ବିଦେଶ ପଢ଼ିବାକୁ ଯାଉଥିବା ଭାରତୀୟ ଛାତ୍ରଙ୍କ ସହିତ ହେଉଛି ଏମିତି କିଛି ! ଆଉ ଏହି ଭାରତୀୟ ଛାତ୍ରଙ୍କ ସହିତ ଯାହାହେଲା ଆପଣ କଳ୍ପନା କରି ପାରିବେନାହିଁ,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ବିଦେଶରେ ଭାରତୀୟ ଛାତ୍ର ମାନଙ୍କ ଉପରେ ଆକ୍ରମଣ ବିଗତ କିଛି ସପ୍ତାହ ଧରି ସାମ୍ନାକୁ ଆସୁଛି। ଏବେ କାନାଡ଼ାରୁ ଏମିତି ଘଟଣା ସାମ୍ନାକୁ ଆସୁଥିବା ବେଳେ ଏଥିରେ ଭାରତୀୟ ମାତା ପିତା ଭୟଭୀତ ହୋଇଯାଇଛନ୍ତି ଯାହାଙ୍କ ପିଲା ବିଦେଶରେ ପଢୁଛନ୍ତି। କାନାଡ଼ାର ଟୋରଣ୍ଟ ଠାରେ ଜଣେ 21 ବର୍ଷୀୟ ଭାରତୀୟ ଛାତ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ପୋଲିସ କହିଥିଲା ଏହି ଘଟଣା ସେତେବେଳେ ହୋଇଥିଲା ଯେତେବେଳେ ଛାତ୍ର ଜଣକ କାମ ଉପରକୁ ଯାଉଥିଲା ଓ ତାଙ୍କ ଉପରକୁ ଏହି ସମୟରେ ଗୁଳି ବିନିମୟ ହୋଇଥିଲା।

ପୋଲିସ ମୁତାବିକ, ପିଲାଟିର ପରିଚୟ କାର୍ତିକ ବାସୁଦେବ ରୂପରେ ସାମ୍ନାକୁ ଆସିଥିଲା। ତାଙ୍କୁ ସେଣ୍ଟ ଜେମ୍ସ ଟାଉନ ଟିଟିସି ଷ୍ଟେସନ ଗ୍ଲେନ ରୋଡ଼ ପ୍ରବେଶ ଦ୍ୱାରରେ ଗୁରୁବାର ସନ୍ଧ୍ୟା ସମୟରେ ଗୁଳି ଲାଗିଥିଲା। ଟୋରଣ୍ଟ ପୋଲିସର କହିବା ହେଲା ପିଲାଟିକୁ ଗୁଳି ଲାଗିବାପରେ ପ୍ରାଥମିକ ଚିକିତ୍ସା ଦିଆଯାଇଥିଲା କିନ୍ତୁ ସେଠାରେ ପିଲାଟିକୁ ବଞ୍ଚା ଯାଇ ପାରିନଥିଲା। ଘଟଣା ପରେ ଟୋରଣ୍ଟ ପୋଲିସ ଯାଞ୍ଚ କାର୍ଯ୍ୟ ଆରମ୍ଭ କରିଛି।

ପୋଲିସ ମୁତାବିକ, ଯାଂଚକର୍ତା ଏହା ଖୋଜୁଛନ୍ତି କି ଏହି ଘଟଣା ସମୟରେ ଉପସ୍ଥିତ ଲୋକେ କିଏ ଥିଲେ ଓ ଏହି ସମୟରେ କିଏ ଭିଡ଼ିଓ ବନାଇଥିଲେ।

ବିଦେଶ ମନ୍ତ୍ରୀ ଦୁଃଖ ପ୍ରକାଶ କଲେ:-

ଟୋରଣ୍ଟ ରେ ଭାରତର ମହାବାଣିଜିକ ଦୂତାବାସ ଗୁରୁବାର ଦିନ ଏକ ଟ୍ୱିଟ ଜରିଆରେ କହିଥିଲେ, ଟୋରଣ୍ଟ ରେ ଗୁଳି ବିନିମୟରେ ଭାରତୀୟ ଛାତ୍ର ବାସୁଦେବଙ୍କ ମୃତ୍ୟୁରେ ମୁଁ ଦୁଃଖିତ ଓ କ୍ଷୁବ୍ଧ। ପରିବାର ସହିତ ଆମେ ସମ୍ପର୍କରେ ଅଛୁ ଓ ବହୁତ ଜଲଦି ଶବକୁ ପରିଜନଙ୍କୁ ହସ୍ତାନ୍ତର କରାଯିବ। ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ଏହି ମୃତ୍ୟୁରେ ଶୋକ ବ୍ୟକ୍ତ କରିଛନ୍ତି। ସେ ଟ୍ୱିଟ କରି କହିଥିଲେ, ଏହି ଘଟଣାରେ ମୁଁ ବହୁତ ଦୁଃଖୀ ରହିଛି।

ବିଜନେସ ମ୍ୟାନେଜମେଣ୍ଟ ଛାତ୍ର ଥିଲେ କାର୍ତିକ:-

ବାସୁଦେବ ଙ୍କ ଭାଇ ମିଡ଼ିଆକୁ କହିଥିଲେ କି, ସେ ସେନେକା କଲେଜର ଛାତ୍ର ଥିଲା ଓ ଜାନୁଆରୀ ମାସରେ ହିଁ କାନାଡ଼ା ଯାଇଥିଲା। ସେନେକା କଲେଜ ମଧ୍ୟ କହିଥିଲେ କି, ବାସୁଦେବ ବିଜନେସ ମ୍ୟାନେଜମେଣ୍ଟ କୋର୍ସରେ ଆଡ଼ମିଶନ କରିଥିଲେ। କଲେଜ କହିଥିଲା, ସେମିଷ୍ଟାର ପୂର୍ବରୁ ଛାତ୍ର ବାସୁଦେବ କାର୍ତିକଙ୍କ ମୃତ୍ୟୁ ଖବର ଶୁଣି ବହୁତ ଦୁଃଖିତ ଅନୁଭବ ହେଉଛି।

ବାସୁଦେବ ର ପରିବାର, ବନ୍ଧୁ ଓ ସହପାଠୀଙ୍କୁ ଆମେ ସମବେଦନା ଜଣାଉଛୁ। ଛାତ୍ର ଓ କର୍ମଚାରୀଙ୍କୁ କାଉନ୍ସିଲ ଡକାଯିବ। କୁହାଯାଉଛି ଗୁଳି ବିନିମୟ କରିଥିବା ବ୍ୟକ୍ତି 5 ଫୁଟ 7 ଇଞ୍ଚର ଜଣେ ଅଶ୍ବେତ ବ୍ୟକ୍ତି ଅଟେ। ତାଙ୍କୁ ଶେଷଥର ହାୱାର୍ଡ ଷ୍ଟ୍ରିଟ ଆଡ଼କୁ ହାତରେ ବନ୍ଧୁକ ଧରି ଯାଉଥିବାର ଦେଖାଯାଇଥିଲା। ଛାତ୍ରଙ୍କ ପାର୍ଥିବ ଶରୀର ତିନିଦିନ ଭିତରେ ଭାରତ ପହଞ୍ଚିଯିବ।

ସାହିବାବାଦ ଡିଏଭି ସ୍କୁଲରେ ପଢିଥିଲେ କାର୍ତିକ:-

ସେକ୍ଟର 5 ରାଜେନ୍ଦ୍ର ନଗର ସ୍ଥିତ କେଶବ କୁଞ୍ଜ ଆପାର୍ଟମେଣ୍ଟରେ ଜିତେଶ ବାସୁଦେଵ ନିଜ ପତ୍ନୀ ଓ ଛୋଟ ପୁଅ ସହିତ ରୁହନ୍ତି। ଜିତେଶ ର୍କ ଆଇଟି କମ୍ପାନୀରେ ପ୍ରୋଜେକ୍ଟ ମ୍ୟାନେଜର ରୂପରେ କାମ କରନ୍ତି। ସେ କହିଥିଲେ ତାଙ୍କର ବଡ଼ ପୁଅ କାର୍ତିକ ଜାନୁଆରୀ ମାସରେ କାନାଡ଼ା ପଢ଼ିବାକୁ ଯାଇଥିଲେ ଓ ସେ ନିଜର ଦ୍ଵାଦଶ ପାଠପଢ଼ା ସାହିବାବାଦ ଡ଼ିଏଭି ସ୍କୁଲରେ ଶେଷ କରିଥିଲେ।

ଏହାପରେ ଆଇପି ବିଶ୍ୱ ବିଦ୍ୟାଳୟରେ ବିବିଏ ସାରି ସେ ଉଚ୍ଚ ପଠାପଢ଼ା ପାଇଁ କାନାଡ଼ା ଯାଇଥିଲେ। ତାଙ୍କର ଛୋଟ ଭାଇ ପାର୍ଥ ବାସୁଦେବ ଡିଏଭିରେ ଦଶମ ଶ୍ରେଣୀରେ ପଢୁଛନ୍ତି। ଶୋକ ଜତାଇବା ପାଇଁ ପରିଜନ ମାନେ ଆସିଥିଲେ। ଲୋକେ କୁହନ୍ତି କାର୍ତିକ ବହୁତ ମିଶୁଥିବା ପ୍ରକୃତିର ପିଲା ଥିଲା ଓ ସେ ସୋସାଇଟିରେ ସମସ୍ତଙ୍କୁ ସମ୍ମାନ କରୁଥିଲା। କାର୍ତିକଙ୍କ ମୃତ୍ୟୁରେ ସୋସାଇଟିର ଲୋକେ ମଧ୍ୟ ବହୁତ ଦୁଃଖିତ।

Leave A Reply

Your email address will not be published.