ହନିମୁନରେ ସାଙ୍ଗକୁ ମଧ୍ୟ ସାଥିରେ ନେବାକୁ ଜିଦ୍ କରୁଥିଲା ସ୍ବାମୀ, ଆଉ ଅଚାନକ ଫୋନ୍ ସାହାଯ୍ୟରେ ସ୍ତ୍ରୀ ଜାଣିଲା ସବୁ ସତ କଥା,ଜାଣନ୍ତୁ କାହିଁକି ସାଙ୍ଗକୁ ନେବା ପାଇଁ ଚାଁହୁଥିଲା ?

0

Get real time updates directly on you device, subscribe now.

ମହାରାଷ୍ଟ୍ରରୁ ଏମିତି ଗୋଟିଏ ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ଯୁବକ ବିବାହ ତ କଲା, କିନ୍ତୁ ସେ ନିଜ ଜୀବନର ବଡ ସତ ନିଜ ସ୍ତ୍ରୀ ଠାରୁ ଲୁଚାଇଥିଲା । ସ୍ତ୍ରୀକୁ ସେତେବେଳେ ସନ୍ଦେହ ହେଲା, ଯେତେବେଳେ ହନିମୁନରେ ସେ ନିଜ ସାଙ୍ଗକୁ ମଧ୍ୟ ସାଥିରେ ନେବାକୁ ଜିଦ୍ କରିବାକୁ ଲାଗିଲା । ଏହାପରେ ଫୋନ୍ ମେସେଜ ଦ୍ଵାରା ସ୍ତ୍ରୀକୁ ତାର ବଡ ସତ ଜଣାପଡ଼ିଲା ।

ଏହି ଆଶ୍ଚର୍ଯ୍ୟଜନକ ମାମଲା ମୁମ୍ବାଇର ଠାନେରୁ ସାମ୍ନାକୁ ଆସିଛି । ଏଠାରେ ନୂଆଁ ମୁମ୍ବାଇରେ ରହୁଥିବା ଜଣେ 32 ବର୍ଷୀୟ ଯୁବକ ବିବାହ କରିଥିଲେ । ତାଙ୍କ ସ୍ତ୍ରୀ ମଧ୍ୟ ସେଠିକାର ବାସିନ୍ଦା ଥିଲେ । ଦୁହିଁଙ୍କର ଅନଲାଇନରେ ଦେଖା ହୋଇଥିଲା । ଏହାପରେ 30 ବର୍ଷୀୟ ଯୁବତୀ ସହିତ ସେହି ଯୁବକଙ୍କର ବନ୍ଧୁତା ହେଇଗଲା । ପରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଲେ ।

ଦୁହେଁ ଗତ ବର୍ଷ ହିଁ ନଭେମ୍ବର ମାସରେ ବିବାହ କରିଥିଲେ । ଯୁବତୀ ଅନେକ ସ୍ବପ୍ନ ନେଇ ନିଜ ସ୍ବାମୀ ସହିତ ଶାଶୂଘର ଆସିଥିଲେ । କିନ୍ତୁ ତାଙ୍କୁ ନିଜ ସ୍ୱାମୀର ସତ ଜଣାନଥିଲା । ସେ ସେହି ସମୟରେ ଆଶ୍ଚର୍ୟ୍ଯ ହୋଇଗଲେ, ଯେତେବେଳେ ଦୁହେଁ ହନିମୁନରେ ଯିବାକୁ ପ୍ଲାନ୍ କରୁଥିଲେ । ସ୍ବାମୀ ହନିମୁନରେ ନିଜ ସାଙ୍ଗକୁ ମଧ୍ୟ ସାଥିରେ ନେବାକୁ ଜିଦ୍ କରିବାକୁ ଲାଗିଲା ।

ସାମ୍ନାକୁ ଆସିଲା ସ୍ୱାମୀର ସତ :-

ଯୁବତୀ ବୁଝିପାରୁ ନଥିଲେ ଯେ ପ୍ରକୃତରେ ତାଙ୍କ ସ୍ବାମୀ ଏପରି ଜିଦ୍ କଣ୍ ପାଇଁ କରୁଛନ୍ତି । ସେ ସ୍ୱାମୀକୁ ବୁଝାଇବା ପାଇଁ ମଧ୍ୟ ଚାହିଁଲେ ଯେ ହନିମୁନ ବ୍ୟକ୍ତିଗତ ମୁହୂର୍ତ୍ତକୁ ସାଥିରେ ବିତାଇବା ପାଇଁ ହୋଇଥାଏ । ସେଠାରେ ତାଙ୍କ ସାଙ୍ଗ କଣ୍ କରିବ ? କିନ୍ତୁ ତାପରେ ବି ସେ ନିଜ ସାଙ୍ଗ ବିନା ଯିବାକୁ ମନା କରି ଚାଲିଲା । ଏହା ପରଠାରୁ ଯୁବତୀ ଚିନ୍ତାରେ ପଡ଼ିଗଲେ ।

ଏହା ମଧ୍ୟରେ ସ୍ତ୍ରୀକୁ ନିଜ ସ୍ୱାମୀର ସତ ଜଣାପଡ଼ିଲା । ସେ ଥରେ ତାଙ୍କ ଫୋନ୍ ଦେଖୁଥିଲେ । ଏଥିରେ ହ୍ୱାଟସଆପ ମେସେଜରୁ ତାଙ୍କୁ ଜଣାପଡ଼ିଲା ଯେ ଯେଉଁ ଯୁବକ ସହିତ ସେ ବିବାହ କରିଛନ୍ତି, ସେ ତ ଜଣେ ହୋମୋ ସେକ୍ସୁଆଲ ଅଟେ । ତାଙ୍କର ଦୁଇଜଣ ଯୁବକଙ୍କ ସହିତ ସମ୍ପର୍କ ଥିଲା । ତେବେ ସେ ଏହି କଥାକୁ ବିବାହ ପୂର୍ବରୁ ନିଜ ସ୍ତ୍ରୀଠାରୁ ଲୁଚାଇଥିଲା ।

କୋର୍ଟରେ ପହଞ୍ଚିଲା ମାମଲା, ଧୋକା କେସ :-

ସ୍ୱାମୀର ସତ ସାମ୍ନାକୁ ଆସିବା ପରେ ଯୁବତୀ କୋର୍ଟରେ କେସ କରିଦେଲେ । ତା ଉପରେ ଧୋକା ଦେଇଥିବା କେସ କରାଗଲା । ସ୍ତ୍ରୀ କହିଛନ୍ତି ଯେ ବିବାହ କରିବାପାଇଁ ସ୍ବାମୀ ନକଲି ଜବ ଲେଟର ମଧ୍ୟ ତିଆରି କରିଥିଲେ । ସେ ଫର୍ଜୀ ଜବ ଲେଟର ମାଧ୍ୟମରେ କହିଥିଲେ ଯେ ବର୍ଷକୁ 14 ଲକ୍ଷ ଟଙ୍କା ରୋଜଗାର କରନ୍ତି । କିନ୍ତୁ ବିବାହ ପରେ ତାଙ୍କ ରୋଜଗାର ମିଛ ବୋଲି ଜଣାପଡ଼ିଲା ।

ସେହିପରି ସ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ସ୍ଵାମୀ ନିଜର ସମଲିଙ୍ଗିକ ହେବା କଥାକୁ ତାଙ୍କ ଠାରୁ ଲୁଚାଇଲେ । ଧୋକା ଦେଇ ମତେ ସେ ବିବାହ କରିଛନ୍ତି ଏବଂ ମୋ ଜୀବନକୁ ଅପୂରଣୀୟ କ୍ଷତି ପହଞ୍ଚାଇଛନ୍ତି । ସ୍ତ୍ରୀ କହିଛନ୍ତି ଯେ ଯେତେବେଳେ ସେ ସତ ଲୁଚାଇବାକୁ ନେଇ ବିରୋଧ କଲେ, ସେତେବେଳେ ସ୍ବାମୀ ଛୁରୀ ଦେଖାଇ ତାଙ୍କୁ ଧମକ ଦେଲେ । କୋର୍ଟର କହିବା ଅନୁଯାୟୀ ବର୍ତ୍ତମାନ ଅଭିଯୁକ୍ତଙ୍କୁ ଗିରଫ କରାଯିବ ।

Leave A Reply

Your email address will not be published.