦରର ଗୋଟ୍ରି ଅଞ୍ଚଳର ବାସିନ୍ଦା। ମାର୍ଚ୍ଚ ୧୧ ରେ ଏହି ୬୦ ବର୍ଷ ବୟସ୍କ ବ୍ୟକ୍ତି କରୋନା ଟେଷ୍ଟ ପଜିଟିଭ୍ ଆସିଥିଲେ।

ଏହାପରେ କରୋନାର ସମ୍ପୁଲକୁ ନେଇ ସିଓସିଙ୍ଗକୁ ପାଠ ଯାଇଥିଲା। ତେବେ ସେଠାରେ ଜଣା ପଡିଥିଲା ଯେ ବୃଦ୍ଧ ବ୍ୟକ୍ତି ଜଣକ କରୋନା XE ଭ୍ୟାରିଏଣ୍ଟ ରେ ଆକ୍ରାନ୍ତ ଅଟନ୍ତି। ତେବେ ଏ ପର୍ଯ୍ୟନ୍ତ କୌଣସି ତଥ୍ୟ ମିଳି ନାହିଁ ଯେ ରୋଗୀ ଜଣକ ଦେଶ ବାହାରକୁ ଯାତ୍ରା କରିଥିଲେ କି ନାହିଁ। ବର୍ତ୍ତମାନ ରୋଗୀ ଜଣକଙ୍କର ଟ୍ରାଭେଲ ଟ୍ରାକିଂ କରାଯାଉଛି। ଏହା ପୂର୍ବରୁ XE ଭ୍ୟାରିଏଣ୍ଟ ର ପ୍ରଥମ ପଜିଟିଭ ମୁମ୍ବାଇରେ ମିଳିଥିଲା।

ମୁମ୍ବାଇରେ ପ୍ରଥମ XE ମାମଲା:-

ମୁମ୍ବାଇରେ ୫୦ ବର୍ଷୀୟ ମହିଳା XE କରୋନା ଭ୍ୟାରିଏଣ୍ଟରେ ଚିହ୍ନଟ ହୋଇଥିଲେ। ତେବେ ମହିଳା ଜଣକ ୧୦ ଫେବୃଆରୀ ରେ ସାଉଥ ଆଫ୍ରିକା ଯାତ୍ରା କରିଥିଲେ କିନ୍ତୁ ବିଶେଷ କଥା ହେଉଛି ମହିଳାଙ୍କ ଶରୀରରେ କରୋନାର କୌଣସି ଲକ୍ଷଣ ଦେଖା ଯାଇ ନଥିଲା। ସିରୋ ସର୍ଭି ଅନୁସାରେ, ମୁମ୍ବାଇରୁ ୨୩୦ ସମ୍ପୁଲ ଟେଷ୍ଟ ପାଇଁ ପଠା ଯାଇଥିଲା ସେଥିମଧ୍ୟରୁ ୨୨୮ ଓମିକ୍ରୋନରେ ଆକ୍ରାନ୍ତ ଚିହ୍ନଟ ଚିହ୍ନଟ ହୋଇଥିବା ବେଳେ ଆଉ ଦୁଇ ଜଣ XE ଭ୍ୟାରିଏଣ୍ଟରେ ଚିହ୍ନଟ ହୋଇଥିଲେ। ଇଣ୍ଡିଆନ୍ SARS-CoV-2 ଜେନୋମିକ୍ସ କନ୍ସୋର୍ଟିୟମ୍ (INSACOG) ର ବିଶେଷଜ୍ଞମାନେ କରୋନାର ଏହି ନୂତନ ଭ୍ୟାରିଏଣ୍ଟକୁ ଚିହ୍ନଟ କରିବା ପାଇଁ କ୍ରମାଗତ ଭାବରେ ନମୁନାର ଜିନୋମକୁ କ୍ରମାନୁସିତ କରୁଛନ୍ତି।

ଅନେକ ଦେଶରେ ବ୍ୟାପୁଛି XE ଭ୍ୟାରିଏଣ୍ଟ:-

WHO କହିବାନୁଯାୟୀ, ଓମିକ୍ରୋନର ଏକ୍ସଇ ଭ୍ୟାରିଏଣ୍ଟ ବର୍ତ୍ତମାନ ଅନେକ ଦେଶକୁ ବ୍ୟାପିବାରେ ଲାଗିଲାଣି। ଜାନୁଆରୀ ୧୯ ତାରିଖରେ ଏହି ଭ୍ୟାରିଏଣ୍ଟର ପ୍ରଥମ ମାମଲା ବ୍ରିଟେନରେ ଚିହ୍ନଟ ହୋଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ୬୦୦ ରୁ ଅଧିକ ଲୋକ ଏହି ଭ୍ୟାରିଏଣ୍ଟ ରେ ଆକ୍ରାନ୍ତ ହୋଇ ସାରିଲେଣି। ଓମିକ୍ରୋନ ତୁଳନାରେ ଏହା ଖୁବ ଶୀଘ୍ର ସଂକ୍ରମିତ ହେଉଛି।

କେତେ ଭୟଙ୍କର ଏହି ନୂଆ ଭ୍ୟାରିଏଣ୍ଟ:-

ଭେଲୋରର ଖ୍ରୀଷ୍ଟିଆନ ମେଡିକାଲ କଲେଜରୁ ପ୍ରଫେସର ଡ଼ଃ ଗଗନଦୀପ କାଙ୍ଗ କହିଛନ୍ତି ଯେ ନୂତନ XE ଭ୍ୟାରିଏଣ୍ଟଟି ଚିନ୍ତାର କାରଣ ନୁହେଁ କାରଣ ଏହା ଓମିକ୍ରନ୍ ର ଅନ୍ୟ ଉପ-ପ୍ରକାର ଅପେକ୍ଷା ଅଧିକ ଗୁରୁତର ହେବାର ସମ୍ଭାବନା ନାହିଁ। ସେ କହିଛନ୍ତି ଲୋକମାନେ ଯାତ୍ରା କରୁଥିବାରୁ ଏହି ଭ୍ୟାରିଏଣ୍ଟ ବର୍ତ୍ତମାନ ବିସ୍ତାର ହେବ।

Leave A Reply

Your email address will not be published.