IPL 2022 : ଲଗାତାର ଚତୁର୍ଥ ପରାଜୟ ପରେ କ୍ରୋଧିତ ହେଲେ ଅଧିନାୟକ ଜାଡେଜା, କହିଲେ ଏହି ଖେଳାଳିଙ୍କ ପାଇଁ ଆମେ ହାରୁଛୁ !

0

Get real time updates directly on you device, subscribe now.

ଆଇପିଏଲ ଆରମ୍ଭ ହୋଇ ସାରିଛି। ଗତ ବର୍ଷର ବିଜେତା ଏବଂ ଆପିଏଲର ସବୁଠୁ ସଫଳ ଟିମ ଭାବେ ପରିଚିତ ଚେନ୍ନାଇ ସୁପର କିଙ୍ଗସ ଚଳିତ ବର୍ଷ ଖରାପ ସମୟ ଦେଇ ଗତି କରୁଛି। ଚଳିତ ବର୍ଷର ୧୭ ନମ୍ବର ମ୍ୟାଚରେ ଚେନ୍ନାଇ କୁ ସନରାଇଜର ହାଇଦ୍ରାବାଦ ୮ ଉଇକେଟରେ ପରାଜୟର ସାମ୍ନା କରିବାକୁ ପଡିଲା। ତେବେ ଏହା ସିଏସକେର ଲଗାତାର ଚତୁର୍ଥ ପରାଜୟ ଥିଲା। ତେବେ ଏହାକୁ ନେଇ ନୂତନ ଅଧିନାୟକ ରବୀନ୍ଦ୍ର ଜାଡେଜା ନିରାଶ ହୋଇ ନିଜ ଦଳର କିଛି ଖେଳାଳିଙ୍କ ଫର୍ମ ଉପରେ କହିଥିଲେ।

କ୍ରୋଧିତ ହେଲେ ଜାଡେଜା:-

ଚଳିତ ବର୍ଷ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଅଧିନାୟକ ପଦରୁ ଅବସର ନେଇଥିଲେ ଏବଂ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଙ୍କୁ ଅଧିନାୟକର ଭାର ଉଠେଇବାକୁ ପଡିଥିଲା। କିନ୍ତୁ ରବୀନ୍ଦ୍ର ଜାଡେଜାଙ୍କ ଅଧିନାୟକ ରେ ଦଳକୁ ଲଗାତାର ଚତୁର୍ଥ ପରାଜୟ ବରଣ କରିବାକୁ ପଡିଛି। ଯେଉଁ କାରଣରୁ ରବୀନ୍ଦ୍ର ଜାଡେଜା ବୋଲିଂ ୟୁନିଟିର ପଦର୍ଶନକୁ ନେଇ ନିରାଶ ହୋଇଛନ୍ତି। କିନ୍ତୁ ମୁଖ୍ୟକୋଚ୍ ଷ୍ଟିପେନ ଫ୍ଲେମିଙ୍ଗ କହିଛନ୍ତି ଟିମକୁ ଆଗକୁ ଥିବା ମ୍ୟାଚରେ ସୁଧାର ଆଣିବାକୁ ପଡିବ।

ବୋଲିଂ ୟୁନିଟ କରିଥିଲେ ନିରାଶ:-

ଗତକାଲି ଶନିବାର ଦିନ ଦୁଇଟି ମ୍ୟାଚ ରଖା ଯାଇଥିଲା। ପ୍ରଥମେ ବ୍ୟାଟିଂ କରି ସିଏସକେ ୧୫୫ ରନର ଲକ୍ଷ୍ୟ ଦେଇଥିଲା ହାଇଦ୍ରାବାଦକୁ। ତେବେ ହାଇଦ୍ରାବାଦ ୮ ଉଇକେଟରେ ବିଜୟ ହାସଲ କରିଥିଲା। ଜାଡେଜାଙ୍କ କହିବାନୁଯାୟୀ ବ୍ୟଟିଙ୍ଗରେ ଆହୁରି ୨୦ ରୁ ୨୫ ରନ କମ୍ କରିଥିଲେ। ଅନ୍ୟପଟେ ଖରାପ ବୋଲିଂ ପଦର୍ଶନ ପାଇଁ ପରାଜିତ ହୋଇଛୁ। ଯଦି ବୋଲର ଉଇକେଟ ନେଇଥାନ୍ତେ ଆମେ ନିଶ୍ଚିତ ଜିତି ପାରିଥାନ୍ତୁ। ତେବେ ଆମେ କେଉଁଠାରେ ଭୁଲ କରୁଛୁ ସେ ପ୍ରତି ଅଧିକ ଧ୍ୟାନ ଦେବୁ।

କୋଚ୍ ଦେଲେ ବଡ଼ ବୟାନ:-

ମୁଖ୍ୟକୋଚ୍ ଷ୍ଟିପେନ ଫ୍ଲେମିଙ୍ଗ ପତ୍ରକାରଙ୍କ ଅଧିକ ପ୍ରଶ୍ନ ରୁ ବଞ୍ଚିବା ପାଇଁ ଦେଖୁଥିଲେ। ତେବେ କୋଚ୍ ଙ୍କ କହିବାନୁଯାୟୀ ପ୍ରମୁଖ ବୋଲର ଦୀପକ ଚହର ଅନୁପସ୍ଥିତ ଏବଂ ପଡିଆରେ ଖରାପ ପଦର୍ଶନ ପାଇଁ ଟିମ ଲଗାତାର ୪ ଟି ପରାଜୟ ବରଣ କରିଛି। ସେ କହିଛନ୍ତି, ଖେଳାଳିଙ୍କ ଉପଲବ୍ଧତା ଉପରେ ସମସ୍ୟା ଦେଖାଦେଇଛି। ଆମେ ସମସ୍ତ ବିଭାଗ ବ୍ୟାଟିଂ, ବୋଲିଂ ଏବଂ ଫିଲ୍ଡିଂରେ ବହୁତ ଖରାପ କାର୍ଯ୍ୟ କରିଛୁ। ଫ୍ଲେମିଙ୍ଗ କହିଛନ୍ତି ” ଆମେ ବିରୋଧୀ ଦଳ ଉପରେ କୌଣସି ଚାପ ପକେଇ ପାରିଲୁ ନାହିଁ ଏବଂ କୌଣସି ମ୍ୟାଚର ଅନ୍ତିମ ପର୍ଯ୍ୟନ୍ତ ଯାଇ ପାରିଲୁ ନାହିଁ। ତେବେ ଆମକୁ ସମସ୍ତ ଉପରେ ଧ୍ୟାନ ଦେବାକୁ ହେବ।

Leave A Reply

Your email address will not be published.